-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
27-Sep-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ନେଇ ଛତର ଆଣିବା ପାଇଁ ମନ୍ଦିର ର ମୁଖ୍ୟ ପୂଜକ ଗୋପାଳ ଭୋଇ ଙ୍କ ଘରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ଛତର ଧରି ଏକ ବିଶାଲ ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ଙ୍କ ସହିତ ଘଣ୍ଟ ଶଙ୍ଖ, ଲୋକ ବାଦ୍ୟ, ଘୁମୁରା, ଘଣ୍ଟ ନୃତ୍ୟ,କଳସ ନୃତ୍ୟ ସହିତ ସହର ପରିକ୍ରମା କରି ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ ନିଆଯାଇଥିଲା ଏବଂ ମାଁ ଚଣ୍ଡି ମନ୍ଦିର ଆଗରେ ଥିବା ଖଳା ରେ ଛତର ସ୍ଥାପନ କରାଯାଇଥିଲା। ମାଁ ଙ୍କ ଛତର କୁ ଦର୍ଶନ କରିବା ପାଇଁ ତୁଷୁରା ସହର ଲୋକାରଣ୍ୟ ହୋଇଉଠିବା ବେଳେ ରାସ୍ତାର ୨ ପଟରେ ହଜାର ହଜାର ସଂଖ୍ୟାରେ ଲୋକେ ଉପସ୍ଥିତ ରହି ଦର୍ଶନ କରିଥିଲେ।