-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||      ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ   (11-Nov-2025)       ||     

HOME   ଅପରାଧ

ଟିଟିଲାଗଡ ବଲେରୋ ଚପାଇ ହତ୍ୟାଉଦ୍ୟମ; ପରକୀୟା ପ୍ରେମରୁ ସ୍ବାମୀକୁ ରାସ୍ତାରୁ ହଟାଇବା ଷଡଯନ୍ତ୍ର ପୁଲିସ କହିଲା ଏକପାଖିଆ ପ୍ରେମ

10-Oct-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ)  ଟିଟିଲାଗଡ ସହରରେ ଘଟିଥିବା ଜଣେ ହୋଟେଲ ମାଲିକଙ୍କୁ ପିଛା କରି  ପଛରୁ ସ୍କୁଟିରେ ଏକ ନମ୍ବରବିହୀନ ଧଳା ବଲେରୋରେ ଧକ୍କା ଦେଇ ହତ୍ୟାଉଦ୍ୟମ ମାମଲାର ପର୍ଦ୍ଦାଫାସ୍ ହୋଇଛି। ସିସିଟିଭି ଫୁଟେଜ୍ , ମୋବାଇଲ କଲ୍ ରେକର୍ଡ ଓ ମେସେଜ୍ ଇତ୍ୟାଦିର ଯାଞ୍ଚ ପରେ ଦୁଇଦିନ ତଳେ ପୁଲିସ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଡାହାଣହାତ ବୋଲାଉଥିବା ଜଣେ ଭାଜପା ଯୁବନେତା ବନାମ ବ୍ୟବସାୟୀ-ଠିକାଦାରଙ୍କୁ  ରାତିଅଧରେ ଘରୁ ଉଠାଇ ଆଣିବା ପରେ ଉକ୍ତ ବଲେରୋକୁ ସେଦିନ ଚଳାଉଥିବା ଡ୍ରାଇଭର-ମାଲିକ ଓ ଅନ୍ୟଜଣେ ସହଯୋଗୀକୁ ଗିରଫ କରିବା ସହ ବଲେରୋଟିକୁ ଜବତ କରିଛି।  ଅଭିଯୋଗରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୨୮ ତାରିଖର ରାତି ପ୍ରାୟ ୯ ଟା ୧୬ ମିନିଟ୍ ରେ ରେଳଷ୍ଟେସନ

ନିକଟସ୍ଥ 'ସନ୍ ଭ୍ୟୁ' ହୋଟେଲର ମାଲିକ ଶିବଦୟାଲ ଜୈନ ତାଙ୍କ ସ୍କୁଟିରେ ଏକାକୀ ଘରକୁ ଫେରୁଥିଲା ବେଳେ ହୋଟେଲ ପାଖରୁ ପିଛା କରି ଆସି ତାଙ୍କ ଘର ପାଖରେ ଏକ ନମ୍ବର ବିହୀନ ଧଳା ବଲେରୋ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେ ଆହତ ହେବା ସତ୍ତ୍ବେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବଞ୍ଚିଯାଇଥିଲେ।  ହତ୍ୟା ଉଦ୍ୟମର ଶିକାର ହୋଇଥିବା  ଟିଟିଲାଗଡ ରେଳଷ୍ଟେସନ ନିକଟସ୍ଥ 'ସନ୍ ଭିଉ' ହୋଟେଲ ମାଲିକ ସ୍ଥାନୀୟ ବାସିନ୍ଦା ଶିବଦୟାଲ୍ ଜୈନ ଓ  ହତ୍ୟାର ମାଷ୍ଟର ମାଇଣ୍ଡ୍ ଅଭିଯୁକ୍ତ ସେହି ଟିଟିଲାଗଡର ଅଙ୍କୁର ଅଗ୍ରବାଲ୍  ଏବଂ ଏହାର କାରଣ ଶିବଦୟାଲଙ୍କ ସ୍ତ୍ରୀଙ୍କୁ ହାସଲ କରିବାକୁ ସ୍ବାମୀକୁ ରାସ୍ତାରୁ ହଟାଇଦେବାକୁ ଷଡଯନ୍ତ୍ର ବୋଲି ପୁଲିସ କହିଛି । ଏହି ମାମଲାରେ ଅଦ୍ୟାବଧି ମୁଖ୍ଯ ଅଭିଯୁକ୍ତ ଅଙ୍କୁର ଅଗ୍ରବାଲ ସମେତ ମୁରିବାହାଲ ହାଟପଦାପଡାର ବଲେରୋ ଡ୍ରାଇଭର-ମାଲିକ ଚୁନୁ ଓରଫ ନରେଶ ବେହେରା ଓ ଡୁଙ୍ଗୁରିଗୁଡା ଗ୍ରାମର ଭକ୍ତବନ୍ଧୁ ଖର୍ସେଲ ମୋଟ ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟଚାଲାଣ କରିଛି।  

ଗତକାଲି ବଲାଙ୍ଗୀର ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ , ଟିଟିଲାଗଡ ଥାନାରେ ଶିବଦୟାଲ ଜୈନଙ୍କ ଏତଲା ପରେ ଏକ ମାମଲା ଋଜୁ କରାଯାଇ ତଦନ୍ତରୁ ଏହା ଏକ ଦୁର୍ଘଟଣା ନୁହେଁ, ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଜଣାପଡିଥିଲା।  ଏହାପଛରେ ଅଙ୍କୁରର ହାତ ଥିବା ଜଣାପଡିବାରୁ ଘଟଣାର ୧୦ ଦିନ ପରେ ପୁଲିସ ଅଙ୍କୁରକୁ ଉଠାଇ ନେଇ ଜେରା କରିବାରୁ ଅଭିଯୁକ୍ତ ଦୋଷସ୍ବୀକାର କରିଥିବା ପ୍ରକାଶ। ଏହା ଏକ ଏକପାଖିଆ ପ୍ରେମ ଥିଲା ଓ ସେଥିପାଇଁ ପ୍ରାୟ ଦେଢବର୍ଷ ହେଲା ଅଭିଯୁକ୍ତ ବିଭିନ୍ନ ସିମ୍ ଲଗାଇ ଉକ୍ତ ମହିଳାଙ୍କୁ ମେସେଜ୍ ପଠାଇ ବ୍ଲାକ୍ ମେଲ୍ କରି ଆସୁଥିଲା। କାରଣ ଅଭିଯୁକ୍ତ ନିଜେ ଏକ ସିମ୍ କମ୍ପାନୀର ଡିଲର୍ ଥିବାରୁ ଭିନ୍ନ ଭିନ୍ନ ଗ୍ରାହକଙ୍କ ନାଁ'ରେ ଥିବା ସିମ୍ ରେ ଏହିକାମ କରୁଥିଲା। ଏ ସମ୍ପର୍କରେ ସିନ୍ଧେକେଲା ଥାନାରେ ମଧ୍ଯ  ରାମଚନ୍ଦ୍ର ବାଗଙ୍କ ଅଭିଯୋଗ ଆଧାରରେ ଏକ ମାମଲା ଋଜୁ ହୋଇଛି। ଗୋଟେ ସିମ୍ କୁ ବ୍ଲକ୍ କରିଦେଲେ ପୁଣି ନୂଆ ନୂଆ ସିମ୍ ଲଗାଇ ଧମକଚମକ ଦେଉ ଥିଲା। ଶେଷରେ ନିଜର ଉଦ୍ଦେଶ୍ଯରେ ବିଫଳ ହେବାରୁ ଅଙ୍କୁର ଉକ୍ତ  ନରେଶ ଓ ଭକ୍ତଙ୍କୁ ୫ ଲକ୍ଷ ଟଙ୍କାର ସୁପାରି ଓ ୫୦ ହଜାର ଟଙ୍କା ଅଗ୍ରୀମ ଦେଇ ଶିବଦୟାଲଙ୍କୁ ହତ୍ୟା କରି ଦେବାକୁ ନିୟୋଜିତ କରିଥିଲା।  ତେବେ ଅଙ୍କୁରକୁ ପୁଲିସ ରିମାଣ୍ଡରେ ଅଣାଯିବ।  ଶିବଦୟାଲଙ୍କ ପତ୍ନୀଙ୍କର କିଛି ଦୋଷ ନାହିଁ । ତେବେ ତାଙ୍କ ପତ୍ନୀଙ୍କ ମୋବାଇଲର ମଧ୍ୟ ଅଧିକ ଯାଞ୍ଚ କରିବାକୁ ପଠାଯିବ ବୋଲି ଏସ୍ ପି ସୂଚନା ଦେଇଥିବା ପ୍ରକାଶ।

ତେବେ ଅସମର୍ଥିତ ସୂତ୍ର ଅନୁଯାୟୀ , ଉଭୟେ ଶିବଦୟାଲ ଓ ଅଙ୍କୁର ବିବାହିତ ଓ ଦୁଇ ଦୁଇଟି ସନ୍ତାନର ଜନକ ।  ନର୍ଲାରୁ ବିବାହିତ ଶିବଦୟାଲଙ୍କ ପତ୍ନୀଙ୍କ ସହିତ ପରକୀୟା ପ୍ରେମ ସମ୍ପର୍କର ନଗ୍ନଫଟୋ ( କଥିତମତେ ଏଡିଟିଂ କରି )  ପଠାଇ ଅଭିଯୁକ୍ତ ଅଙ୍କୁର , ଶିବଦୟାଲଙ୍କୁ ବ୍ଲାକ୍ ମେଲ୍ କରି ୧୦ ଲକ୍ଷ ଟଙ୍କା ଦାବି କରିଥିବା ଓ ନଦେଲେ ସୋସିଆଲ ମିଡିଆରେ ଛାଡିଦେବାକୁ ଧମକ ଦେଇଥିବା ଏବଂ ଶିବଦୟାଲ ତା'ର ଏଭଳି ବ୍ଲାକ୍ ମେଲିଂ ବିରୁଦ୍ଧରେ ବରଂ ପୁଲିସର ଆଶ୍ରୟ ନେବାକୁ କହିବା ପରେ, ଅଙ୍କୁର ଏଭଳି ଚରମ ପଦକ୍ଷେପ ନେଇଥିଲା । 

 ଅଙ୍କୁର ଏଭଳି ଭାବରେ ମହିଳାମାନଙ୍କୁ ଜାଲ୍ ସିମ୍ ରେ ବ୍ଲାକ୍ ମେଲିଂ କରି ସ୍ବାର୍ଥସାଧନ କରୁଥିଲା । ଗତ ଜୁନ୍  ୧୫ ତାରିଖରେ ଜଣେ ବିବାହିତା ମହିଳା ସ୍କୁଟିରେ ବେଲଗାଁ' ରାସ୍ତାରେ ବାନ୍ଧୁପଲା ନିକଟସ୍ଥ ଅଙ୍କୁରର ଫାର୍ମହାଉସ୍ କୁ ଯାଇଥିଲା ବେଳେ ପୂର୍ବରୁ ସନ୍ଦେହ ଯୋଗୁଁ ଉକ୍ତ ମହିଳାଙ୍କ ସ୍ବାମୀ ସେହି ସ୍କୁଟିରେ ଗୁପ୍ତରେ ଲଗାଇଥିବା ଜିପିଏସ ରୁ ସେ ସମ୍ପର୍କରେ ଜାଣିପାରି ତାଙ୍କ ସ୍ତ୍ରୀଙ୍କୁ ଘରେ ପିଟାମରା କରିଥିବା ଚର୍ଚ୍ଚା ହେଉଛି ।  କିନ୍ତୁ ଘରର ଇଜ୍ଜତହାନୀ ଦୃଷ୍ଟିରୁ ଓ ସମାଜର ଏକ ଗୁପ୍ତବୈଠକ ବସି  ଏହି ଘଟଣା ଓ ପ୍ରକୃତ କାରଣକୁ ଲୁଚାଯାଇଥିବା କୁହାଯାଉଛି ।

ଏହି ହତ୍ୟାକରିବାକୁ ୫ ଲକ୍ଷ ଟଙ୍କାର ସୁପାରୀରୁ ଅଙ୍କୁର ନରେଶକୁ ୪୦ ହଜାର ଟଙ୍କା ଅଗ୍ରୀମ ଦେଇଥିବା ଓ ଗତ ଅଗଷ୍ଟରୁ ଝାରସୁଗୁଡାର ଉକ୍ତ ସେକେଣ୍ଡ୍ ହାଣ୍ଡ୍ ବଲେରୋଟିକୁ ନରେଶ କିଣିଥିବା ପ୍ରକାଶ  । ହତ୍ୟାଉଦ୍ୟମ କରିସାରି ନରେଶ ଓ ଭକ୍ତ ପାଟଣାଗଡ ଓ ସେଠାରୁ ସମ୍ବଲପୁର ପଳାଇଯାଇ ବଲେରୋର ଷ୍ଟିକରିଂ ବଦଳାଇ ଭାଙ୍ଗିଥିବା ସାମନାପଟର ଡେଣ୍ଟିଂ  କରିଥିଲେ । ଶେଷରେ ଅଙ୍କୁରର ଫାର୍ମହାଉସ୍ ରୁ ଉକ୍ତ ବଲେରୋଟିକୁ ପୁଲିସ ଜବତ କରିଥିବା ପ୍ରକାଶ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025
  ଜିଲ୍ଲା  
ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   11-Nov-2025

You Might Also Like