-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
09-Aug-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ର ଶ୍ରୀ ବୃନ୍ଦାବନ ବିହାରୀ ମହାପ୍ରଭୁ ଙ୍କ ମନ୍ଦିର ରେ ଶ୍ରାବଣ ଶୁକ୍ଲ ପକ୍ଷ ଦଶମି ଠାରୁ ପୁର୍ଣିମା ପର୍ଯ୍ୟନ୍ତ ଦୁଇ ଦିନ ଧରି ମହା ସମାରୋହରେ ଝୁଲଣ ଯାତ୍ରା ଅନୁଷ୍ଟିତ ହୋଇ ଯାଇଛି l ଏଠାରେ ରାଧା କୃଷ୍ଣ କୁ ଦୋଳି ରେ ବସାଇ ସୁବାସିତ ଜଳ ଛିଞ୍ଚନ ସହ ଚନ୍ଦନ କର୍ପୁର ଧୂପ ଦୀପ ପୁଷ୍ପ ତୁଳସୀ ମାଳ ପିନ୍ଧାଇ ଅନେକ ପ୍ରକାର ଭୋଗ ସମର୍ପଣ କରା ଯାଇଛି l ବଡ ବଜାର ଅଞ୍ଚଳ ସମେତ ସହର ର ଶହ ଶହ ବ୍ରତି ମହିଳା ମାନେ ଝୁଲଣ ଗୀତ ଗାଈ ମଙ୍ଗଳ ଆଳତି କରିଥିଲେ l ଜ୍ୟୋତିବିଦ୍ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଏହି ଝୁଲଣ ଯାତ୍ରା ରେ ରୀତି ନୀତି ରେ ମହାପ୍ରଭୁ ଙ୍କ ସମସ୍ତ ପୂଜା ବିଧି କରି ଥିଲେ l