-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ଯୁକ୍ତ ଦୁଇ ଫାଇନାଲ ପରୀକ୍ଷା ପାସ ନେଇ ୧୨ହଜାର ଟଙ୍କା ନେବା ଫୋନ ରେକଡ ଭାଇରାଲ(ବଦନାମ ଗଳିରେ ବିନିକା ସିଦ୍ଧାର୍ଥ ଜୁନିଅର କଲେଜ)

25-Jun-2025



ବିନିକା(ହିମାଂଶୁ ଶେଖର ପୁଟେଲ)ମନ୍ଦିର ସ୍ୱରୂପ ମଣିଷ ତିଆରି କାରଖାନାରେ ଯେଉଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଡାଯାଏ ସେହି ପବିତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଠାରୁ ପାସ କରେଇବା ବାବଦରେ ୧୨ହଜାର ଟଙ୍କା ନିଆଯାଏ ତେବେ ସେହି ଶିକ୍ଷାନୁଷ୍ଠାନରେ କିଭଳି ପାଠପଢା ହେଉଥିବ ତାହା ଏବେ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ବେଳେ ଟଙ୍କା ମାଗିଥିବା ଅଧ୍ୟାପକ ଓ ଟଙ୍କା ପାଇଁ ଅଧ୍ୟାପକଙ୍କ ସହ କଥା ହୋଇଥିବା ଫୋନ ରେକଡ ଭାଇରାଲ ଏବେ ଏ ଫୋନ ରୁ ସେ ଫୋନକୁ ଘୁରିବାରେ ଲାଗିଥିବାରୁ ଶିକ୍ଷାପ୍ରେମୀ,ଅଭିଭାବକ ତଥା ଭବିଷ୍ୟତ ଗଠନ ନେଇ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହିତ ଘଟଣା ଉପରେ ତଦନ୍ତ କରାଯାଇ ଲାଞ୍ଚଖୋର ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କଲେଜ କାରନାମାର ପର୍ଦ୍ଦାଫାଶ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।ଘଟଣାଟି ଘଟିଛି ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।ଚଳିତ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ପାସ କରାଇବା ନେଇ ବଟାନି ବିଭାଗ ଅଧ୍ୟାପକ ରୋହିତ ଧରୁଆ ଛାତ୍ର ଅନୁରାଗ ପଣ୍ଡାଙ୍କ ଠାରୁ ୧୨ହଜାର ଟଙ୍କା ମାଗିଥିଲେ। ଛାତ୍ର ଜଣକ ୫ହଜାର ଦେଇଥିଲେ ଓ ପରେ ୭ହଜାର ଦେବି ବୋଲି କହିଥିଲେ ।ପରୀକ୍ଷା ସରିଗଲା ପରେ ଅଧ୍ୟାପକ ଧରୁଆ ଫୋନ ଯୋଗେ ପୁନର୍ବାର ୭ହଜାର ଟଙ୍କା ମାଗିଥିଲେ ।ହେଲେ ଛାତ୍ରର ଅଭିଭାବକ ଫୋନ ରିସିଭ କରି ଟଙ୍କା କାହାକୁ ଦିଆଯାଉଛି ଟଙ୍କା ଦେବାର ରସିଦ ଦେଉଛନ୍ତି କି?ଆମ୍ଭେ ନାମଲେଖା ବେଳେ ଟଙ୍କା ଦେଉଛୁ ପୁଣି ପାସ ପାଇଁ ଟଙ୍କା ଦିଆଯିବ ମୁଁ ଏ ବାବଦରେ ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିବି ବୋଲି କହିଥିଲେ।ହେଲେ ଅଧ୍ୟାପକ ଶ୍ରୀ ଧରୁଆ ମଗାହେଉଥିବା ଟଙ୍କା ବୋର୍ଡ ରେ କାଗଜପତ୍ର ପାଇଁ ଭରାଯାଉଛି ବୋଲି କହିଥିଲେ ।ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସରକାର ମାଗଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ମନୁଷ୍ୟ ତିଆରି କାରଖାନାରେ ଉତ୍ତମ ଶିକ୍ଷାଦାନ ପରିବର୍ତ୍ତେ ଟଙ୍କା କାରବାର ହେବା କେତେଦୂର ସମିଚନ ତାହା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟଙ୍କା ମାଗିବା ଫୋନ ରେଜଡ କଲ ସୋସିଆଲ ମିଡିଆରେ ଭାଇରାଳ ହେବା ପରେ ସିଦ୍ଧାର୍ଥ ଜୁନିଅର କଲେଜର ଗୌରବ ମଧ୍ୟ କ୍ଷୁର୍ଣ୍ଣ ହେବାରେ ଲାଗିଛି ।ତେବେ ଏହି ଶୀର୍ଷକାତର ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ସମୟ ହିଁ କହିବ ।

ବଟାନି ଅଧ୍ୟାପକ ଓ ଛାତ୍ର ଅଭିଭାବକଙ୍କ ମଧ୍ୟରେ ଭାଇରାଲ ଫୋନ ରେକଡ ବାର୍ତ୍ତା

ଅଭିଭାବକ-ଆପଣ କଉ ଟିଚର କଣ ପଢ଼ାନ୍ତି 
ଅଧ୍ୟାପକ-ବଟନି 
ଅଭିଭାବକ- ଆଜ୍ଞା 
ଅଧ୍ୟାପକ-ବଟନି ଆଜ୍ଞା 
ଅଭିଭାବକ- ବୁଝି ପାରିଲିନି 
ଅଧ୍ୟାପକ-ବଟନି ପଢାସି 
ଅଭିଭାବକ- ଓ..ହୋ.. ସବୁ ଛୁଆଙ୍କ ପାଖରୁ ୧୨ହଜାର ନେଉଛନ୍ତି କି ?
ଅଧ୍ୟାପକ-ହଁ ନିଆ ହୋଇଥିଲା ଦେଇଛନ୍ତି ବି 
ଅଭିଭାବକ-ଆଛା ଆଛା 
ଅଧ୍ୟାପକ- ପହିଲା ପାଞ୍ଚ ଦେଇଥିଲା 
ଅଭିଭାବକ- କିଏ ବାବୁ 
ଅଧ୍ୟାପକ- ହଁ ହଁ ଆପଣଙ୍କୁ ହେଟା ନାଇ କହିଥିବା ବୋଧେ 
ଅଭିଭାବକ- ହଁ 
ଅଧ୍ୟାପକ- ପରେ ଦେମି ବୋଲି ଆଜ୍ଞା ବଇଲା ଯେ ଅସୁବିଧା ଅଛେ ବୋଲି ଠିକ ଅଛେ ପରେ କେବେ ଦେବୁ ସିନେ ଆମେ ଏଡଜଷ୍ଟ କରି ଦେଇଥିମୁ ବୋଲି କହିଲି 
ଅଭିଭାବକ- ହଁ ହିଁ ଆପଣ ଜେନ ଛୁଆ ମାନଙ୍କ ପାଖରୁ ୧୨ହଜାର ଟଙ୍କା ନେଇଛନ । ରିସିଭ ଦେଉଛନ କି 
ଅଧ୍ୟାପକ- ରିସିଭ ନାଇ ଆଜ୍ଞା ରିସିଭ କାହିଁ ଦେମୁ ଇଟା ସେନ କରା ହେସି କାଗଜ ପତ୍ର 
ଅଭିଭାବକ- କେନେ 
ଅଧ୍ୟାପକ- ବୋର୍ଡରେ ଆଜ୍ଞା 
ଅଭିଭାବକ-ବଇଲେ ଆପଣ କଲେଜ ଖୋଲିଛନ୍ତି ପଢ଼ାଉଛନ୍ତି ବି ଆଉ ପଢା ସରିଲା ପରେ ଛୁଆକୁ ପରୀକ୍ଷାରେ ପାସ କରାଇବା ନେଇ ଟଙ୍କା ନେଉଛନ ।
ପ୍ରତିକ୍ରିୟା (୧) - ଅନୁରାଗ ପଣ୍ଡା(ଛାତ୍ର)
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପାସ କରବାର ଲାଗି ୫ହଜାର ବଟନୀ ଅଧ୍ୟାପକଙ୍କୁ ଦେଇଥିଲି ଓ ବାକି ୭ହଜାର ପରେ ଦେମି ବୋଲି କହିଥିଲି ସେନ୍ତା ଅଲଗା ବିଭାଗର ଛାତ୍ରଛାତ୍ରୀ ମାନେ ମଧ୍ୟ ଟଙ୍କା  ଦେଇଛନ ।କିନ୍ତୁ ମୁଁ ମୋର ବିଭାଗର ଅଧ୍ୟାପକକେ ଦେଇଥିଲି ।
ପ୍ରତିକ୍ରିୟା (୨) - ରୋହିତ ଧରୁଆ(ଅଧ୍ୟାପକ ବଟାନୀ ବିଭାଗ) ଏନେଇ ଅଭିଯୋଗ ହୋଇଥିବା ଅଧ୍ୟାପକଙ୍କୁ ପଚାରିବାରୁ ମୁ କାହାକୁ ଟଙ୍କା ମାଗୁନାହିଁ କି ଫୋନ କରିନାହିଁ ବୋଲି କହିଛନ୍ତି l ମୋ ନାମରେ ଏକ ଷଡ଼ଯନ୍ତ୍ର କରି ମିଛରେ ଫସେଇ ଦିଆଯାଇଥିବା କହିଛନ୍ତି l                        ପ୍ରତିକ୍ରିୟା (୩)- ରେଖା ପ୍ରଧାନ(ଅଧ୍ୟକ୍ଷା) ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ                ଏ ବାବଦରେ ଅଧ୍ୟାପକ କିମ୍ବା ଅଧ୍ୟୟନ କରୁଥିବା କୌଣସି ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ପାଖରୁ କୌଣସି ଅଭିଯୋଗ ଆସିନାହିଁ। କଲେଜରେ ଲାଗିଥିବା ସିସିଟିଭି ନଜରରେ ପରୀକ୍ଷା ସୂଚାରୁରୁପେ ହୋଇଛି । ଏପରିକି ପରୀକ୍ଷାର ବିଭିନ୍ନ ଦିନ ଗୁଡ଼ିକରେ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରି ପତିଦର୍ଶନରେ ଆସି ଦେଖିଛନ୍ତି l ଏହି ଘଟଣାକୁ ଗୁରୁତର ସହ ନେଇ ଯଦି ଫୋନ ରେକର୍ଡ଼ ସତ ହୋଇଥିବ ଏବଂ ବଟନି ଅଧ୍ୟାପକ ଟଙ୍କା ମାଗିଥିବେ ତାହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like