-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
12-Oct-2025
ଡୁଙ୍ଗୁରିପାଲି(ପ୍ରେରଣାଖବର)-:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ସଭାପତିତ୍ବରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଏହି ଅବସରରେ ଅନୁଷ୍ଠିତ ସଭାକୁ ସଂଯୋଜନା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚନ୍ଦଳିର ସହକାରୀ ଶିକ୍ଷୟିତ୍ରୀ ନିତୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆମ ସମାଜରେ ଝିଅମାନଙ୍କ ଅବଦାନ ପୁଅ ମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ମତ ପ୍ରଦାନ୍ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସମ୍ପଦ ଖମାରୀ ଓ ରାଜୁ ମେହେର ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ୍ କରିଥିଲେ । ଛାତ୍ରୀ ଶ୍ରିମୟୀ ଶେଠ୍ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀ ପୂଜା ରାଣୀ, ଝରଣା, ଅଭା, ଦିପ୍ତିଶିଖା ଓ ପ୍ରୀତି ନିଜ ନିଜ ବକ୍ତବ୍ୟ ପ୍ରଦାନ୍ କରିଥିଲେ। ଏହି ଅବସରରେ ସୋନପୁର ଜଙ୍ଗଲ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ନବମ ଶ୍ରେଣୀର ଛାତ୍ରୀ ପାୟଲ ବିଶ୍ଵକର୍ମାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ,ମୀନକେତନ ଦାସ, ସୁରଜ୍ ଖମାରୀ , ସମୀର କାଠର, ସୌଭାଗିନି ସାହୁ, ସୂର୍ଯ୍ୟକାନ୍ତୀ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।