-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
25-Jun-2025
ଡୁଙ୍ଗୁରିପାଲି, ତା.୨୫/୬(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ୨୦୨୪-୨୫ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବୋର୍ଡ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାରେ ଶିକ୍ଷାବିତ୍ ତଥା ମାୟା ବର୍ହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟିର ସକ୍ରିୟ ସଦସ୍ୟ ଭକ୍ତ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟ ଶିକ୍ଷା ଜୀବନର ଅମୂଲ୍ୟ ସ୍ମୃତି ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଜୀବନରେ ସ୍କୁଲ ଶିକ୍ଷାର ମହତ୍ତ୍ଵ ଅତି ଅଧିକ ବୋଲି ମତ ପ୍ରଦାନ କରିଥିଲେ।
ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ସିମି ନାୟକ, କରିସ୍ମା,ଅନୀମା , ଅନୁପମା କାଣ୍ଡ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଜନାନିକା ନାୟକ , ଅର୍ଚ୍ଚିତା ପ୍ରଧାନ, ରେଖା ବଗର୍ତ୍ତୀ, ଆଭା ସାହୁ ନିଜ ନିଜ ମତ ପ୍ରଦାନ କରିଥିବାବେଳେ ଖେଳ ଶିକ୍ଷକ ଚିନ୍ମୟ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ । କାର୍ଯକ୍ରମକୁ ନନ୍ଦିଘୋଷ ବାରିକ,ରାଜୁ ମେହେର, କିରଣ କୁମାର ପଟେଲ,ସ୍ନିଗ୍ଧା ପ୍ରଧାନ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ବିକାଶ, କିଶୋର ପଟେଲ, ସହଯୋଗ କରିଥିଲେ ।