-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
08-Jul-2025
ବଲାଙ୍ଗିର(ଦେବାଶିଷ ବହିଦାର): ଜିଲ୍ଲା ଯାଦବ ଭବନ ବଲାଙ୍ଗିର ଠାରେ ଏନ୍ଏପିଏମ୍ ଓଡିଶା ଓ ଏସ୍ଏସ୍ଏ ଓଡିଶା ଗନ୍ଧମାର୍ଦ୍ଧନ ସୁରକ୍ଷା ପରିସର ବଲାଙ୍ଗିର, ଜିଲ୍ଲାବାଦ ସଂଗଠନ ବଲାଙ୍ଗିର, ଜନମ ମାଏଟ ବଂଚାଓ ଆନ୍ଦୋଳନ ବଲାଙ୍ଗିର, ସହିଦ ଧରମସିଂ ମାନ୍ଧତା ସ୍ମୃତି କମିଟି, ସୁଲିଆବୁଢା କମିଟିର ମିଳିତ ଆନୁକୁଲ୍ୟରେ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଏନ୍ଏପିଏମ୍ ଅଧ୍ୟକ୍ଷ ଲିଙ୍ଗରାଜ ପ୍ରଧାନ, ନିୟମଗିରି ସୁରକ୍ଷା ପରିଷଦର ଲିଙ୍ଗରାଜ ଆଜାଦ, ଓଡିଶା କୃଷକ ଆନ୍ଦୋଳନ ର ପ୍ରବକ୍ତା ତଥା ଜଣାସୁଣା ଲେଖକ ସରୋଜ ମହାନ୍ତି ପ୍ରମୁଖ ମଂଚାସିନ ଥିଲେ । ଖଣି, ପାଣି ଓ ପ୍ରକୃତିର ସୁରକ୍ଷା ସହିତ ବିଭିନ୍ନ ପ୍ରକାର ତର୍ଜମା କରାଯାଇ ବଲାଙ୍ଗିର ଜିଲ୍ଲାରେ କମ୍ପାନୀ କିପରି ପାଣି, ଖଣି ଓ ଜଙ୍ଗଲକୁ ଧ୍ୱଂସ କରିବେ ତାର ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ଜିନ୍ଦାବାଦ କମିଟିର ତ୍ରିଲୋଚନ ପୁଞ୍ଜି, ଜନମ ମାଟି ବଂଚାଓ ଆନ୍ଦୋଳନର ନେତା ପ୍ରକାଶ ସାହୁ, ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ଟେକେନ୍ଦୁ ଜାଲ, ଜନସୁଚନା କର୍ମୀ ନିଳମଣି
ଯୋଷୀ, ସୁଲିଆ ଯାତ୍ରା କମିଟିର ମୟ ପ୍ରଧାନୀ, ବୁଡି ଅଂଚଳ ସଂଗ୍ରାମୀ ପରିଷଦର ରାମଚନ୍ଦ୍ର ବରିହା, ମାଗୁରବେଡା ଆନ୍ଦୋଳନର ସୋମନାଥ ସିଂଦେଓ, ଶ୍ରମିକନେତା ବିଭୁଦତ୍ତ ମିଶ୍ର, ଧରମସିଂ ମାଝି ର କାଳିନ୍ଦ୍ରି ମାଝି ତଥା ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଜିଲ୍ଲାର ଖଣି, ପାଣି ଓ ଜଙ୍ଗଲର ଧ୍ୱଂସକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଲୋୟର ସୁକତେଲ ଓ ବିସ୍ତାପିତଙ୍କ ସମସ୍ୟା ସରିନଥିବା ବେଳେ କଟା ଘା ରେ ଚୁନ ଦେଲା ବୋଲି ମାଗୁରବେଡା ଅଂଚଳରେ ଖଣି ଖନନ କାର୍ଯ୍ୟ ସରକାରଙ୍କ ଏହି କାର୍ଯ୍ୟକଳାପକୁ ବୁଦ୍ଧିଜିବୀ ମହଲରେ ଉଦ୍ବେଗ ପ୍ରକାଶ କରିଛି । ଚାଷ ନାଁ ରେ ବଡ ବଡ ଡ୍ୟାମ କରି କଂପାନୀକୁ ପାଣିଦେବା ଓ ପରିବେଶ କୁ ଧ୍ୱଂସ କରି ବିକାଶ ନାଁ ରେ ନିରୀହ ଆଦିବାସୀଙ୍କୁ ବାସଚ୍ୟୁତ କରିବାର ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଜନମ ମାଏଟ ସଂଘର୍ଷ ସମିତି ର ନେତା ଗିରିଧାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।