-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ନିଜର ଅସ୍ତିତ୍ଵ ହରାଇଛି ମାଲକାନାଗିରିର ଦୈନିକ ହାଟ, ଦୁରାବସ୍ଥା ନେଇ ପ୍ରଶାସନର ନଜର ନାହିଁ

01-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ପୌରାଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଥିବା ବେଳେ ନିତିଦିନ ପନିପରିବା କ୍ରୟ ଲାଗି ସୁଭାଷ ବୋଷ ଛକ ନିକଟରେ ଅବସ୍ଥିତ ଦୈନିକ ହାଟ ଉପରେ ସମସ୍ତେ ନିର୍ଭରଶୀଳ। ୨୦୦୨-୦୩ ଆର୍ଥିକ ବର୍ଷରେ ଏଠାରେ ୮ଗୋଟି ପିଣ୍ଡି ପରିବା ବ୍ୟବସାୟୀ ମାନେ ବସି ବିକ୍ରୟ ଲାଗି ନିର୍ମାଣ କରାଯାଇଥିଲା। ଆଜକୁ ଦୀର୍ଘ ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ମରାମତି ଅଭାରୁ ଛାତ ଫାଟି ବର୍ଷା ଋତୁରେ ପାଣି ନିର୍ଗତ ହେଉଛି l ଏଣୁ କିଛି ପନିପରିବା ବ୍ଯବସାୟୀ ଜରି ଟାଣି ବସିବାକୁ ବାଧ୍ୟ ହେଉଛନ୍ତି। କେତୋଟି 
ପିଣ୍ଡିର ଛାତର ବାହ୍ଯ ଅଂଶ ଭାଙ୍ଗି ତଳେ ପଡ଼ିବା ଯୋଗୁଁ ଏହାର ସ୍ଥାୟୀତ୍ବ ଦୁର୍ବଳ ହେବାରେ ଲାଗିଛି। ଯେଉଁ ମାନେ ପନିପରିବା କ୍ରୟ ଲାଗି ଯାଉଛନ୍ତି,ଅତି ସତର୍କତାରେ ପିଣ୍ଡି ନିକଟସ୍ଥ ହେଲା ବେଳେ ମନରେ ଭୟ ସଞ୍ଚାର ହେଉଛି। କସ୍ମିନି କାଳେ ଦୁର୍ବଳ କଙ୍କ୍ରିଟ ଖଣ୍ଡ ମୁଣ୍ଡ ଉପରେ ପଡ଼ି ପ୍ରାଣ ହାନି ଘଟି ପାରେ। ଅନେକ ପିଣ୍ଡିର ଛାତ ଫାଟି ଲୁହା ରଡ୍ ଦୃଶ୍ୟମାନ ହେଉଛି।ତଥାପି ବିପଦସଂକୁଳ ଅବସ୍ଥାରେ ପରିବା ବ୍ୟବସାୟୀ ମାନେ ବସିବାକୁ ବାଧ୍ୟହେଉଛନ୍ତି। କିଛି ପନିପରିବା ବ୍ୟବସାୟୀଙ୍କୁ ସ୍ଥାନ ଅଭାବରୁ ଅଧିକାଂଶ ତଳେ ବସିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥାଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନେଇ ନାହିଁ। ମାଲକାନଗିରି RMC ଦ୍ଵାରା ପ୍ରତ୍ୟେକ ପରିବା ବେପାରୀଙ୍କ ଠାରୁ ଦୈନିକ ୨୦ଟଙ୍କା ଟିକସ ଆଦାୟ କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ତଥା ମରାମତି ସଂପୁର୍ଣ୍ଣ ଶୂନ୍ୟ କହିଲେ ଚଳେ। ଦୈନିକ ବଜାର ସଫାସୁତୁରା ପାଇଁ ପ୍ରତି ମାସରେ ପରିବାର ବ୍ୟବସାୟୀଙ୍କ ଠାରୁ ୫୦ ଟଙ୍କା ଲେଖାଏଁ ଟେକ୍ସ ମାଲକାନଗିରି ପୌରପରିଷଦ କର୍ମଚାରୀମାନେ ସଂଗ୍ରହ କରୁଛନ୍ତି। ଏହି ହାଟଟି ମାସିକ ୧୮ ହଜାର ଟଙ୍କାରେ ଆରଏମସି ଲିଜ୍ ସୂତାରେ ଅନ୍ୟ ଏକ ବେସରକାରୀ ବ୍ୟକ୍ତିଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି। ବାର୍ଷିକ ମୋଟ ଅର୍ଥ ଆଦାୟର ୨୦ ଅଂଶଧନ ଆରଏମସି ଠାରୁ ମାଲ୍ ପୌରପରିଷଦ ସଂଗ୍ରହ କରୁଛି। ନିୟମ ଦୃଷ୍ଟିରୁ ଆଦାୟ କରା ଯାଉଥିବା ଟିକସରେ ସେହି ହାଟର ବିକାଶ କରିବା କଥା। ମାତ୍ର ୨୩ ବର୍ଷ ହେଲା ଦୈନିକ ହାଟଟି ମାଲକାନଗିରି

ସଦର ମହକୁମାରେ ଥାଇ ମଧ୍ୟ ଅବହେଳିତ। ଆରଏମସିର
ଚେୟାରମେନ ଭାବେ ଉପଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରି ଥିଲେ ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେଉନଥିବା ଜଣା ପଡ଼ିଛି।
ମାଛ ମାଂସ ବିକ୍ରୟ ଲାଗି ଦରଦାମ ତାଲିକା କୌଣସି ଫଳକ 
ରେ ଲେଖି ଖାଉଟିମାନଙ୍କ ଗୋଚରାର୍ଥେ ଟଙ୍ଗା ଯାଇ ନଥିବାରୁ
ମନଇଚ୍ଛା ମାଛ ମାଂସ ଦର ବୃଦ୍ଧି ପାଉଛି। ଦୈନିକ ହାଟରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଉନ୍ନୟନମୂଳକ ଭାବଧାରର ଘୋର ଅଭାବ ଯୋଗୁଁ ସମସ୍ୟା 
ଦିନକୁ ଦିନ ଜଟିଳ ହେବାରେ ଲାଗିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like