-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ରାଜ୍ୟ

ଠିକାପାଇଁ ଠଟାଠଟି; ବିଡିଓ ଙ୍କ ବିରୁଦ୍ଧରେ ଅଧ୍ୟକ୍ଷ ଙ୍କ ଅଭିଯୋଗର ଲମ୍ବା ତାଲିକା

16-Nov-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ):  ଉନ୍ନୟନ ବନାମ ଠିକାକାମରେ ବିଡିଓଙ୍କ ଆର୍ଥିକ କ୍ଷମତା ବଢିଲା ।ଲୋକପ୍ରତିନିଧିଙ୍କ ପାୱାର କମିଗଲା।  ପୁନଶ୍ଚ  ବିଜେପି ଶାସନରେ ବିଜେଡିବାଲାଙ୍କ ଭାଉ କମିଗଲା । ତେଣୁ ଅଧ୍ୟକ୍ଷ ମାନେ ରକ୍ତଚାଉଳ ଚୋବାଉଛନ୍ତି ।  ବିଡିଓଙ୍କ ପାଞ୍ଚ ଆଙ୍ଗୁଠିରେ ଘିଅ ।  ଉପରେ ପୁଣି ମନ୍ତ୍ରୀ ଅଛନ୍ତି ଚଉବାହାକୁ !

ତିନିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ବ୍ଲକ୍ ଲୋଇସିଂହା ବ୍ଲକର ଅଧ୍ୟକ୍ଷ ଓ ବିଡିଓଙ୍କ ମଧ୍ଯରେ ଖୋଲାଖୋଲି ଉଚ୍ଚସ୍ଵରରେ ବଚସା ସହିତ ହାତାହାତି ହେବା ଘଟଣା ଘଟିଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇ ଏହା ଚର୍ଚ୍ଚିତ ହୋଇପଡିଥିଲେ ହେଁ , ଉଭୟ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦିଆ ନଯିବା କୌତୁହଳ ସୃଷ୍ଟି କରିଛି । 

ପ୍ରକାଶ ଯେ , ଗତ ୧୪ ତାରିଖ ଦିନ ବ୍ଲକ୍ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ବ୍ଲକ ଅଫିସ୍ ରେ ପହଞ୍ଚି ଅଫିସ୍ ରେ ବିଡିଓ କିମ୍ବା ପ୍ରାୟ କୌଣସି ଷ୍ଟାଫ୍ ନ ଥିବା ଦେଖି ବିଡିଓ ପାଖର ସରପଞ୍ଚଙ୍କ ଭୋଜିଭାତ ଖାଇବାକୁ ଯାଇଥିବା ଜାଣିବାକୁ ପାଇଥିଲେ । ଏହି ସମୟରେ ବିଡିଓ ପହଞ୍ଚିବାରୁ ସେମାନଙ୍କ ମଧ୍ଯରେ ବାକ୍ ବିତଣ୍ଡା ହୋଇ ହାତାହାତି ହେବାପର୍ଯ୍ୟନ୍ତ କଥା ଯାଇଥିଲା । ଏହି ଘଟଣା ବ୍ଲକ୍ ର ଅନ୍ୟ କର୍ମଚାରୀମାନଙ୍କ ମଧ୍ଯରେ ଅସ୍ବାଭାବିକ ବାତାବରଣ ସୃଷ୍ଟି କରିଥିଲା ।

ଏ ସମ୍ପର୍କରେ ପଚାରିବାରୁ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ କ୍ଷୋଭପ୍ରକାଶ କରି କହିଛନ୍ତି ଯେ , ବିଡିଓ ପ୍ରାୟତଃ ମଦପିଇ ମନଇଚ୍ଛା ଅଫିସକୁ ଆସୁଛନ୍ତି । ଆହୁରିମଧ୍ୟ ସେ ଡାଇରେକ୍ଟ୍ ୫% ପିସି ନିଅନ୍ତି  ।  ଜିପିଇଓରୁ ପଦୋନ୍ନତି ପାଇ ଏବିଡିଓ ଭାବରେ ଅବସ୍ଥାପିତ କିଶୋର ମାନସିଂ , ଏଇ ସିଦ୍ଧାର୍ଥ  ପାଢୀ , ୫ ଜଣ ଜେଇ ଓ ଅନ୍ୟ କର୍ମଚାରୀମାନଙ୍କର  ଆଚରଣ ଭଲ ନୁହେଁ । କୌଣସି କର୍ମଚାରୀ ଲୋଇସିଂହାରେ ରହନ୍ତିନାହିଁ ଓ ବଲାଙ୍ଗୀରରୁ ଯାଆଆସ କରୁଛନ୍ତି । ଉକ୍ତ ବିଡିଓ ଏହାପୂର୍ବରୁ ବୌଦ୍ଧରେ ଅବସ୍ଥାପିତ ଥିଲାବେଳେ ବିବଦମାନ ହୋଇପଡି ଥିଲେ ଓ ଏଠାରେ ମଧ୍ଯ ସେହିପରି ଆଚରଣ କରୁଛନ୍ତି । ସରକାର ବିଡିଓମାନଙ୍କର ଆର୍ଥିକକ୍ଷମତା ବୃଦ୍ଧି କରିବାରୁ ଆଉ ଲୋକପ୍ରତିନିଧିଙ୍କ କ୍ଷମତା ଆଗପରି ନାହିଁ ।

ଅନ୍ୟପକ୍ଷରେ ବିଡିଓ ଅକ୍ଷପାଣି ଉଡୁ ତାଙ୍କ ସଫେଇରେ ପ୍ରକାଶ କରିଛନ୍ତି ଯେ , ସେ ଉକ୍ତଦିନ ଏକ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସ୍ଥାନୀୟ କଲେଜର ଏକ ଉତ୍ସବରେ ଯୋଗଦେଲା ପରେ ଫିଲ୍ ଡ ଭିଜିଟ୍ ରେ ଯାଇଥିଲେ । ସେଠାରେ ତାଙ୍କୁ ଦେଖି ଭୋଜିଭାତ କରୁଥିବା ସେଠାକାର ସରପଞ୍ଚ ଖାଇବାକୁ ଅନୁରୋଧ କରିବାରୁ ସେ ଖାଇଦେଇଥିଲେ ।  ବ୍ଲକ୍ ଅଫିସକୁ ଫେରିଲା ପରେ ଅଧ୍ୟକ୍ଷ ପାଟିତୁଣ୍ଡ କରୁଥିବା ଓ ତାଙ୍କ ସହ କଥା କଟାକଟି କରିଥିଲେ । ସେ ତାଙ୍କ କଲର୍ ଧରିପକାଇବାରୁ ସେ ମଧ୍ଯ ତାଙ୍କୁ ଧରି ପକାଇଥିଲେ ।  ବ୍ଲକର ସରକାରୀ କର୍ମଚାରୀମାନେ ଏଠାରେ ରହୁ ନଥିଲେ ହେଁ , ୧୦ ଟାରୁ ୫ ଟା ଠିକ୍ ସମୟରେ ଅଫିସ୍ ଆସି ଅଫିସ କାମ କରୁଛନ୍ତି ।  ଏ ସମ୍ପର୍କରେ ମାନବିକତା ଦୃଷ୍ଟିରୁ ସେ ଥାନାରେ ଏତଲା ଦେଇନାହାଁନ୍ତି । '

ତେବେ ଏହି ବିବାଦ ପଛରେ ମୁଖ୍ଯତଃ ବ୍ଲକର ଉନ୍ନୟନ ବନାମ ଠିକାକାମର ବିଲ୍ ହିଁ ମୁଖ୍ଯ କାରଣ ବୋଲି ଜଣାଯାଇଛି ।  ଅଧ୍ୟକ୍ଷ ନିର୍ବାଚନ ଲଢିବାବେଳୁ ଅଧ୍ୟକ୍ଷ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ  ଲକ୍ଷ ଟଙ୍କା ହାତଉଧାରୀ ଆଣି ସୁଝିନଥିବା ଓ ସେ ବିଜେଡିର ହୋଇଥିବାରୁ ନୂତନ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ସ୍ଥାନୀୟ ବିଧାୟକ ହୋଇଥିବାରୁ ବିଡିଓ ତାଙ୍କୁ ଫେଭର୍ ଦେଖାଉ ନ ଥିବା କୁହାଯାଉଛି । ତେଣୁ ସମ୍ଭବତଃ ଅଧ୍ୟକ୍ଷ ନିରାଶ ହୋଇପଡିଥିବା ସହିତ ବିଡିଓ ତାଙ୍କୁ ଆର୍ଥିକ ଅନୁକମ୍ପା ଦେଖାଉ ନଥିବା କାରଣ ହୋଇପାରେ  ! 

ଅପରତଃ ୨୦ ଟି ଗ୍ରାମପଞ୍ଚାୟତ ବିଶିଷ୍ଟ ଲୋଇସିଂହା ବ୍ଳକରେ ମନରେଗା ଠାରୁ ବିଭିନ୍ନ ସରକାରୀ ଯୋଜନାରେ ପୂର୍ବସରକାରଙ୍କ ଅମଳ ପରି ପିଆର ଆଇ ମେମ୍ବରଙ୍କ ହିଁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଦେଶରେ ଠିକାକାମ କରି ଆସୁଛନ୍ତି । ନୂତନ ସରକାର ଆସିବା ପରେ ବିଜେପି ବନାମ ମନ୍ତ୍ରୀଙ୍କ ଲୋକମାନେ ଆସି ବିଡିଓଙ୍କ ପାଖରେ ବସୁଛନ୍ତି । ବିଡିଓ ମଧ୍ଯ ବିଜେପି ସରପଞ୍ଚଙ୍କ ସହ ଘନିଷ୍ଠତା ବଢାଇବା ବିଜେଡି ଅଧ୍ୟକ୍ଷଙ୍କ ଗାତ୍ରଦାହ କରୁଛି । ତେଣୁ କ୍ରମଶଃ ଏହି ଅସହିଷ୍ଣୁତା ଶେଷରେ ଏଭଳି ଖୋଲାବିଦ୍ରୋହର ରୂପ ନେଇଥିବା ଆଲୋଚନା ହେଉଛି । ଅତୀତରେ ଏହି ବ୍ଲକ୍ ରେ ଏଭଳି ଜନପ୍ରତିନିଧିଙ୍କ ମଧ୍ଯରେ ପୁଞ୍ଜିଭୂତ ଅସନ୍ତୋଷ ଅପରାଧ ଘଟିବା ପର୍ଯ୍ୟନ୍ତ ଯାଇଥିବାରୁ ଜିଲ୍ଲାପାଳ ଗଣମାଧ୍ୟମର ପ୍ରକାଶିତ ଉକ୍ତ ଅଧ୍ୟକ୍ଷ- ବିଡିଓ ହାତାହାତି ବିବାଦକୁ ତଥାକଥିତ ମାନବିକତାର ପରିସୀମାରୁ ବାହାର କରି ଥାନାରେ ଏତଲା ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ଲୋକେ ଦାବି କରିଛନ୍ତି । ସେହିପରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପକ୍ଷରୁ ମଧ୍ଯ  ଏଥିପ୍ରତି ଧ୍ୟାନ ଦିଆଯିବାକୁ ତାଙ୍କର ଦୃଷ୍ଟିଆକର୍ଷଣ କରାଯାଉଛି । କାରଣ ବ୍ଲକର ଜଣେ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ଯରେ ସରକାରୀ ଅଫିସ ମଧ୍ଯରେ ସର୍ବସମ୍ମୁଖରେ ଏତାଦୃଶ ଆଚରଣ କୌଣସି ଗେଲକଥା ଆଦୌ ନୁହେଁ  !


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like