-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
26-Sep-2025
ବଲାଙ୍ଗିର - କୋନ ବନେଗା କରୋଡପତି ଦେଶର ଅନ୍ୟତମ ଲୋକ ପ୍ରିୟ ସିରିଏଲ ଭାବେ ଜଣାଶୁଣା । ଏଥିରେ ବଲାଙ୍ଗିର ସାଲେପାଲି ନିବାସୀ କୁମାରୀ ପୂଜା ହଟସିଟରେ ପହଂଚିଛନ୍ତି । ଯାହା ଏବେ ବଲାଙ୍ଗିର ରେ ଚର୍ଚ୍ଚାର ବିଷୟ । କୁମାରୀ ପୂଜା ବଲାଙ୍ଗିର ର ଭୀମଭୋଇ ମେଡିକାଲ ଅଡିଓଲୋଜି ବିଭାଗରେ କାର୍ଯ୍ୟରତ ଡା. ଅଭିନିଶ କୁମାରଙ୍କ ଧର୍ମପତ୍ନୀ । ଗତ ସେପ୍ଟେମ୍ବର ୪ ଓ ୫ ତାରିଖରେ ଏହି ଏପିସୋଡ ସୋନି ଟିଭିରେ ପ୍ରସାରିତ ହୋଇଥିଲା । ଏଥିରେ କୁମାରୀ ପୂଜା ହଟସିଟକୁ ଚୟନ ହେବା ପରେ ୧୨ ରାଉଣ୍ଡ ପର୍ଯ୍ୟନ୍ତ ସଠିକ୍ ଉତ୍ତର ଦେଇ ୧୨.୫ ଲକ୍ଷ ଟଙ୍କା ଜିତିବାକୁ ସକ୍ଷମ ହୋଇଥିଲେ । ତାଙ୍କର ବୁଦ୍ଧିମତାକୁ ମହାନାୟକ ଅମିତାଭ ବଚ୍ଚନ ପ୍ରଶଂସା କରିଥିଲେ । କୁମାରୀ ପୂଜା ତାଙ୍କର ଏହି ସଫଳତା ପାଇଁ ସ୍ୱାମୀ ଓ ପରିବାର ବର୍ଗଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତାଙ୍କର ଏହି ଉପଲବ୍ଧିରେ ଉଭୟ ସ୍ୱାମୀ ସ୍ତ୍ରୀ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।