-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
28-Jan-2021
ନୂଆଦିଲ୍ଲୀ (ପ୍ରେରଣା ଖବର ବ୍ୟୁରୋ) :+: ଅଷ୍ଟ୍ରେଲୀୟ ଅମ୍ପାୟାର ବ୍ରୁସ୍ ଅକ୍ସେନଫୋର୍ଡ ଗୁରୁବାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍କୁ ଅଲବିଦା କହିଛନ୍ତି । ବିଗତ ୧୫ ବର୍ଷ ଧରି କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ପରିଚାଳନା ଦାୟିତ୍ବ ତୁଲାଇଥିବା ଅକ୍ସେନଫୋର୍ଡଙ୍କୁ ଆଉ ପଡିଆ ମଧ୍ୟରେ ଦେଖିବାକୁ ମିଳିବ ନାହିଁ ।
୬୦ ବର୍ଷୀୟ ବ୍ରୁସ୍ ଅକ୍ସେନଫୋର୍ଡ ୨୦୧୨ ମସିହାରୁ ଆଇସିସି ଏଲିଟି ପ୍ୟାନେଲ୍ର ନିୟମିତ ସଦସ୍ୟ ରହିଆସିଥିଲେ । ସେ ମୋଟ ୬୨ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି । ଶେଷ ଥର ପାଇଁ ବ୍ରିସବେନ୍ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ମ୍ୟାଚ୍ ପରିଚାଳନା କରିଥିଲେ ଅକ୍ସେନଫୋର୍ଡ ।
ଅବସର ଘୋଷଣା କରିଥିବା ବ୍ରୁସ୍ ଅକ୍ସେନଫୋର୍ଡ କହିଛନ୍ତି, ‘ଅମ୍ପାୟାର ଭାବେ ମ୍ୟାଚ୍ ପରିଚାଳନା କରିବା ଗର୍ବର ବିଷୟ । ମୋତେ ବିଶ୍ବାସ ହେଉନାହିଁ ଯେ, ମୁଁ ପ୍ରାୟ ୨୦୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛି । ଲମ୍ବା ସମୟ ଧରି ମ୍ୟାଚ୍ ପରିଚାଳନା କରିବା କେବେ କଳ୍ପନା କରିନଥିଲି’ ।
ଅକ୍ସେନଫୋର୍ଡ ୨୦୦୬ ଜାନୁୟାରୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚ୍ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରାୟ ୩ଟି ଦିନିକିଆ ବିଶ୍ବକପ ଏବଂ ୩ଟି ଟି-ଟ୍ବେଣ୍ଟି ବିଶ୍ବକପରେ ଅମ୍ପାୟାରିଂ କରିସାରିଛନ୍ତି । ୨୦୧୨ ଓ ୨୦୧୪ ମହିଳା ବିଶ୍ବକପରେ ମଧ୍ୟ ପରିଚାଳନା ଦାୟିତ୍ବ ତୁଲାଇଥିଲେ ବ୍ରୁସ୍ ଅକ୍ସେନଫୋର୍ଡ ।