-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
10-Oct-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ଡୁଙ୍ଗୁରିପାଲି ସମାଜ ପାଠକ ମଂଚ ପକ୍ଷରୁ ଗୋପଦନ୍ଧୁଙ୍କ ୧୪୮ତମ ଜୟନ୍ତୀ ସ୍ଥାନୀୟ କରତକଳ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପାଠକ ମଂଚର ସଭାପତି ମଧୁସୁଦନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆବାହକ ରତ୍ନାକର ସେଠ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ସୁବାଷ ଚନ୍ଦ୍ର ପାତ୍ର ନଈବଢି ରଚନା ଲେଖିବା ବେଳେ ସେଥିରେ ଗୋପବନ୍ଧୁଙ୍କ ସମାଜସେବା ନଲେଖୁଲେ ପ୍ରବନ୍ଧ ଅଧୁରା ହୋଇଥାଏବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ କିଶୋର ମେହେର ଯୋଗ ଦେଇ ଗୋପବନ୍ଧୁଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ରବିନ୍ଦ୍ର ନାଥ ନ ଟେଗୋରଙ୍କ ସ୍କୁଲ ସହିତ ସାମଞ୍ଜସ୍ୟତା ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ପଧାନ ଡୁଙ୍ଗୁରିପାଲି ସମାଜ ପାଠକ ମଂଚ ପକ୍ଷରୁ ଗୋପବନ୍ଧୁଙ୍କ କବିତା, ଲେଖା ଥିବା ବହିକୁ ନେଇ ଏକ କ୍ଷୁଦ୍ର ଲାଇବ୍ରେରି କରାଯିବାକୁ ପ୍ରସ୍ତାବ ଦେଇଥିଲେ ।ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ସେ ଯୋଗାଇ ଦେବେ ବୋଲି କହିଥିଲେ। ଚିତ୍ତରଞ୍ଜନ ବିଶ୍ଵାଳ ଗୋପବନ୍ଧୁ ଜୟନ୍ତୀ ସମସ୍ତ ବିଦ୍ୟାଳୟରେ ପାଳନ କରାଯିବାକୁ ସରକାରଙ୍କୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଦେଇଥିଲେ ।ଗୋବିନ୍ଦ ଚନ୍ଦ୍ର ତ୍ରୀପାଠି, ଜୟ ପଧାନ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ମିଶ୍ର, ପ୍ରଶାନ୍ତ ସେଠ, ଗୋପାଳ ବାରିକ, ଇନ୍ଦିରା ସାହୁ, ନରେନ୍ଦ୍ର କୁମାର ପୁରୋହିତ, ଜୟଦେବ ମହାକୁର, ନରୋତ୍ତମ ବରିହା, ହରିହର ମାଝି ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହ ଯୋଗ କରି ଥିଲେ ।ଶେଷରେ ଶିକ୍ଷକ ଅମୁଲ୍ୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଜୟନ୍ତୀ ପାଳନ ସଭାପତି ଅରବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀମିଶ୍ର ଗୋପବନ୍ଧୁ ଏକାଧାରରେ ଜଣେ ସାମ୍ବାଦିକ, ସମାଜସେବୀ, ଅନୁଭବି ଦରଦୀ ମଶିଷ ବୋଲି ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ । ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସମାଜ ଖବର କାଗଳ ଓଡିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସଂଘର ସମ୍ପାଦକ ଘନଶ୍ୟାମ ମେହେର, ପ୍ରଶାନ୍ତ ସେଠ, ଶିଶୁପାଳ ଖମାରୀ : ତୁଳସ ପ୍ରସାଦ ଦାଶ, କମଳ ମେହେର, ମହନ ମେହେର, ନରେଶ ପଧାନ, ପୂର୍ଣଚନ୍ଦ୍ର ପଣ୍ଡା, ଲକ୍ଷ୍ମଣ ନାଏକ,ଟଙ୍କଧର ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଡୁଙ୍ଗୁରିପାଲି ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାଯ୍ୟ ବିଭୁତି ଭୂଷଣ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି ପ୍ରଥମେ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀପଣ୍ଡା ଗୋପବନ୍ଧୁଙ୍କ ଜୀବନା ବିଷୟରେ ଉପସ୍ଥାପନ କରିଥିଲେ । ଗୁରୁଜୀ ରାମେଶ୍ବର ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ଉପରେ ଉପସ୍ଥାପନ କରିଥିବା ବେଳେ ବନବାସ୍ତୁ ଗୁରୁଜୀ ଗୋପବନ୍ଧୁଙ୍କ ସେବା ବିଷୟରେ ଆଲୋକପାତ କରିଥିଲେ ।