-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
ସାଲେଭଟା(ପ୍ରେରଣା ଖବର): ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ସ୍କୁଲରେ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଞ୍ଚାସୀନ୍ ଅତିଥି ମାନେ ସାଂପ୍ରତିକ ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣରେ ଚାରା ରୋପଣ କରିବାର
ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ମାଆ ମାନଙ୍କୁ ନେଇ ଗ୍ରାମରେ ଏକ ଜନସଚେତନତା ଶୋଭାଯାତ୍ରା ହୋଇଥିଲା। ପରେ ମାଆ ମାନେ ନିଜ ନିଜ ପୁଅ ଝିଅ ସହ ମିଶି ସ୍କୁଲ ହତା ରେ ବୃକ୍ଷରୋପଣ କରିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ କେବିନେଟର ବିଦ୍ୟାର୍ଥୀ ଶୁଭ୍ରାନ୍ତି ସାହୁ, ଇତି ସାହୁ, ଟିକି ସହୁ, ସୁବ୍ରତ ସେଟ, ପୂଜା ଶତପଥୀ,
ଅଙ୍କିତା ସାହୁ, ଶୋହନ ଥାନପତି ପ୍ରମୁଖ ନେତୃତ୍ଵ ନେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି, ରାଜକିଶୋର ମହାକୁର, ମନଟେସ କୁମାର ସାହୁ, ସିଆରସିସି ସଦାନନ୍ଦ ଭୋଇ, ମାତୃ କମିଟିର ସଦସ୍ୟା ପଙ୍କଜିନୀ ଥନାପତି, ବିଷୟା ପଧାନ, ନମିତା ସାହୁ, ସାବିତ୍ରୀ ସେଠ, ବାସନ୍ତୀ ଛତ୍ରିଆ, କୁନ୍ତୀ ବେହେରା, ସତ୍ୟଭାମା ପାତ୍ର, ଅଞ୍ଜଳି ପଧାନ ପ୍ରମୁଖ ନିଜ ନିଜ ପୁଅ ଝିଅ ଙ୍କ ସହ ବୃକ୍ଷ ରୋପଣ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।