-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶର ଆହ୍ବାନ ■ ଉଦ୍ୟାନକୃଷି ହିଁ ଦାଦନସମସ୍ୟାର ବିକଳ୍ପ■ ବିକଶିତ ଓଡିଶା ପାଇଁ ବିକଶିତ ବଲାଙ୍ଗୀର

29-Jun-2025



ବଲାଙ୍ଗୀର(ମଳୟ ମିଶ୍ର):  ଗତ ୧୭ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକଶକ୍ତି ସମାବେଶରେ ଯୋଗ ଦେଇଥିଲେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କର ବଲାଙ୍ଗୀର ଜିଲ୍ଲାର କୃଷି ଓ ଚାଷୀଙ୍କ ଅଭିବୃଦ୍ଧି ପାଇଁ ସରକାରଙ୍କ ବିପୁଳ ଆର୍ଥିକ ସହାୟତାର ପ୍ରତିଶ୍ରୁତି ସହିତ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଭିଭାଷଣରେ ଚଳିତ ସରକାରର ରାଜ୍ୟର ଦୁଇଗୁଣା କୃଷିବଜେଟ୍ ବୃଦ୍ଧି ସହିତ ଜିଲ୍ଲାର ଫଳଚାଷ, ପନିପରିବା ଚାଷ ଓ ଏସବୁ ଉତ୍ପାଦିତ ଫସଲ ବିଦେଶକୁ ରପ୍ତାନୀ ହେଉଥିବା ସୂଚନା ଶୁଣିବା ପରେ ଏସବୁ ଆଗାମୀ ସରକାରଙ୍କ ଯୋଜନାର ରୂପରେଖ ଜାଣିବାର ଆଗ୍ରହରୁ ଆମ ଟିମ୍ ପ୍ରଥମେ ପହଞ୍ଚିଥିଲା ବଲାଙ୍ଗୀର ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ।

ଅଳ୍ପଦିନ ହେବ ଏଠାରେ ଡେପୁଟି ଡାଇରେକ୍ଟର ଭାବରେ ଯୋଗ ଦେଇଥିବା ସୁଦେଶ କୁମାର ଚୌଧୁରୀଙ୍କୁ ଭେଟି କିଛିସମୟ ଔପଚାରିକ ଆଲୋଚନାରେ ଯାହା ହୃଦ୍ ବୋଧ ହେଲା, ଆଉ ମାତ୍ର ପ୍ରାୟ ୧୦ ମାସ ଅବସର ଗ୍ରହଣ ପାଇଁ ଥିବା ଏଇ ଅଧିକାରୀଙ୍କର ବିଭାଗ ପ୍ରତି ଉତ୍ସର୍ଗୀକୃତ ଭାବନା ଓ କାମ କରିବାର ଉତ୍ସାହ ଅନ୍ତତଃ ଆମ ବଲାଙ୍ଗୀର ଜିଲ୍ଲା ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଭଳି ଅଧିକାରୀଙ୍କର ଅନ୍ତତଃ ବଲାଙ୍ଗୀର ଜିଲ୍ଲାରେ ଅଧିକ ଦିନ ରଖାଯିବାର ଆବଶ୍ୟକତା ରହିଛି ।

ଉକ୍ତ  ସମାବେଶରେ ପାଟଣାଗଡ,  ଟିଟିଲାଗଡ ଓ ଖପ୍ରାଖୋଲର ୬ ଲଟ୍ ଦଶେରୀ, ଆମ୍ରପଲ୍ଲୀ ଚାଷୀଙ୍କର ଆମ୍ବ  ଲଣ୍ଡନ, ଆବୁଧାବି ଓ ଜର୍ମାନୀ ଇତ୍ୟାଦି ବିଦେଶକୁ ରପ୍ତାନୀ କରାଯାଇଥିବା କୃଷିମନ୍ତ୍ରୀ ପ୍ରକାଶ କରିଥିଲେ। ଏହାସହିତ ଜିଲ୍ଲାର ଚାଷୀଙ୍କର କଲରା, ଭେଣ୍ଡି ଆଦି ପନିପରିବା ମଧ୍ଯ ବିଦେଶକୁ ଯାଉଥିବା ସେ କହିଥିଲେ। ଉଦ୍ୟାନ କୃଷି ବିଭାଗ ସହିତ ନାବାର୍ଡ ଓ ଓରମାସ୍ ତରଫରୁ ଉତ୍ପାଦିତ ଏସବୁର ବିଦେଶକୁ ଭୁବନେଶ୍ବର ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ପାଲାଡିଏମ୍ କନସଲଟାନ୍ସି ଜରିଆରେ  ଏହା ରପ୍ତାନୀ କରାଯାଉଛି। 

ଜିଲ୍ଲାର ୧୪ ଟି ବ୍ଲକରେ ଏହି ଉପନିର୍ଦ୍ଦେଶକଙ୍କ ଅଧୀନରେ ଏସବୁ ପନିପରିବା, ଆମ୍ବ ଓ ଡ୍ରାଗନ ଫ୍ରୁଟ୍ ଚାଷ କରାଯାଉଛି । ପାଟଣାଗଡରେ ଶ୍ରୀ ସିଂହଦେଓଙ୍କ ନିଜସ୍ବ ଫାର୍ମରେ ଫଳୁଥିବା ଡ୍ରାଥନ ଫ୍ରୁଟ୍ କିଛିଦିନତଳେ ଦୁବାଇକୁ ରପ୍ତାନୀ ହୋଇଥିବା ପ୍ରକାଶ ପାଇଥିଲା। ଏତଦ୍ ବ୍ୟତୀତ ଏହି ଦାମିକା ବିଦେଶୀ ଫଳଚାଷ ଜିଲ୍ଲାର ଦେଓଗାଁ, ଲୋଇସିଂହା ,ମୁରିବାହାଲ,  ଖପ୍ରାଖୋଲ ଓ ବିଭିନ୍ନ ସ୍ଥାନରେ ଚାଷୀ ହେଉଛି ।

ଏହାସହିତ ରବିଋତୁରେ ପିଆଜ, ଧନିଆ ଇତ୍ୟାଦି ଚାଷ କରାଯାଏ । ତେବେ ଶୀତଳଭଣ୍ଡାର ନଥିବାରୁ ଚାଷୀଙ୍କର ବହୁତ ଅସୁବିଧା ହେଉଛି ।  ବିଶେଷତଃ ଘରୋଇ ଭାବେ ଶୀତଳଭଣ୍ଡାର କରାଯିବାକୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଚାଷୀଙ୍କର ଉତ୍ପାଦିତ ଫଳ ଓ ପନିପରିବାର ସଂରକ୍ଷଣ ସମ୍ଭବ ହୁଅନ୍ତା  l  ବଲାଙ୍ଗୀର ଜିଲ୍ଲା ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଓଡିଶାର ୨ୟ ଟାର୍ଗେଟ୍ ରେ ରହିଛି । ସେହିପରି ଏମ୍ ଆଇ ଡିଏସ୍ ବା ଜାତୀୟ ଉଦ୍ୟାନ ମିଶନରେ ଓଡିଶାର ୧ମ ଟାର୍ଗେଟ୍ ରେ ଓ ଏବର୍ଷର ଅଏଲ୍ ପାମ୍ ବା ତାଳତେଲ ଚାଷ ଯୋଜନାରେ ୩ୟ ଟାର୍ଗେଟ୍ ରେ ରହିଥିବା ସେ ପ୍ରକାଶ କରିଥିଲେ।

ଏତଦ୍ ବ୍ୟତୀତ 'ବିକଶିତ ଓଡିଶା ପାଇଁ ବିକଶିତ ବଲାଙ୍ଗୀର' କାର୍ଯ୍ୟକ୍ରମରେ ଭବିଷ୍ୟତରେ ମାଟିର ଉର୍ବରତାକୁ ନଷ୍ଟ କରିଦେବାର ଆଶଙ୍କା ରହିଥିବା କ୍ଷତିକାରକ କପାଚାଷ ବିକଳ୍ପ ଭାବରେ ଉଦ୍ୟାନ କୃଷିର ପ୍ରଚଳନକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଏବେ ୨ କୋଟି ୨୭ ଲକ୍ଷ ଟଙ୍କାର ମୁଖ୍ଯମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର କରାଯାଉଛି। ଏହି ଯୋଜନାର ୭୬ଟି ଉଦ୍ୟୋଗ ମଧ୍ଯରୁ କେବଳ ୩୬ ଟି ଉଦ୍ୟୋଗ ଉଦ୍ୟାନକୃଷି ବିଭାଗର । ଏଥର ରାଜ୍ୟ ଯୋଜନା ବା ଜିଲ୍ଲା ଯୋଜନାରେ ନଥିବା ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାର ୧୪ ଟି ବ୍ଲକରେ ୫୩୫ ଟି ପୋଖରୀ ବା ଫାର୍ମପଣ୍ଡର ପ୍ରସ୍ତାବ  ଦିଆଯାଇଥିବା ତାଙ୍କ ସୂତ୍ରରୁ ପ୍ରକାଶ । 

ଛତୁଆ ମଧ୍ଯ ଏକ ପ୍ରଚୁର ଲାଭଦାୟକ କୃଷି ଓ ଏବେ ପାଳଛତୁ ଓ ଧିଙ୍ଗିରୀଛତୁ ଚାଷ କରାଯାଉଛି । ବ୍ୟୟବହୁଳ ବଟମ୍ ଛତୁଚାଷ ମଧ୍ଯ କରାଯିବାର ଲକ୍ଷ୍ୟ ରହିଛି ।  ସମସ୍ୟା ମଧ୍ଯରେ ମଞ୍ଜୁରୀପ୍ରାପ୍ତ ପଦରୁ ୫୦ ପ୍ରତିଶତ କର୍ମଚାରୀ କମ୍ ଅଛନ୍ତି ଓ ଆଉ ନୂତନ ନିଯୁକ୍ତି ହେଉନାହିଁ ।
ଯଦି ସମସ୍ତଙ୍କର ସହଯୋଗ ମିଳନ୍ତା , ତେବେ ଅନ୍ଯାନ୍ଯ ୧୮ ଟି

ବିଭାଗ ମଧ୍ଯରୁ ଉପରୋକ୍ତ କୃଷିରେ କେବଳ ଉଦ୍ୟାନକୃଷିରେ ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାର ଚିତ୍ର ବଦଳାଇ ଦିଆଯାଇ ପାରିବ ବୋଲି ସେ ଦୃଢଆଶା ପ୍ରକାଶ କରିଛନ୍ତି । ଏଣୁ ବଲାଙ୍ଗୀର ଉଦ୍ୟାନକୃଷି କ୍ଷେତ୍ରରେ ଯଦି ସରକାର ସତରେ ଉଲ୍ଲେଖନୀୟ ଉନ୍ନତି ଚାହୁଁଥାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଏଠାକାର ମୁଖ୍ୟ ଅଭାବଗୁଡିକ ମଧ୍ଯରେ ରହୁଥିବା ୫୦ ପ୍ରତିଶତ କର୍ମଚାରୀ ଅଭାବର ପୂରଣ, ଘରୋଇ ଶୀତଳଭଣ୍ଡାର ସ୍ଥାପନ ପାଇଁ ପ୍ରୋତ୍ସାହନ ପ୍ରଦାନ ସହ ଉଦ୍ୟାନ କୃଷି ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାର ଚାଷୀମାନେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like