-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
12-Oct-2025
ବୌଦ୍ଧ(ନରେନ୍ଦ୍ର ସାହୁ): ଐତିହ ସଂପନ୍ନ ବୌଦ୍ଧଜିଲ୍ଲାରେ ରହିଛି ଅନେକ ପ୍ରଚୀନ ର୍କିିରାଜୀ । ଏହି କୀର୍ତ୍ତିରାଜି ମଧ୍ୟରେ ରହିଛି ବୌଦ୍ଧ ସହର ଉପକଣ୍ଠ ୫୭ ନମ୍ବର ଜାତୀୟ ରାଜପଥ କଡରେ ରହିଥିବା ରାମେଶ୍ୱର ମନ୍ଦିର । ତାରକା ସୂଚିତ ମନ୍ଦିର ସମୁହର ମୁଖ୍ୟ ଆରାଧ୍ୟ ଦେବତା ହେଉଛନ୍ତି ରାମେଶ୍ୱର । ର୍ବମାନ ଏହି ମନ୍ଦିର ସମୁହରେ ପରିଦୃଶ୍ୟ ତିନୋଟି ମନ୍ଦିର ପଶ୍ଚିମ ସୋମନଥ,ଭୂବନେଶ୍ୱର ଧବଳେଶ୍ୱର ମହାଦେବ ପୂଜା ପାଉଛନ୍ତି । ଏହି ମନ୍ଦିର ସମୁହ ନବମ ଶତାଦ୍ଦୀରେ ସୋମବଂଶ ରାଜାମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ସବୁ ମନ୍ଦିର ଗୁଡିକ ଅଷ୍ଟକୋଣ ନକ୍ସାରେ ନିର୍ମିତ । ମନ୍ଦିର ମଧ୍ୟରେ ପୂଜା ପାଉଥିବା ଲିଙ୍ଗର ଶକ୍ତି ଗୁଡିକ ମଧ୍ୟ ଅଷ୍ଟକୋଣୀ ଯାହା ଅନ୍ୟତ୍ର ଦେଖାଯାଏ ନାହିଁ । ମନ୍ଦିର ଗୁଡିକ ସ୍ୱତନ୍ତ୍ର ନାଲି ରଙ୍ଗର ପଥର ଉପରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖିଲେ ଯେ କେହିବି ଅଭିଭୂତ ହୋଇପଡିବ । ୧୯୫୮ ମସିହାରେ ଏହି ପ୍ରାଚୀନ ଐତିହ ସମ୍ପନ୍ନ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟୀତ୍ୱ ଭାରତୀୟ ପ୍ରତ୍ନତ୍ୱତ ବିଭାଗ ଅଧିନରେ ରହିଛି । ଏହାସତ୍ୱେ ଏହି ପ୍ରସିଦ୍ଧ ଐତିହ ପୀଠ ଆଜିବି ଅବହେଳିତ ଅବସ୍ଥାରେ ରହିଛି । ମନ୍ଦିରର ଆଖି ଦୃଶିଆ ବିକାଶ ହୋଇପାରିନାହିଁ । ରାମେଶ୍ୱର ମନ୍ଦିର ପରିସରରେ ଯେତିକି ଆଲୋକିକରଣର ଆବଶ୍ୟକତା ରହିଥିବା ବେଳେ ସେତିକି ଆଲୋକିକରଣ ହୋଇ ପାରିନଥିବାରୁ ସନ୍ଧ୍ୟାହେଲେ ଏକ ପ୍ରକାରର ଏଠି ଅନ୍ଧାର ରାଜୁତି କରୁଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ମନ୍ଦିର ଗୁଡିକ ବହୁ ପୁରୁଣା ହୋଇଥିବାରୁ ଧିରେ ଧିରେ ନାଲି ରଙ୍ଗର ପଥର ସବୁ ନଷ୍ଟ ହେବାକୁ ବସିଲାଣି । ରକ୍ଷଣ ବେକ୍ଷଣର ଅଭାବ ଯୋଗୁଁ ର୍ବମାନ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଅଧିକ ବର୍ଷା ହେଲେ ମନ୍ଦିର ପାଣି ଗଳୁଥିବାର ଅଭିଯୋଗ ହେଉଛି । ଏହାର ତୁରନ୍ତ ରକ୍ଷଣବେକ୍ଷଣ କରାନଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ । ମନ୍ଦିରକୁ ଲାଗି ରହିଥିବା ପୋଖରୀର ପୁଃନରୁଦ୍ଧାର ଆବଶ୍ୟକତା ରହିଛି । ଏହାସହ ଏଠାରେ ପର୍ଯ୍ୟଟକଙ୍କ ଆକୃଷ୍ଟ କଲାଭଳି ଯୋଜନାର ଆବଶ୍ୟକତା ରହିଛି । ଯାହାଫଳରେ ପର୍ଯ୍ୟଟକମାନେ ଆସିଲେ କିଛି ସମୟ ବିତାଇ ପାରିବେ । ରାମେଶ୍ୱର ମନ୍ଦିର ପରିସର ମଧ୍ୟରେ ନିର୍ମିତ ଗୋଟିଏ ମଣ୍ଡପରେ ନଟରାଜ ଉଗ୍ରତାରା ଆଦି ଅନେକ ର୍ମୂି ପୂଜା ପାଉଛନ୍ତି । ସେଠାରେ ଭୂମି ସ୍ପର୍ଶ ମୁଦ୍ରାରେ ଏକ ବୁଦ୍ଧମୂର୍ତି ପୂଜା ପାଉଛନ୍ତି । ଦକ୍ଷିଣ ପଶ୍ଚିମ କୋଣରେ ଥିବା ଭୂବନେଶ୍ୱର ମନ୍ଦିର ପାଶ୍ୱର୍ କାନ୍ଥରେ ଅନେକ ବୁଦ୍ଧର୍ମୂି ଖୋଦିତ ହୋଇଛି । ଐତିହାସିକମାନେ ଏହାକୁ ବୌଦ୍ଧଧର୍ମରେ ତନ୍ତ୍ରଯାନ ପ୍ରବେଶ ସମୟରେ ନିର୍ମାଣ କରାଯାଇଥିବା ବୋଲି ମତ ପ୍ରକାଶ କରିଛନ୍ତି । ମୁଖ୍ୟ ରାମେଶ୍ୱର ମନ୍ଦିରଟି ଦୁର୍ବଳ ହୋଇ ପଡିଥିବାରୁ ଭଗ୍ନାବସ୍ଥାକୁ ବିଚାର କୁ ନେଇ ତତ୍କାଳିନ ରାଜାଙ୍କ ୧୯୩୬ ମସିହାରେ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେଥିପାଇଁ ପାଶ୍ୱର୍ରେ ଏକ ଛୋଟ ମନ୍ଦିରରେ ରାମେଶ୍ୱର ମହାଦେବ ପୂଜା ପାଉଛନ୍ତି । ୧୯୪୭ ମସିହାରେ ଦେଶ ସ୍ୱାଧିନ ହେବା ପରେ ରାଜତନ୍ତ୍ରର ଅବସାନ ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା ।ପରିସର ମଧ୍ୟରେ ଥିବା ଅର୍ଦ୍ଧ ନିର୍ମିତ ମନ୍ଦିରକୁ ଦେଖିଲେ ଜଣାପଡେ ଯେ ମନ୍ଦିରଟି ସଂପୂର୍ଣ୍ଣ ହୋଇଥିଲେ ଓଡିଶାର ଏକ ସୁନ୍ଦର ମନ୍ଦିର ହୋଇପାରିଥାନ୍ତା । ମନ୍ଦିରଟି ଜାତୀୟ ରାଜପଥ କଡରେ ରହିଥିବାରୁ ରାସ୍ତାଦେଇ ଯାଉଥିବା ପର୍ଯ୍ୟଟକମାନେ ଏଠାରେ ଓହ୍ଲାଇ ଦର୍ଶନ କରି ଯାଇଥାନ୍ତି । ପ୍ରତିଦିନ ଦୁଇଶହରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିବାର ଜଣାପଡିଛି । ଜାତୀୟ ରାଜପଥ କଡରେ ମନ୍ଦିରଟି ହୋଇଥିବାରୁ ଗାଡି ଗୁଡିକର ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ଗାଡିକୁ ରଖିବାକୁ ପଡୁଛି । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏହି ପ୍ରାଚୀନ ଐତିହ ମନ୍ଦିର ସୁରକ୍ଷା ଓ ବିକାଶ ପାଇଁ ସରକାର ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଉଛି ।