-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
09-Aug-2025
ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ ) ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ବିଶ୍ୱ ଆଦିବାସୀ ଦିବସ ବ୍ଲକ ସଭାପତି ଭୁବନେଶ୍ୱର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଆଦିବାସୀ ଦେବାଦେବୀ ଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡା, ମାଧୋ ସିଂ ବରିହା, ସୁରେନ୍ଦ୍ର ସାଏ, ଅଇରୀ ସିଂ ବରିହା, ବଇରୀ ସିଂ ବରିହା, ହଟେ ସିଂ ବରିହା, କୁଞ୍ଜଳ ସିଂ ବରିହା, ତିଳକା ମାଝୀ, ରେଣ୍ଡୋ ମାଝୀ, ମାନ୍ଧାତା ସିଂ ମାଝୀ, ସମ୍ବିଧାନ ପ୍ରଣେତା ଡ଼ ବି. ଆର. ଆମ୍ବେଦକର, ଅସ୍ତ୍ରଶସ୍ତ୍ର ପୂଜନ କରାଯଇଥିଲା | ଜାତିସଂଘ ପ୍ରଥମେ 1982 ମସିହାରେ ଆଦିବାସୀ ମାନଙ୍କ ପ୍ରଥା, ପରମ୍ପରା, ଯାନୀ ଯାତ୍ରା, ପୂଜା ପଦ୍ଧତି, କଥା ଭାଷା, ବେଶ ପୋଷାକ, ରହିବା ଶୈଳୀ ଜୀବନ ଯାପନ, ଖାଦ୍ୟ ପେୟ କୁ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା | ପରବର୍ତ୍ତୀ ପର୍ଯ୍ୟାୟରେ ଏ ବିଷୟରେ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରି ପ୍ରଚାର ପ୍ରସାର କରାଯାଇ 1994 ମସିହା ଅଗଷ୍ଟ 9 କୁ ଜାତିସଂଘ ବିଶ୍ୱ ଆଦିବାସୀ ଦିବସ ଭାବେ ସାରା ବିଶ୍ୱରେ ପାଳନ କରିବା ପାଇଁ ଘୋଷଣା କରିଥିଲେ | ସେହିଦିନ ଠାରୁ ସାରା ବିଶ୍ୱରେ ବିଶ୍ୱ ଆଦିବାସୀ ଦିବସ କୋଣ ଅନୁକୋଣରେ ପାଳନ କରାଯାଉଛି | ଆଜି ମଧ୍ୟ ପାଟଣାଗଡ଼ ଆଦିବାସୀ ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ମିଞ୍ଜ,ବ୍ଲକ ସମ୍ପାଦକ ସାରଥୀ ବାଗ, ରାମଚନ୍ଦ୍ର ଧରୁଆ, ଗୌରାଙ୍ଗ ବରିହା, ଯୋଗେଶ୍ୱର ଭୋଇ, ପରୀକ୍ଷିତ ମାଝୀ, ପରମେଶ୍ୱର ରା଼ଏ, ଗୌତମ ବରିହା, ଥବୀର ରା଼ଏ,ଶ୍ରୀମତୀ ରେବତୀ ମାଝୀ, ଲଳିତ ମିର୍ଦ୍ଧା ଯୋଗଦେଇ ଆଦିବାସୀ ଦିବସର ଲକ୍ଷ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଓ ଆଗାମୀ ଦିନରେ ଆଦିବାସୀ ହକ ଅଧିକାର ପାଇବା ପାଇଁ ସମସ୍ତେ ଗୋଟିଏ ମାଆର ସନ୍ତାନ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେବା ସହିତ ସମାଜକୁ ବିକଶିତ ଓ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ନିଶାକୁ ନାଁ ଓ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ କହିଥିଲେ | ପର୍ଯ୍ୟାୟ କ୍ରମେ ପାଟଣାଗଡ଼ ଉପଖଣ୍ଡକୁ ମଦମୁକ୍ତ ଉପଖଣ୍ଡ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସଚେତନ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ | ଆଜିର କାର୍ଯ୍ୟକ୍ରମରେ ହୃଷିକେଶ ଭୋଇ, ମଦନ ମାଝୀ, ଭାବଗ୍ରାହୀ ବରିହା, ରାମ ବରିହା,ବିରଞ୍ଚି ବୁଡ଼େକ, ସରୋଜ ଭୋଇ, ନୀଳ ଧରୁଆ, ନିମେଇ କୁଅଁର, ସତ୍ୟ ବରିହା ସହଯୋଗ କରିଥିବାବେଳେ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ସଭା ପରିଚାଳନା ଓ ପିଣ୍ଟୁ ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ | ସଭାରେ ପ୍ରତ୍ୟେକ ପଞ୍ଚାୟତ ରୁ ଶତାଧିକ ଆଦିବାସୀ ଯୋଗଦେଇଥିଲେ |