-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ବଲାଙ୍ଗୀର(ଦେବାଶିଷ ବହିଦାର): ଆଜି ସକାଳ ୧୦ ଘଣ୍ଟା ସମୟରେ ଆଠଗାଁ ହାଇସ୍କୁଲ ଠାରେ ପୁଇନ୍ତଲା ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ମହିମୁଣ୍ଡା ଜୋନ, ଛତାପିପଲ ଜୋନ, ବହଲ ପଦର ଜୋନ ଓ ବିଲେଇସର୍ଡା ଜୋନର ପ୍ରାୟ ୧୦୦ ଜଣ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବ୍ଲକ ଖୋ ଖୋ ଟିମ ଗଠନ ନେଇ ଏକ ଉଦଘାଟନୀ ସଭା କରାଯାଇଥିଲା।। ବିଦ୍ୟାଳୟର ପ୍ରଧାନଶିକ୍ଷକ ରୋହିତ କୁମାର ଯୋଷୀଙ୍କ
ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁଇନ୍ତଲା ଗୋଷ୍ଠୀ ଶିକ୍ଷାଧିକାରୀ ରତ୍ନମୟୀ ପୁରୋହିତ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବଲାଙ୍ଗୀର ଜିଲ୍ଲାର ଖୋ ଖୋ ଖେଳର ଉଦ୍ୟୋକ୍ତା ପଦ୍ମ ଚରଣ ଦାସ ଓ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ। ଖେଳର ବିଶେଷତ୍ୱ
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ବ୍ଲକ କ୍ରୀଡା ସମ୍ପାଦକ ସୁଶାନ୍ତ କୁମାର ନାଗ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଭାଲେର ହାଇସ୍କୁଲ ଖେଳ ଶିକ୍ଷକ ହେମନ୍ତ ପଧାନ । ଧନ୍ୟବାଦ ଦେଇଥିଲେ ଶିକ୍ଷକ ସନାତନ ବାଗ। ଖେଳ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ସ୍ଥାନୀୟ ଖେଳ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ରାଉତ, ଖେଳ ଶିକ୍ଷକ ବୁଦ୍ଧିରାଜ ବିଶ୍ଵାଳ, ଦେବୀ ପ୍ରସାଦ ରାଉତ, ଯଶୋବନ୍ତ ନାଏକ, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସୂଚାରୁ ରୂପେ କାର୍ଯ୍ୟକ୍ରମ ତୁଲାଇ ଥିଲେ । ପୁଇନ୍ତଲା ଗୋଷ୍ଠି ଶିକ୍ଷା ଅଧିନସ୍ଥ ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।