-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
25-Jun-2025
ଲୋଇସିଂହା, (ପ୍ରେରଣା ଖବର) ଗୋପାଳପୁର ଠାରେ କଲେଜ ଛାତ୍ରୀ ଉପରେ ଘଟିଥିବା ଗଣଦୁଷ୍କର୍ମ ଓ ବଢ଼ୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ପ୍ରତିବାଦ ସ୍ୱରୁପ ସାରା ରାଜ୍ୟ ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନ ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଲୋଇସିଂହା ତରଫରୁ ରୋଥ କଲେଜ ଓ ଲୋଇସିଂହା କଲେଜ ଠାରେ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ପରେ ଲୋଇସିଂହା କଲେଜ ର ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିଥିଲେ l
ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ କୁଶପୁତ୍ତଲିକା ଦାହ କରାଯାଇ ଥିଲା, ଏହି କାର୍ଯ୍ୟକ୍ରମ ରେ ଲୋଇସିଂହା ଯୁବ ବିଜେଡି ସଭାପତି ପ୍ରକଶ ମହାରଣା, ଆଗଲପୁର ଯୁବ ବିଜେଡି ସଭାପତି ନାରାୟଣ ସାହୁ, ଛାତ୍ର ସଭାପତି ଫିରୋଜ ସତୁଆ, ଜିଲ୍ଲା ଛାତ୍ର ଉପସଭାପତି ଟିବୁଲୁ କଦମ, ଲୋଇସିଂହା ସମିତି ସୁଶୀଲ ପାଣ୍ଡେ, ଛାତ୍ର ନେତା ଭାବ ରେ ହେମକାନ୍ତ ସାହୁ, ରୋହିତ ସାହୁ, ମନୋଜ ପୋଡ଼, ଜୟନ୍ତ ଘିବେଲା, ବିକାଶ ମହାକୁଡ଼ ଜୟନ୍ତ ବେହେରା ଓଁକାର ସାହୁ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ l