-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
02-Nov-2025
କଟକ(ପ୍ରେରଣା ଖବର): -ସାମାଜିକ ଅନୁଷ୍ଠାନ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ, ମେରିଆ ବଜାର, କଟକ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ମିଳିତ ଆନୁକୂଲ୍ୟରେ କଟକ ଜଗତପୁର ସ୍ଥ ଜୟମା ମଙ୍ଗଳା ବସ୍ତି ନିମପୁର ଠାରେ ଏକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି'ଏହାକୁ କଟକ ମହାନଗର ନିଗମର ଆଡିସନାଲ୍ ଡ଼ି ଷ୍ଟକ୍ ଅରବାନ୍ପବଲ୍ଲିକ୍ ହେଲଥ୍ ଅଫିସର ଡାକ୍ତର ସତ୍ୟବ୍ରତ ମହାପାତ୍ର ଆନୁଷ୍ଠାନିକ ରୂପେ ଉଦ୍ ଘାଟନ୍
କରିଥିଲେ। ସଭାପତି ଆଇନ୍ଜୀବୀ ଦେବେନ୍ଦ୍ର କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ସ୍ତମ୍ଭକାର, କବି ଶ୍ରୀମତୀମୀରା ବେଉରା,ଟ୍ରଷ୍ଟର ଉପସଭାପତି ସୁଶ୍ରୀ ବିଦ୍ୟୁତକୁମାରୀଲାଲା' ,ବରିଷ୍ଟ ସେବିକା ବି.କେ. ମମତା ମଞ୍ଜରୀଦାସ, ସମାଜସେବୀ ଶ୍ରୀମତୀ ସୌଭାଗ୍ୟ ସ୍ମିତା ସାହୁ,ଟ୍ରଷ୍ଟର କୋଷାଧ୍ୟକ୍ଷ ଶ୍ରୀମତୀ ପାଙ୍କଜିନୀ ପରିଡ଼ା, ସମ୍ପାଦକ ଚିତ୍ତରଞ୍ଜନ ପରିଡା ଚନ୍ଦ୍ରଶେଖର ପରିଡା ଯୋଗଦାନ କରି ରୋଗୀମାନଙ୍କର ଚିକିତ୍ସା କରିଥିଲେ। ଏଥିରେ ଜଗତପୁର ୟୁପି ସ୍ ର ଡାକ୍ତର ପିୟୁଷ୍ କୁମାର ମିଶ୍ର,ସେବିକା ନର୍ମଦା ସିଂ, ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲ କୁମାର ଯତି ଆଶାକର୍ମୀ ଶ୍ରୀମତୀ ସଂନ୍ଧ୍ୟା ରାଣୀ ମହାନ୍ତି, ଶ୍ରୀମତୀସୁଭଦ୍ରା ନାୟକଘର ଘର ବୁଲି ରୋଗୀସେବା ଓ ଚ଼ିକିତ୍ସା କରିଥିଲେ l ଏଥିରେ ଟ୍ରଷ୍ଟର ସଭ୍ୟ ବୀରକିଶୋର ସିଂ,ସୁବାସ ଚ଼ନ୍ଦ୍ର ଦାସ, ସଚ଼ୀନ କୁମାର ସାହୁ, ବିଶ୍ଵଜିତ୍ମହାପାତ୍ର ଦୀପୁ ପ୍ରଧାନ ସାହାଯ୍ୟ ସହ ଯୋଗ କରିଥିଲେ। ଶେଷରେ ସଭାପତି ଦେବେନ୍ଦ୍ର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l