-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
27-Oct-2025
ନୂଆଁପଡ଼ା(ପରମେଶ୍ଵର ମେହେର): ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୫କିମି ଦୂର ପଗାରପାଣି ଗ୍ରାମ୍ୟ ଜଙ୍ଗଲ ରେ ହାତୀପଲ ରହିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ରବିବାର ଦିନବେଳା ଅଁଳାଜୁବା ଗାଁ ଅଞ୍ଚଳରୁ ଏକ ହାତୀ ଘୁରି ବୁଲିଥିବା ନେଇ ଲୋକେ ଦେଖିବାକୁ ପାଇଥିଲେ। ପରେ ଲୋକେ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗର ଏକ ଟିମ ହାତୀ ଖୋଜିବାକୁ ବାହାରିଥିଲେ। ହାତୀଟି ପରବର୍ତ୍ତୀ ସମୟରେ ପଗାର ପାଣି ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରିଯାଇ ଥିଲା । ସେଠାରେ ଲୁଚି ରହିଥିବାରୁ ବନବିଭାଗ ଡ୍ରୋନ୍ କ୍ୟାମେରା ଖଞ୍ଜିଥିଲେ ମଧ୍ୟ ଦୃଶ୍ୟମାନ ହୋଇନଥିଲା। ତେବେ ଏହି ଖବର ପାଇଁ ନୂଆପଡ଼ା ବିଜୁଳି ବିଭାଗର ଏକ ଟିମ ପହଞ୍ଚି ଏହି ଗ୍ରାମ୍ୟ ଅଞ୍ଚଳରେ ବିଜୁଳୀ ସଂଯୋଗକୁ ବିଚ୍ଛିନ୍ନ କରିଥିବା ପ୍ରକାଶ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଉପନିର୍ବାଚନ ହେତୁ ବିଳମ୍ବିତ ରାତି ଯାଏଁ ରାଜନୈତିକ ଦଳର କର୍ମୀମାନେ ଭୋଟ ପ୍ରଚାରରେ ମାତି ଥିବାବେଳେ ଏଭଳି ହାତୀଙ୍କ ପ୍ରବେଶ ସମସ୍ତଙ୍କ ନିଦ ହଜାଇଦେଇଛି।