-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
08-Nov-2025
ବଲାଙ୍ଗିର(ପ୍ରେରଣା ଖବର) ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିରର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ୨୫ ତାରିଖ ଦିନ ସ୍ଥାନୀୟ ହୋଟେଲ ପାର୍କ ଲ୍ୟାଣ୍ଡ ଠାରେ ଅନୁଷ୍ଠିତ ହେବ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ପ୍ରଶାସନିକ ସେବା ରତ୍ନ ସମ୍ମାନ-୨୦୨୫ ପ୍ରଦାନ କରାଯିବ । ଏତଦ୍ ଭିନ୍ନ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମର ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବୈଦ୍ୟ ଝସକେତନ ଗୁରୁଙ୍କୁ ତାଙ୍କର ରୋଗୀ ତଥା ସମାଜ ସେବା ପାଇଁ “ବୈଦ୍ୟ ରାଜ ଉପାଧି”ପ୍ରଦାନ କରାଯିବ । ଉଭୟଙ୍କୁ ମୁକୁଟ ପରିଧାନ ପୂର୍ବକ ରାଜ୍ୟ ଓ ଜାତୀୟ ସ୍ତରର ଅତିଥି ମାନଙ୍କ ଗହଣରେ ସମ୍ମାନିତ କରାଯିବ । ପ୍ରକାଶ ଥାଉ କି ଏହି ଅବସରରେ ଲୋକ ସେବକ ମଣ୍ଡଳ ଜାତୀୟ ଉପାଧ୍ୟକ୍ଷ (ଦିଲ୍ଲୀ) ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି,ଉତ୍କଳ ସାହିତ୍ୟ ସମାଜର ନବ ନିର୍ବାଚିତ ସମ୍ପାଦକ ହାଇକୋର୍ଟ ଏଡ୍ଭୋକେଟ୍ ରାଜୀବ କୁମାର ଷଡଙ୍ଗୀ ତଥା କୋଷାଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଦାସ ଅତିଥି ଭାବେ ଯୋଗଦାନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଜ୍ୟ ତଥା ଜାତୀୟ ସ୍ତରର ଅତିଥିମାନେ ତିନୋଟି ଅଧିବେଶନରେ ମଂଚାସିନ ହୋଇ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବା ପାଇଁ ସହମତି ପ୍ରଦାନ କରିଥିବା ସମ୍ପାଦକ ଡ.ନବକିଶୋର ବେହେରା ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।