-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

ବାଜି ରାଉତଙ୍କ ୮୮ ତମ ଶହୀଦ ଦିବସ ପାଳନ

18-Oct-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଉଦ୍ଦେଶ୍ୟରେ ନିକଟରେ ଭବ୍ୟ ଏବଂ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ବର୍ଗତଃ ରାଉତଙ୍କର ଅଠାଅଶୀ ତମ ଶହୀଦ ଦିବସ ଅବସରରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସହଯୋଗରେ ମାସିକ ଇଂରାଜୀ ପତ୍ରିକା  ଉତ୍କଳ ଭାରତୀ ତରଫରୁ ଏକ ଆନ୍ତର୍ଜାତିକ ୱେବିନାର ଆୟୋଜିତ ହୋଇଯାଇଛି। ଏହି ଆଭାସୀ ବୈଠକରେ ଶତାଧିକ ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବୃନ୍ଦ, ବିଭିନ୍ନ ଦେଶର ଓଡ଼ିଆ ସମାଜର ପ୍ରତିନିଧି, ୱାର୍ଲଡ଼ ଓଡ଼ିଶା ସୋସାଇଟିର ସଦସ୍ୟ ଓ କର୍ମକର୍ତ୍ତା, ବିଭିନ୍ନ  ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। 
ସ୍ମୃତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍କଳ ଭାରତୀର ସଂସ୍ଥାପକ ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ ଜାତୀୟ ରାଜଧାନୀରେ ବାଜି ରାଉତଙ୍କର ଏକ ସୁରମ୍ୟ ସ୍ମୃତିପୀଠ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ। ବାର ବର୍ଷର ବାଳକ ବାଜି ରାଉତ ନିଜ ଡଙ୍ଗାରେ ଫିରିଙ୍ଗିମାନଙ୍କୁ ନେବା ପାଇଁ ମନା କରିବା ପରେ ସେମାନଙ୍କ ଗୁଳି ଦ୍ୱାରା ନୃଶଂସ ଭାବରେ ହତ୍ୟାର ଶିକାର ହେବାର ଉପାଖ୍ୟାନକୁ ସ୍ମରଣ କରି ବରେଣ୍ୟ ଅତିଥିମାନେ ଓଡ଼ିଶାର ଏହି ବିସ୍ମୟ ବାଳକ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବାଜି ରାଉତଙ୍କୁ ଦେଶପ୍ରେମର ମହାନ ପୂଜାରୀ ଆଖ୍ୟା ଦେଇ ଆନ୍ତର୍ଜାତିୟ ଅଶୋଭନୀୟ ବିରୋଧୀ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ପାଦିକା ଡଃ ଅରୁନ୍ଧତୀ ଦେବୀ ବର୍ତ୍ତମାନର ଯୁବ ପୀଢ଼ି ଦେଶ ମାତୃକା ପ୍ରତି ତାଙ୍କର ଉତ୍ସର୍ଗୀକୃତ ସାଧନାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ବାଜି ରାଉତଙ୍କର ସାହସ ଅନନ୍ୟ ଓ  ଅତୁଳନୀୟ ଥିଲା ବୋଲି ଉଲ୍ଲେଖ କରି ଭାରତ ଇତିହାସରେ ତାଙ୍କର ଯୋଗଦାନ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହେବା ଉଚିତ ବୋଲି କହିଥିଲେ । ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ବାଜି ରାଉତଙ୍କର ଆଦର୍ଶ ଜୀବନ ଏବଂ ମହାନ ଦର୍ଶନ ଯୁଗ ଯୁଗ ଧରି ଆମର ସମାଜକୁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ଦର୍ଶାଇଥିଲେ ।

ବାଜି ରାଉତଙ୍କୁ ଜାତୀୟ ଗୌରବ ବୋଲି ସୂଚାଇ ଓଲିଉଡ ଅଭିନେତା ଦେବାଶିଷ ପାତ୍ର ତାଙ୍କର ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସଭାପତି ଏବଂ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଦାସ ଢେଙ୍କାନାଳର ପ୍ରଜା ଆନ୍ଦୋଳନ, ବ୍ରିଟିଶ ସୈନିକଙ୍କ ଦୌରାତ୍ମ୍ଯର ବିଭୀଷିକା ଓ ବାଜି ରାଉତଙ୍କର ଲୋମହର୍ଷଣକାରୀ ହତ୍ୟାର ବିଷଦ ବିବରଣୀ ପ୍ରଦାନ କରିଥିଲେ।ଏହି ଆଭାସୀ ମଞ୍ଚରେ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସାଉଦି ଆରବରୁ ଅଜୟ କୁମାର ଦାସ, କ୍ୟୁଏତରୁ ବିଶ୍ୱ ରଞ୍ଜନ ସାହୁ, ୟୁ କେରୁ ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହା ସଚିବ ଶିବ ରଞ୍ଜନ ବିଶ୍ୱାଳ, ପ୍ରସିଦ୍ଧ ଗାୟିକା  ଅନିନ୍ଦିତା ଦାସ, ୱାର୍ଲଡ଼ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ସଭାପତି ଏବଂ ସୁନାମଧନ୍ୟ ନୃତ୍ୟଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତ, ଭୁବନେଶ୍ବରରୁ ହୃଷୀକେଶ ପାତ୍ର ଓ ବାସୁଦେବ ଜେନା, ସମ୍ବଲପୁରରୁ ଡଃ. ସର୍ବେଶ୍ୱର ପ୍ରଧାନ, ଭଦ୍ରକରୁ ସତ୍ୟବ୍ରତ ମହାନ୍ତି ଏବଂ ଗୁରୁଗ୍ରାମରୁ ପ୍ରହ୍ଲାଦ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ୱାର୍ଲଡ଼ ଓଡ଼ିଶା ସୋସାଇଟିର ପରିବେଶ ବିଭାଗର ସାଧାରଣ ସମ୍ପାଦକ

ରାମକୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଡିଜିଟାଲ କକ୍ଷକୁ ନନ୍ଦନ ଦ୍ବିବେଦୀ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ। 

ଏହି ୱେବିନାରରେ ଯୋଗଦେଇ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆମେରିକାରୁ ଅକ୍ଷୟ ମହାନ୍ତି, ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ନିର୍ଦେଶକ ଡଃ ସସ୍ମିତା ଦାସ, ଡଃ ଭାରତୀ, ଡଃ ରଚନା ପ୍ରସାଦ, ଡଃ ବିକାଶ ମିଶ୍ର, ଡଃ ଅଶୋକ ସହାୟ, ଡଃ ଗୀତା ଗଙ୍ଗୋତ୍ରି, ଡଃ କାବେରୀ ବେହେରା,ମୀମାଂସା ପଟ୍ଟନାୟକ, ଉତ୍କଳ ଭାରତୀର କଳା ସମ୍ପାଦକ ଅଳ୍ପନା ପଟ୍ଟନାୟକ, ଉତ୍କଳ ଭାରତୀର ମାନବ ସମ୍ବଳ ମୁଖ୍ୟ ଉତ୍ତମ ଦେଓ, ଅମନ ପଟେଲ, ଶ୍ଵେତା ବିଶ୍ବାସ, ତନିସ୍କା ସିଂ, ନିଖିଳ ବାବୁ, ଶୁଭ ପରସାଇ, ଭାରତ ସିଂହ, ନୀତିନ ଜୈସ୍ବାଲ, ରାଜ ତିଳକ,  ରୁଦ୍ରାକ୍ଷ ରିଚାରିୟା, କ୍ରିତିକା ହଂସ, ସିଦ୍ଧାନ୍ତ ରାଜ, ସୋନି,  ସ୍ନେହା, ଚାରୁ ,ମନୀଷା ଏବଂ ପ୍ରତ୍ୟୁଷ ପ୍ରମୁଖ ଅନ୍ୟତମ l ସମଗ୍ର କାର୍ଯ୍ୟକ୍ରମ କୁ ସଫଳତାର ସହିତ ଆୟୋଜନ କରିବାରେ ମୁଖ୍ୟ  ଉଦ୍ୟୋକ୍ତା ଡଃ ନିର୍ମଳ ପଟ୍ଟନାୟକଙ୍କୁ ଉତ୍କଳ ଭାରତୀର ପରିଚାଳନା ସମ୍ପାଦକ ମଧୁସ୍ମିତା ପଟ୍ଟନାୟକ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like