-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
06-Oct-2025
ବଲାଙ୍ଗୀର(ପ୍ରେରଣା ଖବର): ୨୦୨୫-୨୬ ଶିକ୍ଷା ବର୍ଷରେ +୨ ଓ +୩ ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜେଏସ୍ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟରେ 'ଫ୍ରେସର୍ ଡେ' ଭାବରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ବିଶେଷ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ବିଧାୟକ କଳିକେଶ ନାରୟଣ ସିଂ ଦେଓ ଯୋଗ ଦେଇ ଫ୍ରେସର୍ ଡେ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ମାତ୍ର ଏହା ତୁମର କଲେଜ ଅଭିଜ୍ଞତାର ଆରମ୍ଭକୁ ଚିହ୍ନିତ କରେ ବୋଲି କହିଥିଲେ l ଏହା କେବଳ ଏକ ଛାତ୍ର ଭାବରେ ଆରମ୍ଭ କରିବା ତାହା ନୁହେଁ ବରଂ ଆପଣ ଉଜ୍ଜ୍ୱଳ ମନ ଏବଂ ଅନନ୍ୟ ବ୍ୟକ୍ତି ବିଶେଷ ଭାବରେ ସୃଷ୍ଟି ହେବାର ଆରମ୍ଭ ଅଟେ, ନୂତନ ବନ୍ଧୁତା ସୃଷ୍ଟି କରିବା ଏବଂ ପ୍ରତିଟି ଭବିଷ୍ୟତକୁ ଗଠନ କରିବା ନିମନ୍ତେ ଏହା ଏକ ଆରମ୍ଭ ଅଟେ ବୋଲି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦ୍ୟେଶରେ ବିଧାୟକ ଶ୍ରୀ ସିଂହଦେଓ ଉଦବୋଧନ ଦେଇଥିଲେ l
ସମ୍ମାନନୀୟ ଅତିଥି ଭାବରେ ଟ୍ୟାକ୍ସ ବାର ଆସୋସିଏସନର ସଭାପତି ସାନ୍ତନୁ ଭୋଇ, ଏବଂ ସମାଜସେବୀ ଓ ସହଜୋଗ ଫଉଣ୍ଡେସନ ଅନୁଷ୍ଠାନର ସଭାପତି ଅନିଲ ମୋଦିଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା ମନୋରଂଜନ ସାହୁ ଛାତ୍ରଛାତ୍ରୀମାନଙ୍କୁ ଅନେକ ବିଷୟରେ ଉପଦେଶ ପ୍ରଦାନ କରିବା ସହିତ ଏକ ଉତ୍ତମ ଶିକ୍ଷl ବର୍ଷ ହେଉ ବୋଲି ଶୁଭେଚ୍ଛା ଜ୍ଞାପନ କରିଥିଲେ। ପୁଣି କଲେଜ ସଭାପତି ପୀତବାସ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ବାକ୍ୟ ଦ୍ୱାରା ଶୁଭେଚ୍ଛା କାମନା କରିଥିଲେ । ଶେଷରେ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଭବିଷ୍ୟତ
ଗଠନ କରିବାରେ ଏକ ଉତ୍ତମ ଶିକ୍ଷା ନିତାନ୍ତ ଦରକାର ବୋଲି ଉତ୍ସାହ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟର ଆୟୋଜନ ହୋଇଥିଲା ପୁଣି ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ମିଷ୍ଟର ଫ୍ରେସର୍ ଏବଂ ମିସ୍ ଫ୍ରେସର୍ ପ୍ରତିଯୋଗିତା ପାଇଁ ପ୍ରଶ୍ନ ଉତ୍ତର ରାଉଣ୍ଡ କରାଯିବା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ମିଷ୍ଟର ଫ୍ରେସର ୨୦୨୫ ଭାବରେ ଆଦର୍ଶ ମେହେର (+୨ ପ୍ରଥମ ବର୍ଷ ବାଣିଜ୍ୟ), ଓମ୍ କାର ମେହେର (+୨ ପ୍ରଥମ ବର୍ଷ କଳା), ବିଭୁ ଭୁଷଣ ମିଶ୍ର(+୨ ପ୍ରଥମ ବର୍ଷ ବିଜ୍ଞାନ) ଓ ପ୍ରବୀଣ ମିଶ୍ର (+୩ ପ୍ରଥମ ବର୍ଷ ବାଣିଜ୍ୟ) ବିଜେତା ହୋଇଥିବ ବେଲେ ଓ ମିସ୍ ଫ୍ରେଶର୍ ଭାବରେ କୁମାରି ଉମି ସର୍ଲ୍ମା (+୨ ପ୍ରଥମ ବର୍ଷ ବାଣିଜ୍ୟ), କୁମାରି ରୋଜାଲି ବେହେରା (+୨ ପ୍ରଥମ ବର୍ଷ କଳା) , କୁମାରି ଖୁସୀମୟୀ ସାହୁ (+୨ ପ୍ରଥମ ବର୍ଷ ବିଜ୍ଞାନ) ଓ କୁମାରି ସୁନିଧି ଆଗ୍ରଓ୍ୱାଲ.(+୩ ପ୍ରଥମ ବର୍ଷ ବାଣିଜ୍ୟ) ବିଜେତା ଘୋଷିତ ହୋଇଥିଲେ l