-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ |

09-Aug-2025



ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ ) ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ବିଶ୍ୱ ଆଦିବାସୀ ଦିବସ ବ୍ଲକ ସଭାପତି ଭୁବନେଶ୍ୱର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି |  ପ୍ରଥମେ ଆଦିବାସୀ ଦେବାଦେବୀ ଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡା, ମାଧୋ ସିଂ ବରିହା, ସୁରେନ୍ଦ୍ର ସାଏ, ଅଇରୀ ସିଂ ବରିହା, ବଇରୀ ସିଂ ବରିହା, ହଟେ ସିଂ ବରିହା, କୁଞ୍ଜଳ ସିଂ ବରିହା, ତିଳକା ମାଝୀ, ରେଣ୍ଡୋ ମାଝୀ, ମାନ୍ଧାତା ସିଂ ମାଝୀ, ସମ୍ବିଧାନ ପ୍ରଣେତା ଡ଼ ବି. ଆର. ଆମ୍ବେଦକର, ଅସ୍ତ୍ରଶସ୍ତ୍ର ପୂଜନ କରାଯଇଥିଲା | ଜାତିସଂଘ ପ୍ରଥମେ 1982 ମସିହାରେ ଆଦିବାସୀ ମାନଙ୍କ ପ୍ରଥା, ପରମ୍ପରା, ଯାନୀ ଯାତ୍ରା, ପୂଜା ପଦ୍ଧତି, କଥା ଭାଷା, ବେଶ ପୋଷାକ, ରହିବା ଶୈଳୀ ଜୀବନ ଯାପନ, ଖାଦ୍ୟ ପେୟ କୁ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା | ପରବର୍ତ୍ତୀ ପର୍ଯ୍ୟାୟରେ ଏ ବିଷୟରେ  ସମ୍ପୂର୍ଣ ତଥ୍ୟ ସଂଗ୍ରହ କରି ପ୍ରଚାର ପ୍ରସାର କରାଯାଇ 1994 ମସିହା ଅଗଷ୍ଟ 9 କୁ ଜାତିସଂଘ ବିଶ୍ୱ ଆଦିବାସୀ ଦିବସ ଭାବେ ସାରା ବିଶ୍ୱରେ ପାଳନ କରିବା ପାଇଁ ଘୋଷଣା କରିଥିଲେ | ସେହିଦିନ ଠାରୁ ସାରା ବିଶ୍ୱରେ ବିଶ୍ୱ ଆଦିବାସୀ ଦିବସ କୋଣ ଅନୁକୋଣରେ ପାଳନ କରାଯାଉଛି | ଆଜି ମଧ୍ୟ ପାଟଣାଗଡ଼ ଆଦିବାସୀ ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ମିଞ୍ଜ,ବ୍ଲକ ସମ୍ପାଦକ ସାରଥୀ ବାଗ, ରାମଚନ୍ଦ୍ର ଧରୁଆ, ଗୌରାଙ୍ଗ ବରିହା, ଯୋଗେଶ୍ୱର ଭୋଇ, ପରୀକ୍ଷିତ ମାଝୀ, ପରମେଶ୍ୱର ରା଼ଏ, ଗୌତମ ବରିହା, ଥବୀର ରା଼ଏ,ଶ୍ରୀମତୀ ରେବତୀ ମାଝୀ, ଲଳିତ ମିର୍ଦ୍ଧା ଯୋଗଦେଇ ଆଦିବାସୀ ଦିବସର ଲକ୍ଷ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଓ ଆଗାମୀ ଦିନରେ ଆଦିବାସୀ ହକ ଅଧିକାର ପାଇବା ପାଇଁ ସମସ୍ତେ ଗୋଟିଏ ମାଆର ସନ୍ତାନ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେବା ସହିତ ସମାଜକୁ ବିକଶିତ ଓ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ନିଶାକୁ ନାଁ ଓ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ କହିଥିଲେ | ପର୍ଯ୍ୟାୟ କ୍ରମେ ପାଟଣାଗଡ଼ ଉପଖଣ୍ଡକୁ ମଦମୁକ୍ତ ଉପଖଣ୍ଡ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସଚେତନ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ | ଆଜିର କାର୍ଯ୍ୟକ୍ରମରେ ହୃଷିକେଶ ଭୋଇ, ମଦନ ମାଝୀ, ଭାବଗ୍ରାହୀ ବରିହା, ରାମ ବରିହା,ବିରଞ୍ଚି ବୁଡ଼େକ, ସରୋଜ ଭୋଇ, ନୀଳ ଧରୁଆ, ନିମେଇ କୁଅଁର, ସତ୍ୟ ବରିହା ସହଯୋଗ କରିଥିବାବେଳେ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ସଭା ପରିଚାଳନା ଓ ପିଣ୍ଟୁ ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ | ସଭାରେ ପ୍ରତ୍ୟେକ ପଞ୍ଚାୟତ ରୁ ଶତାଧିକ ଆଦିବାସୀ ଯୋଗଦେଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like