-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ନୂଆଦିଲ୍ଲୀ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ପାଳନ

10-Aug-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ରସାବଳୀ ଦିବସ ମହାସମାରୋହ ରେ  ପାଳନ କରାଯାଇଛି ।ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଦିବସ, ଗମ୍ହା ପୂର୍ଣ୍ଣମୀ, ରକ୍ଷା ବନ୍ଧନ ଆଦି ପବିତ୍ର ତିଥି ଏକାସାଙ୍ଗରେ ପଡି ଥିବାରୁ ସମଗ୍ର ଉତ୍ସବଟି ଭକ୍ତିପୂତ ପରିବେଶ ଓ ଆଧ୍ୟାତ୍ମିକ ଉଚ୍ଛ୍ବାସ ମଧ୍ୟରେ ସମ୍ପନ୍ନ ହୋଇଥିଲା ।
ଶ୍ରୀ ନୀଳାଚଳ  ସେବାସଙ୍ଘ ଓ ଓମ ସାଇ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହାପାର୍ବଣ ଉପଲକ୍ଷେ ଉତ୍ସବ ସ୍ଥଳ ନୂଆଦିଲ୍ଲୀ ସ୍ଥିତ ହାଉଜ଼ଖାସ ଜଗନ୍ନାଥ ମନ୍ଦିରର ବେଶମେଣ୍ଟକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ଏହି

ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନ ଙ୍କ ସହିତ ସାମିଲ ହୋଇଥିବାର ଦେଖା ଯାଇଥିଲା।  ଦିଲ୍ଲୀରେ ରସାବଳୀ ଦିବସ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବାରୁ,ଏହାକୁ କେନ୍ଦ୍ରକରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା।  ସମାବେଶ କୁ ସମ୍ବୋଧନ କରି ଶ୍ରୀ ନୀଳାଚଳ  ସେବାସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପାଖରେ ଲାଗି ହେଉଥିବା ପ୍ରସିଦ୍ଧ ମିଠାଇ ଭୋଗ ରସାବଳୀକୁ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ  ଉପଲବ୍ଧ କରାଯାଇ ପାରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଓମ ସାଇଟ୍ରଷ୍ଟ ର ଅଧ୍ୟକ୍ଷା ଏବଂ ଓଡିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତି ର ପ୍ରତିଷ୍ଠାତା  ଜ୍ୟୋସ୍ନାମୟୀ ପରିଡା, ଓଡ଼ିଶାର ଏହି ପାରମ୍ପରିକ ସ୍ୱାଦିଷ୍ଟ ମିଠାକୁ ଜାତୀୟ ଓ ଅନ୍ତର୍ଜାତୀୟ ଦରବାରରେ ପହୁଞ୍ଚାଇବା ଓ ଏହାକୁ ଲୋକପ୍ରିୟ କରିବା,ଏହି ଦିବସ ପାଳନର ଅସଲ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ।      

ଏହି ଅବସରରେ ବରେଣ୍ୟ  ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ,ବରିଷ୍ଠ ପ୍ରସାଶକ ଗୋକୁଳ ପଟନାୟକ, ପ୍ରସନ୍ନ କୁମାର ଦାଶ, ସତ୍ୟ ନାରାୟଣ ସାହୁ, ଶ୍ରୀଦେବ ନନ୍ଦ,ବିଭୁତି ଦାସ, ଆଲୋକ ପାଢ଼ୀ,ଆଶିଷ ସିଂହ  ଓ ଉଦୟ ଇଣ୍ଡିଆର ଗ୍ରୁପ ସମ୍ପାଦକ ଦୀପକ ରଥ ପ୍ରମୁଖ, ରସାବଳୀ ଭଳି ମଧୁର ମିଠାର ମହକକୁ ଦିଲ୍ଲୀରେ ପ୍ରସାରିତ କରିବା ନେଇ ସଂଗଠକ ମାନଙ୍କର ସାଧୁ ଉଦ୍ୟମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ।  ସଭାରେ ଆଗନ୍ତୁକ ମାନଙ୍କୁ ରସାବଳୀ ରେ ଆପ୍ୟାୟିତ କରାଯିବା ସାଙ୍ଗକୁ ବହୁ ପ୍ରତିଭାବାନ ବ୍ୟକ୍ତିବିଶେଷ,  ରସାବଳୀ ପ୍ରସ୍ତୁତକାରୀ, ସାଂସୃତିକ ଟ୍ରୁପ ଏବଂ ମନ୍ଦିରର ପୂଜାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।    ରସାବଳୀ ଦିବସର ବିଶେଷ ଆକର୍ଷଣ ପ୍ରଖ୍ୟାତ କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳଙ୍କ ଦ୍ୱାରା ପରିବେଷିତ ରସାବଳୀ ଆଧାରିତ ସୁମଧୁର  ଓ ସୁଲଳିତ ସଂଗୀତ ଗୁଡିକ ଥିଲା ।ଡ଼ଃ ଧଳଙ୍କର  ରସରସିଆ ରସାବଳୀ  ଗୀତ ଗାୟନର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ଙ୍କର ନୃତ୍ୟ ପ୍ରସ୍ତୁତି ମଧ୍ୟ ଖୁବ ଉଚ୍ଚକୋଟୀର ଥିଲା।ସମଗ୍ର କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣ ପ୍ରଭା ପତି ଓ ଅଭିଷେକ ମହାନ୍ତି ସୁଚାରୁ ରୂପେ  ସଂଚାଳନା କରିଥିଲେ। ରସାବଳୀ ଦିବସର ଭବ୍ୟ ଆୟୋଜନକୁ ଓମ ସାଇଟ୍ରଷ୍ଟର ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ପରିଡା, ରଶ୍ମିତା ଖଟୁଆ ଏବଂ ଟିମ ସଫଳତାର ସହିତ ପରିଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଯୋଗଗୁରୁ ରବୀନ୍ଦ୍ର ଆଚାର୍ଯ୍ୟ,ଇପ୍ସିତା ବେହୁରା,ଗଜେନ୍ଦ୍ର ସାମନ୍ତ, ସବିତା ପ୍ରଧାନ ଓ ଉପାଳି ଅପରାଜିତା ରଥ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like