-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା କଂସାରିପଡ଼ା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ଚାଲିଥିବା ୨୪୨ତମ ଗୋକୁଲାଷ୍ଟମୀ ଯାତ୍ରାର ସୋମବାର ଦ୍ଵିତୀୟ ସନ୍ଧ୍ୟାରେ କଂସର ଅତ୍ୟାଚାରରେ ଚିନ୍ତିତ ଦେବଗଣ ଓ ପ୍ରୁଥି ଦେବୀ ବ୍ରହ୍ମାଙ୍କ ପାଖକୁ ଯାଇ କହିଥିଲେ ।ହେଲେ ବ୍ରହ୍ମା ସମସ୍ତଙ୍କୁ ଧରି ବିଷ୍ଣୁଙ୍କୁ ଗୁହାରି କରିବା ପରେ ସ୍ଵୟଂ ଭଗବାନ ତମେ ମାନେ ମର୍ତ୍ୟପୁର ଯାଇ ଗୋପୀ,ଗୋପାଳ ଅବତାରରେ ରୁହ । ମୁଁ ମଥୁରାରେ ଜନ୍ମ ନେଇ ଗୋପପୁରେ ବାଲ୍ୟଲୀଳା କରିବି ଏବଂ ଦୁଷ୍ଟ ରାକ୍ଷସ ମାନଙ୍କୁ ନିଧନ କରିବା ସହ କଂସକୁ ମାରିବି ବୋଲି କହିଥିଲେ ।ଅନ୍ୟ ପଟେ ମଥୁରା ଯୁବରାଜ କଂସ ତ୍ରିଭୁବନ ବିଜୟୀ କରି ରାଜଦରବାରକୁ ଫେରି ଆସିବା ପରେ ରାଜା ଉଗ୍ରସେନ ଦେବକୀଙ୍କୁ ବସୁଦେବ ସହିତ ବିବାହ କରିଥିଲେ ।ଉଭୟଙ୍କୁ କଂସ ରଥରେ ବସାଇ ଛାଡ଼ି ଯାଉଥିବା ବେଳେ ବାଟରେ ଦୈବବାଣୀ " ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟର କାରଣ" ଶୁଣିବା ପରେ ରାଗରେ କଂସ ମଥୁରା ଫେରି କାରାଗୃହରେ ଭଉଣୀ -ଭେନେଇଙ୍କୁ ରଖି ନିଜେ ସିଂହାସନ ଆହୋରଣ କରିଥିଲା ।ଦିନ ପରେ ଦିନ ବିତିଲା ଦେବକୀର ଗର୍ଭରୁ ଗୋଟିଏ ପରେ ଗୋଟିଏ ସନ୍ତାନ ଜନ୍ମ ନେଲେ ହେଲେ କଂସ ସବୁ ସନ୍ତାନଙ୍କୁ ଦର୍ପଣ ସିଲାରେ କଚାଡି ମାରିଲା। ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେବା ପରେ କାରଗୃହର ଶିକୁଳି ଖୋଲି ଯାଇଥିଲା ବସୁଦେବ ସନ୍ତାନକୁ ଧରି ଗୋପପୁର ଅଭିମୁଖେ ଯାତ୍ରା କରିବା ବେଳେ ବାଟରେ ଉଗ୍ରସେନ ସହ ଭେଟ ପରେ ଯମୁନା ନଦୀ ପାରି ହୋଇ ଗୋପପୁରେ ପହଞ୍ଚି ସେଠାରେ ଜନ୍ମିତ ଶିଶୁ କନ୍ୟାକୁ ଧରି ମଥୁରା ଫେରିବା । କଂସ ଜାଣିବା ପରେ ଉକ୍ତ ଶିଶୁକୁ ଦେବକୀ ଠାରୁ ଛଡାଇ ଆଣି ଦର୍ପଣ ଶିଲାରେ କଚାଡ଼ିବା ବେଳେ କନ୍ୟାଟି ଯୋଗମାୟା
ରୂପରେ ଆକାଶକୁ ଯାଇ "ରେ ରେ କଂସ ତତେ ଯିଏ ମାରିବ ସିଏ ଗୋପପୁର ବଡୁଛି କହି ଅନ୍ତର୍ଦ୍ଧାନ ହୋଇଯିବା ଆଦି ଅନେକ ଦୃଶ୍ୟ ମୁକ୍ତାକାଶ ମଞ୍ଚରେ କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା।ଅନୁଷ୍ଟିତ ଏହି ଯାତ୍ରାରେ ଉଗ୍ରସେନ ଭୂମିକାରେ ସୀତାରାମ ମାହାଣା,ନାରାୟଣ- ସୁହାନ ଦାସ, ଦେବକୀ-ବିଶ୍ଵଜିତ ମାହାଣା,ବସୁଦେବ- ବିଶ୍ଵନାଥ ମାହାଣା, କଂସ-ରାମଚନ୍ଦ୍ର ଦାସ,ମନ୍ତ୍ରୀ-ସଞ୍ଜୟ ସାହୁ,ପୃଥି ଦେବୀ- ଅଂଶୁମାନ ମାହାଣା,ବ୍ରହ୍ମା- ମୁକୁନ୍ଦ ସାହୁ,ଇନ୍ଦ୍ର- ଅଶ୍ଵିନୀ ସାହୁ, ବରୁଣ- ପରେଶ ମାହାଣା,ନାରଦ- ସ୍ବାଗତ ମାହାଣା,କୃଷ୍ଣ- ଶ୍ରୀମାନ ସାହୁ,ଯୋଗମାୟା- ଶ୍ରୀତମ ସାହୁ, ପ୍ରହରୀ- ବିବେକ ସାହୁ,ବଜରଙ୍ଗ କୁଷ୍ଟା ପ୍ରମୁଖଙ୍କ ଅଭିନୟ ବେଶ ଚିତାକର୍ଷକ ଥିଲା ।