-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||     

HOME   ଜିଲ୍ଲା

ଗଲ୍ଫ ଓଡ଼ିଆ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ

05-Aug-2025



ଭୁବନେଶ୍ୱର(ପ୍ରେରଣା ଖବର): ଗଲ୍ଫ ଓଡ଼ିଆ ଆସୋସିଏସନ (ଗଓଆ) ର ଅଷ୍ଟମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗଓଆ ତରଫରୁ  ଆୟୋଜିତ ମହୋତ୍ସବରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗଓଆର ପ୍ରବାସୀ ଓଡ଼ିଆ ସଦସ୍ୟ, ସେମାନଙ୍କର ପରିବାରବର୍ଗ ଓ ସମ୍ପର୍କୀୟ ମାନଙ୍କ  ସହିତ ଆସି ଯୋଗ ଦେଇଥିଲେ। ବିଶେଷକରି ବାର୍ଷିକ ଉତ୍ସବକୁ କେନ୍ଦ୍ରକରି ଗଓଆର ସଦସ୍ୟ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ

ଉନ୍ମାଦନା ଦେଖିବାକୁ ମିଳିଥିଲା।                              ପ୍ରାରମ୍ଭରେ ଗଓଆର ସଭାପତି ଅଜୟ କୁମାର ଦାସ, ଆଗନ୍ତୁକ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ଭାଷଣ ଜଣାଇଥିଲେ। ' ସେବା ହିଁ ସର୍ବୋପରି ' ଶୀର୍ଷକ ଲକ୍ଷ୍ୟକୁ ଆଧାରକରି ଗଓଆ ଗତ ଆଠ ବର୍ଷ ଧରି ମଧ୍ୟପ୍ରାଚ୍ୟର ରାଷ୍ଟ୍ର ଗୁଡିକରେ ଓଡ଼ିଶାର ମହାନ ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିଆସୁଥିବା ଶ୍ରୀ ଦାସ ଦର୍ଶାଇଥିଲେ। ଗଓଆର ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ମଲ୍ଲିକ ମାତୃ ପ୍ରଦେଶ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଗଓଆର ମହତ୍ ଉଦ୍ଦେଶ୍ୟ ଓ ସ୍ଥିରିକୃତ ଭବିଷ୍ୟତ ମାର୍ଗପନ୍ଥା ସଂପର୍କରେ ସୂଚନା ଦେଇଥିଲେ।                            ଗଓଆର ବିଭିନ୍ନ କାର୍ଯ୍ୟକ୍ରମରେ ସଦାସର୍ବଦା ସମର୍ଥନ ଯୋଗାଇ ଆସୁଥିବାରୁ, ଏହି ଅବସରରରେ ଆଇ.ସି.ଆଇ.ସି.ଆଇ, ଆଇ.ଡି.ଏଫ.ସି ବ୍ୟାଙ୍କ ଏବଂ ସୂର୍ଯ୍ୟ ଉଦ୍ୟୋଗ  ର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।                       ଓଡିଶା ପରିବାର ବିଭାଗର ଓ.ଏସ.ଡି. ପ୍ରୀତିଶ ପଣ୍ଡା ଓ ତାଙ୍କର ସହକର୍ମୀ ନୃସିଂହ ସାହୁଙ୍କୁ ସେମାନଙ୍କର ଆଁକୁଣ୍ଠ  ସାହାଯ୍ୟ ଓ ସହଯୋଗ ପାଇଁ ସ୍ୱତନ୍ତ୍ର ଭାବରେ ବଧାଇ ଜଣାଯାଇଥିଲା । ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ପ୍ରଖ୍ୟାତ ଚିତ୍ର ତାରକା ପ୍ରଶାନ୍ତ ନନ୍ଦ, ଗଓଆର ସଦସ୍ୟ ମାନଙ୍କୁ ମା, ମାଟି, ମାତୃଭାଷା ଏବଂ ଆମର ଇଷ୍ଟଦେବତା ଓ ପରିଚୟ ମହାପ୍ରଭୁ ଜଗନ୍ନାଥ ଙ୍କୁ କେବେ ନଭୁଲିଵାକୁ ନିବେଦନ କରିଥିଲେ। ସମ୍ମାନନୀୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ନେଇ ସଭାପତି ଅଜୟ କୁମାର ଦାସଙ୍କର ସକ୍ରୀୟ ନେତୃତ୍ୱରେ ଗଓଆ  ଟିମର ସାଧୁଉଦ୍ୟମକୁ ଭୂରୀଭୂରୀ ପ୍ରଶଂସା କରିଥିଲେ।
ଗଓଆର ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଥିଲା। ପ୍ରତିଭା ସମ୍ପନ୍ନ ଓ ଉଦୀୟମାନ ଓଡ଼ିଶୀ ତଥା ସମ୍ବଲପୁରୀ ଲୋକ ନୃତ୍ୟାଙ୍ଗନା ମାନେ ସେମାନଙ୍କର ଅପୂର୍ବ କଳାଚାତୁର୍ଯ୍ୟ ରେ ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ ।ବିଶିଷ୍ଟ  କଣ୍ଠଶିଳ୍ପୀ ସୁସ୍ମିତା ଦାସ,ଶ୍ରୀକର ପ୍ରସାଦ ପାଢ଼ୀ ଏବଂ ଗଓଆର ସାଂସ୍କୃତିକ ରାଜଦୂତ ଅନିନ୍ଦିତା ଦାସ ଙ୍କର ସୁମଧୁର ଓ ସୁଲଳିତ ସଙ୍ଗୀତ ଗାୟନ ମଧ୍ୟ ଶ୍ରୋତା ମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା। ସୁଦକ୍ଷ ଉପସ୍ଥାପିକା ସୁଶ୍ରୀ ତନ୍ମୟୀ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା କରିଥିଲେ।                                 ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଦେବର୍ଷି ମଲ୍ଲିକ, ରାମ କୃଷ୍ଣ ଦାଶ, କାବେରୀ ବେହେରା, ଗିରିଧାରୀ ନାୟକ, ମନସ୍ମିତା ଜେନା ନାୟକ ଓ ବାସୁଦେବ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ 

ଥିଲେ l ଉତ୍ସବର ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା ଓ ସଫଳ କାର୍ଯ୍ୟାନ୍ଵୟନ କରିବାରେ ଗଓଆର ଅଗ୍ରଣୀ ସଂଗଠକ ମଣ୍ଡଳୀ ଯଥା ଅଜୟ କୁମାର ଦାସ, ପ୍ୟାରୀ ମୋହନ ମଲ୍ଲିକ, ବିଦ୍ୟା ଭୂଷଣ ମହାନ୍ତି, ବନବିହାରୀ ମହାନ୍ତି, ଅଜିତ ଜେନା, ଜୟନ୍ତ ମହାପାତ୍ର, ମୁସ୍ତାଫା ବେଗ, ଦେବାଶିଷ ରାଉତ, ସୁସ୍ମିତା ପଟନାୟକ, ବଦ୍ରି ନାରାୟଣ ସୁବୁଦ୍ଧି, ନିହାର  ମହାନ୍ତି, ରାମ ଚନ୍ଦ୍ର ସାହୁ ଓ ପ୍ରତାପ ନାୟକ ପ୍ରମୁଖ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026

You Might Also Like