-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
26-Jun-2025
(ମିହିର ଶଙ୍କର ପାତ୍ର,)
ମାଲକାନଗିରି ସହରର ସ୍ଥିତ କୃଷ୍ଣ ମନ୍ଦିରରେ ହିନ୍ଦୁ ମହାସଂଘ ର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ହିନ୍ଦୁ ମହାସଂଘ ଉପ ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଶ୍ଵାମିତ୍ରାନନ୍ଦ ଗିରି, କୋରକୋଣ୍ଡା ଆଶ୍ରମ ର ସ୍ବାମୀଜୀ, ମାଧକ ଚୈତନ୍ୟଜୀ, ବିଶ୍ବହିନ୍ଦୁ ପରିଷଦ ର ଶିବ ପଦ ମିର୍ଧା ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାମକୃଷ୍ଣ ଚୌଧୁରୀ, ଅଭିଜିତ ବଣିକ,ଅମଲ କୁମାର ମଣ୍ଡଳ, ସରୋଜ ଦାସ,ସୁମନ ବିଶ୍ବାସ, ଗୀତାଞ୍ଜଳୀ ମହାପାତ୍ର, ଜଗନ୍ନାଥ ବସୁ, ରାଜେନ୍ଦ୍ର ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ରେ ବଢୁଥିବା ଅନ୍ୟାୟ ଧର୍ମାନ୍ତରୀକରଣ, ହିନ୍ଦୁ ନେତାଙ୍କ ଉପରେ ଲାଗୁଥିବା ମିଥ୍ୟା ଆରୋପ ଓ ଜିଲ୍ଲା ର ସାଂପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ସମଭାବାପନ୍ନ ସଂଗଠନ ଗୁଡ଼ିକ ସହ ମିଶି ଏକ ହିନ୍ଦୁ ସମ୍ମିଳନୀ କରିବା ପାଇଁ ବୈଠକରେ ସ୍ଥିର କରା ଯାଇଥିଲା।