-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
02-Nov-2025
କଟକ : ‘ଉତ୍କଳ ସାହିତ୍ୟ ସମାଜ’ର ନବନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟମାନଙ୍କ ସଙ୍କଳ୍ପ ଉତ୍ସବ ଶତାୟୁ ସୌଧ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ହୋଇଯାଇଛି । ଏହି ସ୍ମରଣୀୟ ସମାରୋହରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗୁରୁ ମହାନ୍ତି ନବନିର୍ବାଚିତ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ, ସଂଗଠନ ସଂପାଦକ ଶଶିକାନ୍ତ ରାଉତ,
ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଏବଂ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ମୀରା ବେଉରା, ଡକ୍ଟର ଗାୟତ୍ରୀ ଦେବୀ, ଡକ୍ଟର ସେନାପତି
ପ୍ରଦ୍ୟୁମ୍ନ କେଶରୀ, ଅମିତାଭ ଖିଲାର, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ଡକ୍ଟର ରଘୁ ସାହୁ, ଡକ୍ଟର ଧରଣୀଧର ନାଥ, ରାଜକିଶୋର ସ୍ୱାଇଁ ଓ ଗୀତାଞ୍ଜଳି ପୃଷ୍ଟିଙ୍କୁ ଶପଥପାଠ କରାଇ ଥିଲେ । ଉତ୍ସବରେ ନବନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ନିର୍ବାଚନ ପରିଚାଳକ ନବକିଶୋର ଦାସ ବିଜୟୀ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୀତା ରାୟ ପରିଚାଳନା କରିଥିଲେ