-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||     

HOME   ଜିଲ୍ଲା

ପିସିସି ଆଦିବାସୀ ବିଭାଗ  ପ୍ରତିନିଧି ଦଳର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

02-Aug-2025



ଭୁବନେଶ୍ଵର(ପ୍ରେରଣା ଖବର): ଓଡ଼ିଶା ପ୍ରଦେଶ କଂଗ୍ରେସର ଆଦିବାସୀ ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରି ଆଦିବାସୀଙ୍କ ଅଧିକାର, ଶିକ୍ଷା ଏବଂ ଜୀବନ ଜୀବିକା  ସମ୍ବଳିତ ୧୧ ଦଫା ଦାବି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। 
ଓଡ଼ିଶା ଜନସଂଖାର ପାଖାପାଖି ୨୪ ପ୍ରତିଶତ ହେଲେ ଆଦିବାସୀ। ପୂର୍ବ ସରକାରମାନଙ୍କ ଅନେକ ଆଇନ, ନିର୍ଦ୍ଦେଶାବଳୀ, ଯୋଜନା ଆଦି ସତ୍ତ୍ଵେ ଆଦିବାସୀ ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ସ୍ତରରେ ଅନଗ୍ରସର ଅଛନ୍ତି। ୧୯୯୬ ମସିହାରେ ପେସା ଆଇନ କେନ୍ଦ୍ର ସରକାର ଆଣିଥିଲେ, ଓଡ଼ିଶା ସରକାର ବିନା ନିର୍ଦ୍ଦେଶାବଳୀରେ ଏହି ଆଇନକୁ ଲାଗୁ କରିଛନ୍ତି। ଏହାଦ୍ବାରା ଆଦିବାସୀ ସମ୍ପ୍ରଦାୟର ଲୋକେ ଜଳ ଜଙ୍ଗଲ ଆଉ ଜମିର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଆସୁଛନ୍ତି। ତେଣୁ ତୁରନ୍ତ ପେସା ଆଇନ ପାଇଁ ନିର୍ଦ୍ଦେଶାବଳୀ ବା ରୁଲ୍ ଆଣିବା ପାଇଁ ଦାବିରେ ଉଲ୍ଲେଖ କରାଯାଇଛି। 
ବହୁଭାଷିକ ଶିକ୍ଷା ଯୋଜନାରେ ୨୦୧୪ ପରଠାରୁ ଆଉ ଅଧିକ ବିଦ୍ୟାଳୟ ସାମିଲ କରାଯାଇନାହିଁ କିମ୍ବା ଏଥି ନିମନ୍ତେ ଭାଷା ଶିକ୍ଷକ ନିଯୁକ୍ତି କରାଯାଇନାହିଁ।  ଯାହା ଫଳରେ ଅନେକ ପିଲା ମାତୃଭାଷାରେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଅଛି। 
ଜଙ୍ଗଲ ଅଧିକାର ଆଇନର ଜମି ଶିରୋନାମା ଆଧାରରେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜାତି ସାର୍ଟିଫିକେଟ ଦିଆଯାଉନାହିଁ। ଯାହା ଦ୍ବାରା ଲୋକେ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଗୋଷ୍ଠୀ ଜଙ୍ଗଲ ଅଧିକାର କେବଳ ୧୩ ପ୍ରତିଶତ ସାମ୍ଭାବ୍ୟ ଗାଁକୁ ଦିଆ ଯାଇଛି। 

ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସମୟରେ ସ୍କୋଲାରସିଫ ମିଳୁ ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି। 
୨୦୧୫ ମସିହାରେ ଓଡ଼ିଶା ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଲାଗୁ କରିବା ପାଇଁ ନିଷ୍ପତ୍ତି ଦେଇଥିଲେ, ମାତ୍ର ଦୁଃଖର ବିଷୟ ଓଡ଼ିଶା ସରକାର ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷାରେ ୨୩ ପ୍ରତିଶତ ବଦଳରେ କେବଳ ୧୨ ପ୍ରତିଶତ ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ବହୁ ମେଧାବୀ ଆଦିବାସୀ ଛାତ୍ର ବୃତ୍ତିଗତ ଏବଂ ବୈଷୟିକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।  
ଏହିଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଓପିସିସି ଦ୍ବାରା ଆଜି ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ କମିଟିର ୩ ସମ୍ପାଦକ ଲକ୍ଷ୍ମୀଧର ସିଂ, ଅନିମା ମିଞ୍ଜ ଓ ମୋହନ ହେମ୍ବ୍ରମ ଏବଂ ବରିଷ୍ଠ ଆଦିବାସୀ ନେତ୍ରୀ ରଞ୍ଜିତା ହେମ୍ବ୍ରମ, ଆଦିବାସୀ ନେତା ମାତରାସ ଡୁଙ୍ଗଡୁଙ୍ଗ, କଟକ ଜିଲ୍ଲା କଂଗ୍ରେସର ଯୁବନେତା ଶ୍ରୀ ଆକ୍ୟୁବ ଖାନ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026

You Might Also Like