-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
01-Aug-2025
ବରପାଲି (ସୁଦାମ ଦୀପ)
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଦିନ୍ ପାଳନ (ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ମିଳନୀ) ଭିତ୍ତିକ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ନିର୍ମଳ ନାୟକ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଆମ ପଶ୍ଚିମାଞ୍ଚଳର ଭାଷା ସମ୍ବଲପୁରୀ ସାହିତ୍ୟର ମାର୍ମିକ ଉପସ୍ଥାପନା କରିବା ସହ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର,ନୀଳ ମାଧବ ପାଣିଗ୍ରାହୀ, ପଦ୍ମଶ୍ରୀ ଲୋକ କବି ହଲଧର୍ ନାଗ,ପ୍ରୟାଗ ଦତ୍ତ ଯୋଶୀ ପ୍ରଭୃତି ମହାରଥି ମାନଙ୍କର ସ୍ମୃତି ଚାରଣ କରିଥିଲେ।ସଂସ୍କୃତିର ଅନ୍ତନିହିତ ବାସ୍ତବତା ଯାହା ଧୀରେ ଧୀରେ ଲୁକ୍କାଇତ ହୋଇଯାଉଛି ସେ ସବୁ ପ୍ରସଙ୍ଗକୁ କେନ୍ଦ୍ରକରି ଛାତ୍ରୀ ମାନଙ୍କସହ ଆଲୋଚନା କରିଥିଲେ। ପରିସେଷରେ ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରୁ ଦ୍ଵୀପ ପ୍ରଜ୍ବଳନ ହେବା ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।ସମ୍ବଲପୁରୀ ଗୀତ ବାଦ୍ୟ ସହ ଆରିସା,କାକରା, ମଣ୍ଡା,ଚାଉଳ ବରା,ପକୁଡ଼ି,ପ୍ରଭୃତି ଖାଦ୍ୟ ଗ୍ରହଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ରେମ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଧ୍ୟାପକ ନେପାଲ ବିଶ୍ୱାଲ ଅଧ୍ୟାପିକା ଜ୍ୟୋତି ସାହୁ ,ପୁନମ ସାହୁ,ସସ୍ମିତା ମେହେର,ମନୀଷା ଭୋଇ,ଶୋଭାବତୀ ଥପା,ପରିଣୀତା ପଧାନ,ଯଜ୍ଞାସେନି ପଟେଲ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।