-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ବଲାଙ୍ଗୀର(ପ୍ରେରଣା ଖବର)- ଜେଏସ୍ଏମ୍ କଲେଜ ଅଫ୍ ଅର୍ଟସ ସାଇନ୍ସ ଆଣ୍ଡ କମର୍ସ ପକ୍ଷରୁ ଆଜି କଲେଜ ପରିସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ କଲେଜର ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା କଲେଜର ଉପଦେଷ୍ଟା ମନୋରଂଜନ ସାହୁ ଯୋଗ ଦେଇ ସମାଜ ଓ ଦେଶକୁ ବିକାଶ କରିବା ପାଇଁ ଶିକ୍ଷାର ଆବଶ୍ୟକତା ଅଛି ବୋଲି କହି ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା
ଅବୁଲ କଲାମ ଆଜାଦ୍ ଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ ସଂପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରେରଣାର ସଂପାଦକ ରଘୁନନ୍ଦନ ସିଂହ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ୱାଧୀନତା ସେନାନୀ ମାନଙ୍କ ଜୀବନୀ ଅଧ୍ୟୟନ କରିବା ଉଚିତ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।କଲେଜର ପ୍ରତିଷ୍ଠାତା ସିଏ ଶ୍ରୀକାନ୍ତ ଶର୍ମା
କଲେଜର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଶିକ୍ଷାର୍ଥୀ ଜୀବନକୁ ସଫଳ କରିବା ପାଇଁ ଉପଦେଶ ଦେଇ ଥିଲେ । ପରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ସ୍ମୃତି ସ୍ମରଣିକା ବେଚ୍ ମଂଚାସୀନ ଥିଲେ । ଅଧ୍ୟାପିକା ରାମ ଲିପ୍ସା ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।