-+91-9937148622 |

prerana_bgr@rediffmail.com |

  Thursday 10th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   (09-Jul-2025)       ||      ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   (09-Jul-2025)       ||      ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ    (09-Jul-2025)       ||      ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   (09-Jul-2025)       ||      ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   (09-Jul-2025)       ||      ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   (09-Jul-2025)       ||      *ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   (09-Jul-2025)       ||      ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   (09-Jul-2025)       ||      ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   (09-Jul-2025)       ||      ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   (09-Jul-2025)       ||      "ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    (09-Jul-2025)       ||      ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   (09-Jul-2025)       ||      ବେଙ୍ଗାଳୁରୁ ସହକାର ନଗର ମନ୍ଦିରରେ ନୀଳାଦ୍ରୀ ବିଜେ ଉତ୍ସବ ଆୟୋଜନ                                        (09-Jul-2025)       ||      ଘଣ୍ଟାପଡ଼ା ଥାନାରେ ନୂଆ ସଂଶୋଧିତ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ   (09-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ   (08-Jul-2025)       ||      ମନରେଗା ହୋଇଛି ଦିଗହରା: ଶ୍ରମିକ ବଦଳରେ ମେସିନ୍ କରୁଛି କାମ    (08-Jul-2025)       ||      ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ    (08-Jul-2025)       ||      *ସୋନପୁର ରେ ନୀଳାଦ୍ରି ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି*   (08-Jul-2025)       ||     

HOME   ଜିଲ୍ଲା

ଅତିବଡ଼ୀ ଜଗନ୍ନାଥ ଦାସ ଜାତୀୟ ଆଲୋଚନାଚକ୍ର: ଭାଗବତ ଓଡ଼ିଆ ଜାତିର ଜୀବନ ବେଦ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସମାଜର ମୂଳ ଆଧାର ହେଉଛି ଜଗନ୍ନାଥ ଦାସଙ୍କ ଭାଗବତ

06-Jul-2025



ଭୁବନେଶ୍ୱର; ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ହେଉଛି ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ସଂସ୍କୃତ ଭାଷାର ଅନୁସୃଜନ ହୋଇଥିଲେ ସୁଦ୍ଧା ଏହା ମୂଳ ଭାଗବତଠାରୁ  ଅଧିକ ଲୋକପ୍ରିୟ । ଭାଗବତ ଓଡ଼ିଆ ଜାତିର ଜୀବନ ବେଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଅନବଦ୍ୟ କୃତି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସମାଜର ମୂଳ ଆଧାର । ଜୀବନ, ମୃତ୍ୟୁ, ମୋକ୍ଷ, ମୁକ୍ତି, ବିଚାର, ଦ୍ୱନ୍ଦ୍ୱ, ଚଳଣି, ପରମ୍ପରା ଓ ସଂସ୍କୃତି ସମ୍ବନ୍ଧିତ ନାନାବିଧ ପ୍ରଶ୍ନର ସହଜ ଉତ୍ତର ଦେଇଥାଏ ଭାଗବତ । ଭାଗବତ ପଠନ ଓ ଭାଗବତ ଟୁଙ୍ଗୀ ପରମ୍ପରା ଓଡ଼ିଆ ସଂସ୍କୃତିକୁ ଦେଇଛି ଭିନ୍ନ ପରିଚୟ । 
ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ

ଆନୁକୂଲ୍ୟରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ଜାତୀୟ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ କରିଛନ୍ତି ଅତିଥି ଏବଂ ଆଲୋଚକ ବୃନ୍ଦ । ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଏହାକୁ ଉଦ୍ଘାଟନ କରିବା ପୂର୍ବକ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏବଂ ଓଡ଼ିଆ ସଂସ୍କୃତିର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ। ସେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ବହୁବିଧ କୃତି ଏବଂ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ଗୌରହରି ଦାସ । ସେ କହିଥିଲେ ଓଡ଼ିଆ ଜନଜୀବନ ଏବଂ ଭାଗବତ ଓତପ୍ରୋତ ଭାବେ ଜଡ଼ିତ। ମଣିଷ ମନର ସବୁ ପ୍ରକାର ପ୍ରଶ୍ନର ଉତ୍ତର ତହିଁରେ ଭରି ରହିଛି । ଏଥିସହିତ ସେ ଭାଗବତର କେତେକ ଧାଡିର ଲୋକପ୍ରିୟତା ଏବଂ ବହୁଳ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ । ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସମାଲୋଚକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା । ସେ ପଞ୍ଚସଖା ଯୁଗର ସାହିତ୍ୟର ବୈଶିଷ୍ଟ୍ୟ, ଓଡ଼ିଆ ଭାଗବତର ମୌଳିକତା ଓ ପ୍ରଭାବ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗର ବର୍ଣ୍ଣନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଂଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । 
ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଭାଗବତ ଓ ଓଡ଼ିଆ ଜୀବନ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଡକ୍ଟର ଜୟନ୍ତୀ ରଥ ଓଡ଼ିଆ ସାହିତ୍ୟରେ ଭାଗବତର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଡକ୍ଟର ଶାନ୍ତନୁ କୁମାର ରଥ ଉତ୍କଳୀୟ ଜନତାଙ୍କ ଜୀବନ ବେଦ-ଓଡ଼ିଆ ଭାଗବତ ଶୀର୍ଷକରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଭାମୁଖ୍ୟ ଡକ୍ଟର ମିଶ୍ର ଓଡ଼ିଆ ଭାଗବତର ସମ୍ପୂର୍ଣ୍ଣ ରୂପେ ଅଧ୍ୟୟନ କରିବା ପୂର୍ବରୁ ସଂପୃକ୍ତ ପ୍ରକରଣ ଗୁଡ଼ିକର ଶିକ୍ଷା ଲାଭ କରିବା ଉଚିତ ବୋଲି କହିଥିଲେ। ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ସେ କହିଥିଲେ ସେ ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ସଂସ୍କୃତ ଭାଗବତର ବିସ୍ମୟକର ଅନୁସୃଜନ । ଏହା ମୂଳ ଭାଗବତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ଆଲୋଚକ ଡକ୍ଟର କଳ୍ପତରୁ ନାୟକ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଭାଷା ତତ୍ତ୍ୱ ବିଷୟରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଶିଷ୍ଟ

ଗବେଷକ ପୀତବାସ ରାଉତରାୟ କହିଥିଲେ ଯେ ଭାଗବତ ଓଡ଼ିଶାର ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରିଛି। ଏହା  ସର୍ବଜନାଦୃତ ଏବଂ ସବୁଠୁ ଅଧିକ ବିକ୍ରି ହେଉଥିବା ଅମୂଲ୍ୟ କୃତି। ଡକ୍ଟର ସଂଗ୍ରାମ ଜେନା କହିଥିଲେ ଯେ ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆ ଜନ ଜୀବନର ଆଧ୍ୟାତ୍ମିକ ଓ ସାମାଜିକ ନୀତି ଆଦର୍ଶ ତଥା ଜାତୀୟ ଚରିତ୍ରର ନିର୍ମାତା। ଆଲୋଚନାଚକ୍ରରେ ବହୁ ସାହିତ୍ୟିକ, ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆସନ୍ତାକାଲି ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ହେବାକୁ ଥିବା ଦୁଇଟି ଅଧିବେଶନରେ ଗବେଷକମାନେ ଯୋଗଦେଇ ଜଗନ୍ନାଥ ଦାସଙ୍କ କୃତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   09-Jul-2025
  ଜିଲ୍ଲା  
ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   09-Jul-2025
  ଜିଲ୍ଲା  
ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   09-Jul-2025
  ଜିଲ୍ଲା  
*ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   09-Jul-2025
  ଜିଲ୍ଲା  
ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   09-Jul-2025
  ଜିଲ୍ଲା  
ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   09-Jul-2025
  ଜିଲ୍ଲା  
ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   09-Jul-2025
  ଜିଲ୍ଲା  
"ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    09-Jul-2025
  ଜିଲ୍ଲା  
ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   09-Jul-2025

You Might Also Like