-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

୪ କ୍ଵିଣ୍ଟାଲ ୩୧ କେଜି ଗଞ୍ଜେଇ ସହ ଟ୍ରକ, କାର ଓ ୫ ମାଫିଆ ଗିରଫ

30-Jul-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଜିଲ୍ଲା ପୋଲିସ ତଥା ଉଲୁଣ୍ଡା ପୋଲିସ କୁ ମିଳିଛି ଏକ ବଡ ସଫଳତା। ଦିନକୁ ଦିନ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ । ବୌଦ୍ଧ ଜିଲାରୁ ସୋନପୁର ରାସ୍ତା ଦେଇ ଟ୍ରକ୍‌ରେ ଦିଲ୍ଲୀ କୁ ଗଞ୍ଜେଲ ଚାଲାଣ ହେଉଥିଲା ବେଳେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ପୋଲିସ ଏହାକୁ ଧରିଛି। ମାଫିଆ ମାନେ ଗଞ୍ଜେଇ ଚାଲାଣ କରିବା ପାଇଁ ଟ୍ରକରେ ପ୍ରଥମେ କାଜୁ ଚୋପା ବୋଝେଇ କରିବା ପରେ ବୌଦ୍ଧ ଜିଲାକୁ ଆସି କାଜୁ ଚୋପା ଭିତରେ ଗଞ୍ଜେଇ ବସ୍ତାରେ ଭର୍ତ୍ତି କରି ଫୁଲବାଣୀ ପଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାଟ ହୋଇ ସୁବର୍ଣ୍ଣପୁର ଦେଇ ଦିଲ୍ଲୀ କୁ ଚାଲାଣ କରୁଥିବା ବେଳେ ଏକ ବ୍ରିଜା କାରରେ ନଂ ଓଡି୦୭ଏନ -୧୯୧୮ ରେ ୩ ଜଣ ଯୁବକ ଟ୍ରକ୍‌କୁ ଏସକଟ ଦେଉଥିଲେ । ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇବା ପରେ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ସମ୍ବଲପୁର ରାସ୍ତାରେ ଯାଉଥିବା ବେଳେ ଉଲୁଣ୍ଡା ଥାନାଧିକାରୀ ଙ୍କୁ ଧରିବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେବା ସହ ନିଜେ ମଧ୍ୟ ପରେ ପରେ ଗଞ୍ଜେଇ ବୋଝେଇ ଟ୍ରକ୍ ପିଛା କରିଥିଲେ । ଉଲୁଣ୍ଡା ଥାନା ଆଇଆଇସି ଲିଙ୍ଗରାଜ ସେଠୀ ଓ ଏସଆଇ ଦେବାଶିଷ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଉଲୁଣ୍ଡା ଥାନା ସମ୍ମୁଖରେ ଟ୍ରକ୍ ନଂ. ବିଆର ୦୬ ଜିଡି ୩୨୨୨ କୁ ଅଟକାଇ ତନଖି କରିବା ସମୟରେ କାଜୁ ଚୋପା ଭିତରେ ଥିବା ୧୩ଟି ବଡ ବସ୍ତାରେ ଥିବା ୪କୁଇଣ୍ଟାଲ ୩୧ କିଲୋ ୬୦୦ଗ୍ରାମ ଗଞ୍ଜେଇ ମିଳିଥିଲା।

ଏଥି ସହ ତାଙ୍କ ପାଖରୁ ନଗଦ ୧ ଲକ୍ଷ ୯୭ ହଜାର ଟଙ୍କା ଓ ୭ ଟି ମୋବାଇଲ ଜବତ କରିବା ସହ ଟ୍ରକ୍ ଡ୍ରାଇଭର ବିହାର ମତିହାର ଜିଲ୍ଲା ମେହେସି ର ରାଜକୁମାର ରାଏ (୩୪), ହେଲପର ମୁଜାଫରପୁର ଜିଲ୍ଲା ମାଧପୁରହାଜର ଅଞ୍ଚଳର ବିକାଶ କୁମାର(୧୯)ଙ୍କୁ ଗିରଫ କରାଯାଇଥିଲା। ଏଥି ସହ କାରରେ ଏସକଟ ଦେଉଥିବା ଗଞ୍ଜେଇ ମାଫିଆ ବୌଦ୍ଧ ଜିଲା କଣ୍ଟାମାଳ ଥାନା ରୁଣ୍ଡି ମହୁଲ ଗ୍ରାମର ଶଙ୍କର୍ଷଣ ବାରିକ (୪୪), ମନମୁଣ୍ଡା ଥାନା ଧୁଙ୍ଗିଆପଦର ଗ୍ରାମର ପରାସର ଥାଟି (୨୨) ଓ ସମ୍ବଲପୁର ଜିଲ୍ଲା ଟାଉନ ଥାନା ନନ୍ଦପଡାର ଜଗଦୀଶ ବାଗ(୩୦) ଙ୍କୁ ଗିରଫ କରିବା ସହ ପୋଲିସ କାର, ଟ୍ରକ ଓ ଗଞ୍ଜେଇ ଜବତ କରି ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ନେଇ ଏକ ମାମଲା ଉଲୁଣ୍ଡା ଥାନା କେସ ନଂ ୧୦୧/୨୮.୭.୨୫ U/s-20(b)(ii)C/ 29 NDPS ଆକ୍ଟ ରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି। ତେବେ ଗିରଫ ଶଙ୍କର୍ଷଣଙ୍କ ନାମରେ ପୂର୍ବରୁ ମଧ୍ଯ ବଲାଙ୍ଗୀର ଟାଉନ ଥାନାରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ ମାମଲା ଥିବା ପୋଲିସ କହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like