-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

କୋଲକାତାରେ ପୁସ୍ତକ ଚର୍ଚ୍ଚା: ବହୁବିଧ ବୈଚିତ୍ର୍ୟ ଭରା ଗୌରହରିଙ୍କ ଗଳ୍ପ

02-Aug-2025



କୋଲକାତା(ପ୍ରେରଣା ଖବର): ଲୋକପ୍ରିୟ କଥାକାର ଗୌରହରି ଦାସଙ୍କ ଗଳ୍ପରେ ଭରି ରହିଛି ମାନବୀୟ ସମ୍ବେଦନା, ସାଂପ୍ରତିକ ସମସ୍ୟା, ମଣିଷର ଅସହାୟତା, ରାଜନୈତିକ ଛାୟାଚିତ୍ର, ଗାଁର କଥା, ମଧ୍ୟବିତ୍ତ ଶ୍ରେଣୀର ସୁଖଦୁଃଖ, ସଂପର୍କ, ମଣିଷର ମୋହ ଓ ମୋହଭଙ୍ଗ, ଜଗତୀକରଣର ପ୍ରଭାବ, ଦୁର୍ନୀତି, ଅନ୍ଧବିଶ୍ୱାସ ଆଦି ବହୁବିଧ ବୈଚିତ୍ର୍ୟ । ତାଙ୍କ ଗଳ୍ପଗୁଡ଼ିକର ଭାବଭୂମି, ଚିତ୍ରକଳ୍ପ, କଥନ ଶୈଳୀ ଅନନ୍ୟ । ପରମ୍ପରା ସହିତ ଆଧୁନିକତାର ମିଶ୍ରଣରେ ତାଙ୍କର ବକ୍ତବ୍ୟ ଖୁବ୍ ପ୍ରଭାବଶାଳୀ । ତାଙ୍କ ଗଳ୍ପର ଚରିତ୍ରସମୂହ ମଣିଷର ଚିନ୍ତା ଓ ଚେତନାକୁ ଉଜ୍ଜୀବିତ କରିବାରେ ସମର୍ଥ ।
ନଚିକେତା ଫାଉଣ୍ଢେସନ ଟ୍ରଷ୍ଟ, ଭୁବନେଶ୍ୱର ଓ ବଙ୍ଗଳା ବିଭାଗ, ୱିମେନ୍ସ ଖ୍ରୀଷ୍ଟିଆନ ମହାବିଦ୍ୟାଳୟ କୋଲକାତାର ମିଳିତ ଉଦ୍ୟମରେ ଆୟୋଜିତ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମରେ

ଅତିଥି ଓ ବକ୍ତାମାନେ ଏଭଳି ମତ ବ୍ୟକ୍ତ କରିଛନ୍ତି । ୱିମେନ୍ସ ଖ୍ରୀଷ୍ଟିଆନ ମହାବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ମହାବିଦ୍ୟାଳୟର ବଙ୍ଗଳା ବିଭାଗର ମୁଖ୍ୟ ଡକ୍ଟର ଜିନିଆ ରାୟ । ମହାବିଦ୍ୟାଳୟର ପରିଚାଳନା କମିଟିର ସଂପାଦକ ପ୍ରଫେସର ଅଜନ୍ତା ପାଲ ପୌରୋହିତ୍ୟ କରି ଅନୁବାଦ ସାହିତ୍ୟ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ । ପ୍ରାରମ୍ବିକ ବକ୍ତବ୍ୟ ପ୍ରଦାନ କରିଥିଲେ ଯୁବ ଲେଖକ ଅଭିଷେକ ରଥ। ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ବିଶିଷ୍ଟ କଥାକାର ଗୌରହରି ଦାସ । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଓଡିଆ ଏବଂ ବଙ୍ଗଳା ଭାଷା ମଧ୍ୟରେ ଏକ ସେତୁ ଭଳି କାମ କରିବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା କହିଥିଲେ ଯେ, ଗୌରହରି ଦାସଙ୍କ ଗଳ୍ପସମୂହ ଅତୀତର ମଧୁର ସ୍ମୃତିକୁ ଜାବୁଡ଼ି ଧରି ବର୍ତ୍ତମାନର କଥା କହେ ଏବଂ ଭବିଷ୍ୟତର ବାଟ ଦେଖାଏ । ଡକ୍ଟର ଦାସଙ୍କ ବଙ୍ଗଳାରେ ଅନୂଦିତ ଗଳ୍ପ ସଙ୍କଳନ ‘କାଚେର ପୁତୁଲ ଓ ଅନ୍ୟାନ୍ୟ ଗଳ୍ପ’ ସମ୍ପର୍କରେ ଆଲୋଚନା କରିଥିଲେ ପୁସ୍ତକର ଅନୁବାଦକ ଅଜିତ କୁମାର ପାତ୍ର । ସେହିପରି ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକର ଚର୍ଚ୍ଚା କରିଥିଲେ ଅନୁବାଦିକା ପ୍ରଫେସର କୃଷ୍ଣା ଭଟ୍ଟାଚାର୍ଯ୍ୟ । ଓଡ଼ିଆ ଓ ବଙ୍ଗଳା ଭାଷାର ସମ୍ପର୍କ ତଥା ବିନିମୟ ସମ୍ପର୍କରେ ଆଲୋକପାତ କରିଥିଲେ ଅନ୍ୟତମ ଅତିଥି ବକ୍ତା ଶ୍ୟାମଳ ଭଟ୍ଟାଚାର୍ଯ୍ୟ ।

ଗୌରହରିଙ୍କ ଗଳ୍ପର ବୈଶିଷ୍ଟ୍ୟ ସମ୍ପର୍କରେ କହିଥିଲେ ବିଶିଷ୍ଟ ଗାଳ୍ପିକ ଅରବିନ୍ଦ ରାୟ । ମହାବିଦ୍ୟାଳୟର ବଙ୍ଗଳା ବିଭାଗର ସହକାରୀ ପ୍ରଫେସର ସୁରଜିତ ବେହେରା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହିବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କେ. ବିଶ୍ବାସ ମଂଚାସୀନ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାଫଲ୍ୟ ନନ୍ଦୀ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଲେଖକ କ୍ଷେତ୍ରବାସୀ ନାଏକ । କାର୍ଯ୍ୟକ୍ରମରେ ନୀଳଚକ୍ରର ସଭାପତି ଲକ୍ଷ୍ମୀନାରାୟଣ ମଲ୍ଲିକ, ସଂପାଦକ ଶେଷଦେବ ସାମଲ, ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂହ, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ତରୁଣ କୁମାର ସାହୁ, ଗିରୀଶ ସାହୁ, ସୁଶାନ୍ତ କୁମାର ପଣ୍ଡା, ପଲ୍ଲୀଶ୍ରୀ ପଟ୍ଟନାୟକ, ଚୌଧୁରୀ ଅମିତାଭ ଦାସ, ପ୍ରମୋଦ ମହାନ୍ତି,  କବି ଶୈବାଳିନୀ ସାହୁ, ପ୍ରଶାନ୍ତ କୁମାର ନାଥ, ସନାତନ ମହାକୁଡ଼, ରତିକାନ୍ତ ସାହୁ ପ୍ରମୁଖ ବହୁ ଓଡ଼ିଆ ଓ ବଙ୍ଗଳା ଲେଖକ ଲେଖିକା ଏବଂ ସାହିତ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like