-+91-9937148622 |

prerana_bgr@rediffmail.com |

  Monday 18th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   (18-May-2026)       ||      ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   (18-May-2026)       ||      ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   (18-May-2026)       ||      କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   (18-May-2026)       ||      ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (18-May-2026)       ||      ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ    (18-May-2026)       ||      ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   (18-May-2026)       ||      ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    (18-May-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ     (17-May-2026)       ||      ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ    (17-May-2026)       ||      ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ    (17-May-2026)       ||      ୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   (17-May-2026)       ||      ୧୪ ବର୍ଷ ରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଷଷ୍ଠ ଦିବସ   (17-May-2026)       ||      ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା ।   (17-May-2026)       ||      ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ବଣ୍ଟନ   (17-May-2026)       ||      ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ   (17-May-2026)       ||      *ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ*-   (17-May-2026)       ||      ଟ୍ରାକ୍ଟର ଦୁର୍ଘଟଣା ରେ ଚାଷୀ ମୃତ।   (17-May-2026)       ||      *ମାନିଗାଁ ରେ ଆରମ୍ବ ହେଲା ନିଶା ମୁକ୍ତ ଅଭିଯାନ*   (17-May-2026)       ||      ଅପରାଧୀଙ୍କ ନିକଟରେ ଖୁବ୍ ଶୀଘ୍ର ପହଂଚି କାବୁ କରିବା ପାଇଁ ନୂଆବାଜର ଛକରେ ପୋଲିସ ପକ୍ଷରୁ ମକ ଡ୍ରିଲ୍   (17-May-2026)       ||     

HOME   ଜିଲ୍ଲା

ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଅଭିଯୋଗ କୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

11-Aug-2025



ବଲାଙ୍ଗିର(ପ୍ରେରଣା ଖବର): ବର୍ତ୍ତମାନ ଦେଶରେ ବାରମ୍ବାର ବିଜେପି ସରକାରକୁ ଆସୁଛି । ଜନତାଙ୍କ ମୁଡ ବିଜେପି ବିରୋଧି ଥିଲେ ହେଁ ଭୋଟ ଗଣତି ବେଳକୁ ଅଚାନକ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ଲାଭ କରୁଛି । ଲୋକସଭା ହେଉ କି ବିଧାନ ସଭା ହେଉ ଭାରତୀୟ ଜନତା ପାର୍ଟି ସରକାର କୁ ଆସିବା ପାଇଁ ଦେଶର ନିର୍ବାଚନ କମିଶନକୁ ନିଜ ହାତ ବାରିଶି କରି ଦଳ କୁ ସୁହେଇଲା ଭଳି ନିର୍ବାଚନ କମିଶନ କୁ ଭୋଟ ଚୋରୀ ପାଇଁ ବ୍ୟବହାର କରୁଛି ବୋଲି ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ କୁ ଆହୁ ସୁଦୃଢ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ଦଳ ତରଫରୁ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସହ ଆହୁରି ଆନୁସଙ୍ଗିକ ପ୍ରମାଣ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଅଭିଷେକ ମହାନନ୍ଦ ରାହୁଲ ଗାନ୍ଧୀ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀର ବିଡିଓ ପ୍ରଦର୍ଶନ କରିବା ସହ ରାହୁଲ ଙ୍କ ଅଭିଯୋଗ ର ସମସ୍ତ ଦିଗ ଗୁଡିକୁ ବ୍ୟାଖ୍ୟା କରିଥିଲେ । ଯେପରି କି ଓଡିଶାରେ ଜିଲ୍ଲା ପରିଷଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ଅତି ନୈରାଶ୍ୟଜନକ ଥିବା ବେଳେ ବିଜେପି ୨୧ ରୁ ୨୦ ଲୋକ ସଭା ଆସନ ଓ ରାଜ୍ୟରେ ସରକାର ଗଢିବାରେ ସହାୟକ ହେବା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାଜ୍ୟରେ ନିର୍ବାଚନି ହାୱା ଆଦୌ ବିଜେପି ସପକ୍ଷରେ ନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ନିର୍ବାଚନୀ ସଭାରେ ବିଜେପି ସରକାର ର ଶପଥପାଠ ର ତାରିଖ ଘୋଷଣା କରିଦେଇଥିଲେ । ଏହା ସ୍ପଷ୍ଟ କରୁଛି ଯେ ନିର୍ବାଚନ ହେବା ପୂର୍ବରୁ ନିର୍ବାଚନ କମିଶନଙ୍କୁ ହାତ ବାରିଶି କରି ଭୋଟ ଚୋରି କରିବାର ସମସ୍ତ ବନ୍ଦୋବସ୍ତ ହୋଇସାରିଥିଲା । ମହାରାଷ୍ଟ୍ର, ଛତିଶଗଡ ନିର୍ବାଚନ ରେ ମଧ୍ୟ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ରେ ବିଜେପି ସରକାର ଗଠନ କରିବାରୁ ଭୋଟ ଚୋରୀ ଅଭିଯୋଗକୁ ଲୋକେ ଗ୍ରହଣ କରିବାର ଅବସ୍ଥାରେ ଅଛନ୍ତି । ଗୋଟିଏ ହାଉସହୋଲ୍ଡ ନମ୍ବରରେ ଶ୍ରହସ୍ରାଧିକ ଭୋଟର ବାହାରିବା, ଜଣେ ବ୍ୟକ୍ତି ର ନାଁ ଭୋଟର ଲିଷ୍ଟରେ ସଂଖ୍ୟାଧିକ ବୁଥ ରେ ବାହାରିବା, ଭୋଟର ଲିଷ୍ଟରେ ଅତି ଅସ୍ପଷ୍ଟ ଫଟୋ ଛପାହେବା, ଅନେକ ଭୋଟର ଲିଷ୍ଟରେ ହାଉସହୋଲ୍ଡ ନମ୍ବର ୦ ବାହାରିବା, ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଅନେକ ଲୋକେ ପ୍ରଥମଥର ଭୋଟଦାତା ଭାବେ ପଞ୍ଜିକୃତ ହେବା ଇତ୍ୟାଦି ର ତର୍ଜମା କରି ଭୋଟ ଚୋରୀ ର ସମସ୍ତ ପ୍ରମାଣ ରାହୁଲ ଗାନ୍ଧୀ ଉପସ୍ଥାପନା କରିଛନ୍ତି ବୋଲି କଂଗ୍ରେସ ଦଳ ତରଫରୁ ସୂଚନା ଦିଆଯାଇଥିଲା । ନିର୍ବାଚନ କମିଶନ ଏ ସବୁ ଅଭିଯୋଗ ର ଉତ୍ତର ନ ଦେଇ ଦୁର୍ଭାଗ୍ୟଜନକ ଭାବରେ ସେ ଦେଶର ବିରୋଧି ଦଳ ନେତାଙ୍କୁ ଅଭିଯୋଗ ସହ ଶପଥପାଠ ପ୍ରଦାନ ପାଇଁ କହୁଛନ୍ତି । ଯାହାକି ସ୍ପଷ୍ଟ ସୁଚାଉଛି ଯେ ନିର୍ବାଚନ କମିଶନ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ହାତ ବାରିଶି ସାଜିଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଏ ସବୁ ଯଦି ନିରପେକ୍ଷ ତଦନ୍ତ କରି ଭୋଟ ଚୋରୀ ର ସ୍ପଷ୍ଟ ଚିତ୍ର ଦେଶବାସୀଙ୍କୁ ନିର୍ବାଚନ କମିଶନ ନ ଦିଅନ୍ତି ତେବେ କଂଗ୍ରେସ ଦଳ ଏହି ଚଞ୍ଚକତା ବିରୁଦ୍ଧରେ ଆଇନ ର ଆଶ୍ରୟ ନେବା ସହ ସାରା ଦେଶରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅନିଲ ମେହେର, ବରିଷ୍ଠ ନେତା ମନୀଷ ମିଶ୍ର ମଂଚାସିନ ଥିବା ବେଳେ ସାନନ୍ଦ ମିଶ୍ର,ଯୁବନେତା ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିରନ ସେଠ, କୈଳାସ ମିଶ୍ର , ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   18-May-2026
  ଜିଲ୍ଲା  
ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   18-May-2026
  ରାଜ୍ୟ  
ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   18-May-2026
  ଜିଲ୍ଲା  
କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   18-May-2026
  ରାଜ୍ୟ  
ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   18-May-2026
  ଜିଲ୍ଲା  
ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ   18-May-2026
  ଅପରାଧ  
ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   18-May-2026
  ରାଜ୍ୟ  
ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    18-May-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ    17-May-2026
  ଜିଲ୍ଲା  
ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ   17-May-2026
  ରାଜ୍ୟ  
ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ   17-May-2026
  ରାଜ୍ୟ  
୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   17-May-2026

You Might Also Like