-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
08-Nov-2025
ଲୋଇସିଂହା, (ବିନୋଦ ଦୀପ) ଓଡିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ, ଓଡ଼ିଶା ସରକାର ଙ୍କ ସାହାଯ୍ୟରେ ସ୍ଥାନୀୟ ଅନୁଷ୍ଠାନ ସୁର ସଂଗମ ସାଂସ୍କୃତିକ ସଂସଦ ଆନୂକୁଲ୍ୟରେ ଲୋଇସିଂହା ମହାବିଦ୍ୟାଳୟ ରେ ୨ ଦିନ ଧରି ମହା ସମାରୋହରେ ପାଳନ ହୋଇ ଯାଇଛି l ପ୍ରଥମ ଦିନରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡିଓ ଅକ୍ଷୟ ପାଣି ଉଡ୍ଡୁ ଯୋଗ ଦେଇଥିବା ବେଳେ କଲେଜ ର ଅଧ୍ୟକ୍ଷ ବିଭୁଦେନ୍ଦୁ ମହାନ୍ତି, ଲୋଇସିଂହା ଡାକ ଶାଖାର ମୂଖ୍ୟ ମାନଧାତା ପଣ୍ଡା ଯୋଗ ଦେଇଥିଲେ l ମୂଖ୍ୟବକ୍ତା ହିସାବରେ ପ୍ରମେୟର ସାମ୍ୱାଦିକ ଅଖିଳ ଚନ୍ଦ୍ର ହୋତା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l
ଅନୁଷ୍ଠାନ ର ସଭାପତି ନିସାର ଅହମ୍ମଦ ନିସାର ଙ୍କ ସଂଯୋଜନା ରେ ପ୍ରାରମ୍ଭିକ ସଂଗୀତ ବନ୍ଦେ ମାତରଂ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ସାମୁହିକ ଗାନ କରିଥିଲେ l ଉକ୍ତ ଉତ୍ସବରେ ପୁରାତନ ସମସ୍ତ ନିର୍ବାଚିତ ଛାତ୍ର ସଂସଦ ର ସଭାପତି, ସଂପାଦକ ଉପ ସଭାପତି ସମସ୍ତଙ୍କୁ ସମ୍ୱର୍ଦ୍ଧନା କରା ଯାଇଥିଲା ଏବଂ ୪ ଗୋଟି ବିଭାଗରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଗୀତ, ନାଚ, ବକୃତା ଓ ଏକକ ଅଭିନୟ ଅନୁଷ୍ଠିତ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସଂଗେ ପୁରାତନ ଛାତ୍ରୀ ରିଫତ୍ ଖାନ କୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ହେତୁ ସମ୍ୱର୍ଦ୍ଧନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସମ୍ପାଦକ ସରୋଜ ମହାକୁର ପରିଚାଳନା କରିଥିଲେ l ସରୋଜ ବିଶ୍ବାଳ, ଦେବେନ୍ଦ୍ର ମିସ୍ତ୍ରୀ, ବୁଲୁ ବହିଦାର,ଏବିଡିଓ କିଶୋର ମାନସିଂହ , ଅଧ୍ୟାପକ ସନ୍ତୋଷ ଦାସ ଓ କାହ୍ନୁଚରଣ ଦରଜୀ ପ୍ରମୁଖ ଉପସ୍ଥିତ ଥିଲେ l