-+91-9937148622 |

prerana_bgr@rediffmail.com |

  Sunday 19th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||     

HOME   ଅପରାଧ

ଟିଟିଲାଗଡ ବଲେରୋ ଚପାଇ ହତ୍ୟାଉଦ୍ୟମ; ପରକୀୟା ପ୍ରେମରୁ ସ୍ବାମୀକୁ ରାସ୍ତାରୁ ହଟାଇବା ଷଡଯନ୍ତ୍ର ପୁଲିସ କହିଲା ଏକପାଖିଆ ପ୍ରେମ

10-Oct-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ)  ଟିଟିଲାଗଡ ସହରରେ ଘଟିଥିବା ଜଣେ ହୋଟେଲ ମାଲିକଙ୍କୁ ପିଛା କରି  ପଛରୁ ସ୍କୁଟିରେ ଏକ ନମ୍ବରବିହୀନ ଧଳା ବଲେରୋରେ ଧକ୍କା ଦେଇ ହତ୍ୟାଉଦ୍ୟମ ମାମଲାର ପର୍ଦ୍ଦାଫାସ୍ ହୋଇଛି। ସିସିଟିଭି ଫୁଟେଜ୍ , ମୋବାଇଲ କଲ୍ ରେକର୍ଡ ଓ ମେସେଜ୍ ଇତ୍ୟାଦିର ଯାଞ୍ଚ ପରେ ଦୁଇଦିନ ତଳେ ପୁଲିସ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଡାହାଣହାତ ବୋଲାଉଥିବା ଜଣେ ଭାଜପା ଯୁବନେତା ବନାମ ବ୍ୟବସାୟୀ-ଠିକାଦାରଙ୍କୁ  ରାତିଅଧରେ ଘରୁ ଉଠାଇ ଆଣିବା ପରେ ଉକ୍ତ ବଲେରୋକୁ ସେଦିନ ଚଳାଉଥିବା ଡ୍ରାଇଭର-ମାଲିକ ଓ ଅନ୍ୟଜଣେ ସହଯୋଗୀକୁ ଗିରଫ କରିବା ସହ ବଲେରୋଟିକୁ ଜବତ କରିଛି।  ଅଭିଯୋଗରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୨୮ ତାରିଖର ରାତି ପ୍ରାୟ ୯ ଟା ୧୬ ମିନିଟ୍ ରେ ରେଳଷ୍ଟେସନ

ନିକଟସ୍ଥ 'ସନ୍ ଭ୍ୟୁ' ହୋଟେଲର ମାଲିକ ଶିବଦୟାଲ ଜୈନ ତାଙ୍କ ସ୍କୁଟିରେ ଏକାକୀ ଘରକୁ ଫେରୁଥିଲା ବେଳେ ହୋଟେଲ ପାଖରୁ ପିଛା କରି ଆସି ତାଙ୍କ ଘର ପାଖରେ ଏକ ନମ୍ବର ବିହୀନ ଧଳା ବଲେରୋ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେ ଆହତ ହେବା ସତ୍ତ୍ବେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବଞ୍ଚିଯାଇଥିଲେ।  ହତ୍ୟା ଉଦ୍ୟମର ଶିକାର ହୋଇଥିବା  ଟିଟିଲାଗଡ ରେଳଷ୍ଟେସନ ନିକଟସ୍ଥ 'ସନ୍ ଭିଉ' ହୋଟେଲ ମାଲିକ ସ୍ଥାନୀୟ ବାସିନ୍ଦା ଶିବଦୟାଲ୍ ଜୈନ ଓ  ହତ୍ୟାର ମାଷ୍ଟର ମାଇଣ୍ଡ୍ ଅଭିଯୁକ୍ତ ସେହି ଟିଟିଲାଗଡର ଅଙ୍କୁର ଅଗ୍ରବାଲ୍  ଏବଂ ଏହାର କାରଣ ଶିବଦୟାଲଙ୍କ ସ୍ତ୍ରୀଙ୍କୁ ହାସଲ କରିବାକୁ ସ୍ବାମୀକୁ ରାସ୍ତାରୁ ହଟାଇଦେବାକୁ ଷଡଯନ୍ତ୍ର ବୋଲି ପୁଲିସ କହିଛି । ଏହି ମାମଲାରେ ଅଦ୍ୟାବଧି ମୁଖ୍ଯ ଅଭିଯୁକ୍ତ ଅଙ୍କୁର ଅଗ୍ରବାଲ ସମେତ ମୁରିବାହାଲ ହାଟପଦାପଡାର ବଲେରୋ ଡ୍ରାଇଭର-ମାଲିକ ଚୁନୁ ଓରଫ ନରେଶ ବେହେରା ଓ ଡୁଙ୍ଗୁରିଗୁଡା ଗ୍ରାମର ଭକ୍ତବନ୍ଧୁ ଖର୍ସେଲ ମୋଟ ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟଚାଲାଣ କରିଛି।  

ଗତକାଲି ବଲାଙ୍ଗୀର ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ , ଟିଟିଲାଗଡ ଥାନାରେ ଶିବଦୟାଲ ଜୈନଙ୍କ ଏତଲା ପରେ ଏକ ମାମଲା ଋଜୁ କରାଯାଇ ତଦନ୍ତରୁ ଏହା ଏକ ଦୁର୍ଘଟଣା ନୁହେଁ, ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଜଣାପଡିଥିଲା।  ଏହାପଛରେ ଅଙ୍କୁରର ହାତ ଥିବା ଜଣାପଡିବାରୁ ଘଟଣାର ୧୦ ଦିନ ପରେ ପୁଲିସ ଅଙ୍କୁରକୁ ଉଠାଇ ନେଇ ଜେରା କରିବାରୁ ଅଭିଯୁକ୍ତ ଦୋଷସ୍ବୀକାର କରିଥିବା ପ୍ରକାଶ। ଏହା ଏକ ଏକପାଖିଆ ପ୍ରେମ ଥିଲା ଓ ସେଥିପାଇଁ ପ୍ରାୟ ଦେଢବର୍ଷ ହେଲା ଅଭିଯୁକ୍ତ ବିଭିନ୍ନ ସିମ୍ ଲଗାଇ ଉକ୍ତ ମହିଳାଙ୍କୁ ମେସେଜ୍ ପଠାଇ ବ୍ଲାକ୍ ମେଲ୍ କରି ଆସୁଥିଲା। କାରଣ ଅଭିଯୁକ୍ତ ନିଜେ ଏକ ସିମ୍ କମ୍ପାନୀର ଡିଲର୍ ଥିବାରୁ ଭିନ୍ନ ଭିନ୍ନ ଗ୍ରାହକଙ୍କ ନାଁ'ରେ ଥିବା ସିମ୍ ରେ ଏହିକାମ କରୁଥିଲା। ଏ ସମ୍ପର୍କରେ ସିନ୍ଧେକେଲା ଥାନାରେ ମଧ୍ଯ  ରାମଚନ୍ଦ୍ର ବାଗଙ୍କ ଅଭିଯୋଗ ଆଧାରରେ ଏକ ମାମଲା ଋଜୁ ହୋଇଛି। ଗୋଟେ ସିମ୍ କୁ ବ୍ଲକ୍ କରିଦେଲେ ପୁଣି ନୂଆ ନୂଆ ସିମ୍ ଲଗାଇ ଧମକଚମକ ଦେଉ ଥିଲା। ଶେଷରେ ନିଜର ଉଦ୍ଦେଶ୍ଯରେ ବିଫଳ ହେବାରୁ ଅଙ୍କୁର ଉକ୍ତ  ନରେଶ ଓ ଭକ୍ତଙ୍କୁ ୫ ଲକ୍ଷ ଟଙ୍କାର ସୁପାରି ଓ ୫୦ ହଜାର ଟଙ୍କା ଅଗ୍ରୀମ ଦେଇ ଶିବଦୟାଲଙ୍କୁ ହତ୍ୟା କରି ଦେବାକୁ ନିୟୋଜିତ କରିଥିଲା।  ତେବେ ଅଙ୍କୁରକୁ ପୁଲିସ ରିମାଣ୍ଡରେ ଅଣାଯିବ।  ଶିବଦୟାଲଙ୍କ ପତ୍ନୀଙ୍କର କିଛି ଦୋଷ ନାହିଁ । ତେବେ ତାଙ୍କ ପତ୍ନୀଙ୍କ ମୋବାଇଲର ମଧ୍ୟ ଅଧିକ ଯାଞ୍ଚ କରିବାକୁ ପଠାଯିବ ବୋଲି ଏସ୍ ପି ସୂଚନା ଦେଇଥିବା ପ୍ରକାଶ।

ତେବେ ଅସମର୍ଥିତ ସୂତ୍ର ଅନୁଯାୟୀ , ଉଭୟେ ଶିବଦୟାଲ ଓ ଅଙ୍କୁର ବିବାହିତ ଓ ଦୁଇ ଦୁଇଟି ସନ୍ତାନର ଜନକ ।  ନର୍ଲାରୁ ବିବାହିତ ଶିବଦୟାଲଙ୍କ ପତ୍ନୀଙ୍କ ସହିତ ପରକୀୟା ପ୍ରେମ ସମ୍ପର୍କର ନଗ୍ନଫଟୋ ( କଥିତମତେ ଏଡିଟିଂ କରି )  ପଠାଇ ଅଭିଯୁକ୍ତ ଅଙ୍କୁର , ଶିବଦୟାଲଙ୍କୁ ବ୍ଲାକ୍ ମେଲ୍ କରି ୧୦ ଲକ୍ଷ ଟଙ୍କା ଦାବି କରିଥିବା ଓ ନଦେଲେ ସୋସିଆଲ ମିଡିଆରେ ଛାଡିଦେବାକୁ ଧମକ ଦେଇଥିବା ଏବଂ ଶିବଦୟାଲ ତା'ର ଏଭଳି ବ୍ଲାକ୍ ମେଲିଂ ବିରୁଦ୍ଧରେ ବରଂ ପୁଲିସର ଆଶ୍ରୟ ନେବାକୁ କହିବା ପରେ, ଅଙ୍କୁର ଏଭଳି ଚରମ ପଦକ୍ଷେପ ନେଇଥିଲା । 

 ଅଙ୍କୁର ଏଭଳି ଭାବରେ ମହିଳାମାନଙ୍କୁ ଜାଲ୍ ସିମ୍ ରେ ବ୍ଲାକ୍ ମେଲିଂ କରି ସ୍ବାର୍ଥସାଧନ କରୁଥିଲା । ଗତ ଜୁନ୍  ୧୫ ତାରିଖରେ ଜଣେ ବିବାହିତା ମହିଳା ସ୍କୁଟିରେ ବେଲଗାଁ' ରାସ୍ତାରେ ବାନ୍ଧୁପଲା ନିକଟସ୍ଥ ଅଙ୍କୁରର ଫାର୍ମହାଉସ୍ କୁ ଯାଇଥିଲା ବେଳେ ପୂର୍ବରୁ ସନ୍ଦେହ ଯୋଗୁଁ ଉକ୍ତ ମହିଳାଙ୍କ ସ୍ବାମୀ ସେହି ସ୍କୁଟିରେ ଗୁପ୍ତରେ ଲଗାଇଥିବା ଜିପିଏସ ରୁ ସେ ସମ୍ପର୍କରେ ଜାଣିପାରି ତାଙ୍କ ସ୍ତ୍ରୀଙ୍କୁ ଘରେ ପିଟାମରା କରିଥିବା ଚର୍ଚ୍ଚା ହେଉଛି ।  କିନ୍ତୁ ଘରର ଇଜ୍ଜତହାନୀ ଦୃଷ୍ଟିରୁ ଓ ସମାଜର ଏକ ଗୁପ୍ତବୈଠକ ବସି  ଏହି ଘଟଣା ଓ ପ୍ରକୃତ କାରଣକୁ ଲୁଚାଯାଇଥିବା କୁହାଯାଉଛି ।

ଏହି ହତ୍ୟାକରିବାକୁ ୫ ଲକ୍ଷ ଟଙ୍କାର ସୁପାରୀରୁ ଅଙ୍କୁର ନରେଶକୁ ୪୦ ହଜାର ଟଙ୍କା ଅଗ୍ରୀମ ଦେଇଥିବା ଓ ଗତ ଅଗଷ୍ଟରୁ ଝାରସୁଗୁଡାର ଉକ୍ତ ସେକେଣ୍ଡ୍ ହାଣ୍ଡ୍ ବଲେରୋଟିକୁ ନରେଶ କିଣିଥିବା ପ୍ରକାଶ  । ହତ୍ୟାଉଦ୍ୟମ କରିସାରି ନରେଶ ଓ ଭକ୍ତ ପାଟଣାଗଡ ଓ ସେଠାରୁ ସମ୍ବଲପୁର ପଳାଇଯାଇ ବଲେରୋର ଷ୍ଟିକରିଂ ବଦଳାଇ ଭାଙ୍ଗିଥିବା ସାମନାପଟର ଡେଣ୍ଟିଂ  କରିଥିଲେ । ଶେଷରେ ଅଙ୍କୁରର ଫାର୍ମହାଉସ୍ ରୁ ଉକ୍ତ ବଲେରୋଟିକୁ ପୁଲିସ ଜବତ କରିଥିବା ପ୍ରକାଶ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   19-Jul-2026
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026

You Might Also Like