-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ଶିକ୍ଷକଙ୍କୁ ମିଳୁନି ତାଙ୍କର ନ୍ୟାର୍ଯ୍ୟ ଦାବୀ...  ଆନ୍ଦୋଳନକୁ ହତିଆର୍ କରି  ଶିକ୍ଷକ ଙ୍କ ରଣ ସଜ୍ଜା  

02-Aug-2025



 ଅତାବିରା(ଆକାଶ ମିଶ୍ର): ଆଜି ବରଗଡ଼ ଜିଲ୍ଲା  ,ବରପାଲି ବ୍ଲକ ଅନ୍ତର୍ଗତ  ଶ୍ରୀ ସାଇ ମନ୍ଦିର   ପରିସରରେ   ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସନନ୍ଵୟ ସମିତି,ବରଗଡ଼  ପକ୍ଷରୁ ଶିକ୍ଷକ ଓ  ଶିକ୍ଷା କର୍ମଚାରୀ ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଓଷ୍ଠା ଉପ ସଭାପତି ରୁଦ୍ରଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି, ଓଷ୍ଟା  ନୀଳମଣି ପୁରୋହିତ, ରାଜ୍ୟ ସହ ସମ୍ପାଦକ, ଆଶୁତୋଷ ପ୍ରସାଦ ରଥ,ଜିଲ୍ଲା ସମ୍ପାଦକ  ସଞ୍ଜୟ ସିଂ,ଜିଲ୍ଲା କାର୍ଯ୍ୟକାରୀ ସଭାପତି   ଦେବାନନ୍ଦ ବିଶି, ଜିଲ୍ଲା ଉପ ସଭାପତି ସଚିଦା ନନ୍ଦ  ପ୍ରଧାନ, ରାଜ୍ୟ  ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ରଞ୍ଜିତା ମିଶ୍ର , ଜିଲ୍ଲା ଉପ ସଭାପତି ଅନୁସୂୟା ଦେବତା,୬୬୨ ବର୍ଗ କଲେଜ ର ସଭାପତି ଶାନ୍ତନୁ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି   ସମ୍ମେଳନ ରେ  ନୂତନ ଅନୁଦାନ ପ୍ରାପ୍ତ  ବିଦ୍ୟାଳୟ  ଓ କଲେଜ  ଗୁଡ଼ିକୁ  ସରକାରୀ କରଣ , ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ  ଗୁଡ଼ିକୁ ଅନୁଦାନ ପ୍ରଦାନ ତଥା  ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ  ରହିଥିବା   ବିଭିନ୍ନ ସମସ୍ୟା ପୁରଣ  ଦାବୀ  କୁ ନେଇ ଆଗାମୀ ଦିନରେ  ହେବାକୁ ଥିବା ସମନ୍ୱୟ ସମିତି ର  ଆନ୍ଦୋଳନ ର ରୂପ ରେଖ ପ୍ରସ୍ତୁତ କରାଯାଇଥିଲା । ଏହି ଆନ୍ଦୋଳନ କୁ ସଫଳ କରିବା ପାଇଁ ତୃଣ ମୂଳ ସ୍ତରରୁ  ରାଜ୍ୟ ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆ ଯିବ, ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଆନ୍ଦୋଳନ କୁ  ସଫଳତାର  ଶୀର୍ଷରେ ପହଞ୍ଚାlଇବା ପାଇଁ ଉପସ୍ଥିତ ସମସ୍ତ ସଂଗ୍ରାମୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମାନଙ୍କର  ସୁଚିନ୍ତିତ ମତାମତ ଗ୍ରହଣ କରାଯାଇଥିଲା ।  ଏହା ସହ
ଶିକ୍ଷାକର୍ମଚାରୀମାନେ ସମବେତ ହୋଇ ସରକାରଙ୍କ ନିକଟରେ ଦାବୀ ଜଣାଇବା ସହିତ ନିଜର ହକ୍ ପାଇଁ ସମବେତ ହେବେ । ଏହି ଆନ୍ଦୋଳନ ଶିକ୍ଷକ ମାନଙ୍କର ବୃଭି ଗତ ଦାବୀ ପୂରଣ ପାଇଁ ନୁହେଁ, ସାମଗ୍ରିକ ଭାବରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନଙ୍କର ଆତ୍ମ ମର୍ଯ୍ୟାଦା ଓ ସ୍ଵାଭିମାନ ରକ୍ଷା ସହିତ ବିଦ୍ୟାଳୟର ସ୍ଥାୟିତ୍ଵ ପାଇଁ ଉଦ୍ଦିଷ୍ଟ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ସ୍ୱାର୍ଥରକ୍ଷା ସହିତ ସେମାନଙ୍କ ଭିତରେ ଥ‌ିବା ବାଛ ବିଚାରକୁ ହଟାଇବା ପାଇଁ ଏ ଅନ୍ଦୋଳନ  ବୋଲି ସମନ୍ୱୟ ସମିତି ପ୍ରକାଶ କରିଛି। ସରକାରଙ୍କର ଏକବର୍ଷ  ପୁରଣ ହୋଇଥିଲେ ବି ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ଦିଗରେ ନିରବତା ଓ ଦାବୀ ପୂରଣ ଦିଗରେ କୌଣସି ଠୋସ୍ ପଦକ୍ଷେପ ନନେବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଆନ୍ଦୋଳନ ମାର୍ଗକୁ ଟାଣି ନେବାକୁ ବାଧ୍ଯ କରୁଛି ,ଏହି  ଆନ୍ଦୋଳନ କେବଳ ଦରମା ବଢ଼ାଇବା ପାଇଁ ନୁହେଁ, ବରଂ ଶିକ୍ଷାୟତନ ଓ ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ ତ‌ଥା ଶିକ୍ଷକମାନଙ୍କର ସମସ୍ୟା ସମାଧାନ ସହିତ ଦୀର୍ଘଦିନ ଧରି ଅନୁଦାନ ପାଇ ନଥୁବା ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ, ଖାଲି ପଡ଼ିଥିବା ପଦବୀ  ପୁରଣ, ବିଭିନ୍ନ ଗ୍ରେଡ଼ ପେ ରେ ଥୁବା ଅସଙ୍ଗତି ଦୂରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ବରିଷ୍ଠତା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ପ୍ରତ୍ୟେକ ବର୍ଗର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇଦେବା ଏବଂ ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦି ନ୍ୟାଯ୍ୟ ଦାବୀରେ ଏ ଆନ୍ଦୋଳନ  କରାଯିବ  ବୋଲି ଜଣା ପଡିଛି। ୨୪ ବର୍ଷ ଧରି ଶାସନ କରିଥିବା ବିଗତ ସରକାର କୌଣସି ଗୋଟିଏ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟକୁ ସରକାରୀ କରି ନଥିଲେ । ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ଅସଙ୍ଗତି କୁ ମଧ୍ଯ ଦୂରୀକରଣ କରି ନ ଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ୧୯୯୪ ମସିହାରେ ପ୍ରଚଳିତ ଥିବା ଅନୁଦାନ ଆଇନ୍‌କୁ ବାତିଲ

କରି ୨୦୦୪ ମସିହାରୁ ସ୍କୁଲମାନଙ୍କରେ ଏବଂ ୨୦୦୮ ଓ ୨୦୦୯ରେ କଲେଜ ଗୁଡ଼ିକରେ ଏକ  ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥାକୁ ଲାଗୁ କରିଥିଲେ | ଯାହା ଶିକ୍ଷକ ମାନଙ୍କ ପାଇଁ ଅଭିଶାପ ସଦୃଶ ହୋଇ ରହିଛି।
  ଓଷ୍ଟା ସଂଘ ର କର୍ମ କର୍ତ୍ତା ମାନେ  ସରକାରଙ୍କ ସହିତ ବାରମ୍ବ ର ସାକ୍ଷାତ ଆଲୋଚନାରେ ସରକାର  ପ୍ରତି ଥର ଦାବି ମାନିନେବା ପାଇଁ ପ୍ରତିଶୃତି ପ୍ରଦାନ  କରି ଥାଆନ୍ତି।କିନ୍ତୁ ତାହା କାର୍ଯ୍ୟକାରୀ କରିବା  ର ସମୟ ତାଙ୍କ ପାଇଁ କେବେ ଆସି ନଥାଏ । ଯାହା ଜଣାଯାଉଛି ପ୍ରତିନିଧ ମୂଳକ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇ ପୂର୍ବବତ୍ ପ୍ରଶାସନ ମୂଳକ ଶାସନ ବ୍ୟବସ୍ଥା ପ୍ରଚଳିତ ହେବରେ ଲାଗିଛି । ଏପରି ସଂକଟମୟ ସ୍ଥିତିରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ  ଦିଗହରା ହେଉଛନ୍ତି । ଏହି ଦିଗହରା ଶିକ୍ଷକମାନଙ୍କୁ ଏକାଠି କରି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ଶିକ୍ଷକ, ଶିକ୍ଷାୟତନ, ଶିକ୍ଷାର୍ଥୀ ଓ ଶିକ୍ଷାର ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ସଂଗ୍ରାମୀ ପ୍ରଚେଷ୍ଟା  କରି ଆସୁଛି । ତେଣୁ ସେମାନେ ଆନ୍ଦୋଳନକୁ ନିଜର ହତିଆର କରି ହକ ପାଇଁ ସରକାର ଙ୍କ ବିପକ୍ଷରେ ସର୍ତ୍ତ ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛନ୍ତି।   ଏହି  ସମ୍ମେଳନ ରେ ବରଗଡ଼ ଜିଲ୍ଲାର  ସମସ୍ତ ବ୍ଲକ୍ ର ଓଷ୍ଟା  ସମ୍ପାଦକ ,ସଭାପତି,  କର୍ମକର୍ତ୍ତା ଙ୍କ ସମେତ  ଶତାଧିକ  ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲା ଯୁଗ୍ମ ସମ୍ପାଦକ, ଓଷ୍ଟା ଯାଦବ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like