-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
31-May-2025
ବଲାଙ୍ଗୀର (ଦେବାଶିଷ ବହିଦାର): ବଲାଙ୍ଗିର ଜିଲ୍ଲା କରାଟେ ଓର୍ଗlନାଇଯେସନ ତରଫରୁ ବଲାଙ୍ଗିର ଟାଉନ୍ ବାଲିକl ଉଚ୍ଚ ବିଦ୍ୟାଳୟରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ ହୋଇ ଯାଇଛି l ଜିଲ୍ଲା କରାଟେ ଅର୍ଗାନାଇଜେସନର ସମ୍ପାଦକ ତଥା ଜାତୀୟ ସ୍ତରୀୟ କରାଟେ କୋଚ ଅସୀମ କୁମlର ଭୋଇଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଋପେ ଆସିଷ୍ଟାଣ ସବ୍ କଲେକ୍ଟର ସୁଧାଂଶୁ ମାଝୀ, ଅନ୍ୟତମ ଅତିଥି
ବିକାଶ ଭେଲୀ ବିଦ୍ୟାଳୟ ଅଧ୍ୟକ୍ଷ ଅମ୍ବରୀସ ଦାସ, ଟାଉନ ବାଲିକl ବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ମିଶ୍ର ଓ କିଡ଼ଜୀ ସ୍କୂଲ ଅଧ୍ୟକ୍ଷl ସ୍ମିତl ପଟେଲ ଉପସ୍ଥିତ ଥିଲେ l ଏ ସଙ୍ଗଠନ କେବଳ କରାଟେ ଓ ଆତ୍ମରକ୍ଷl ପ୍ରଶିକ୍ଷଣରେ ସୀମିତ ନ ରହି ସମାଜର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟକ୍ରମ ତଥା ସମାଜ ସେବାରେ ନିଜକୁ ସାମିଲ୍ କରି ଆସୁ ଥିବାରୁ ମୁଖ୍ୟ ଅତିଥି ପ୍ରଶଂସା
କରିଥିଲେ ଓ ତମାଖୁ ନିଶା ଦ୍ରବ୍ୟ ଠାରୁ ନିଜକୁ ଦୁରେଇ ରଖିବାକୁ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ଉପଦେଶ ଦେଇଥିଲେ l ଏ ଅବସରେ କରାଟେ ଏକାଡେମି ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଥିରେ ବିଭିନ୍ନ ସ୍କୂଲ ଋ ୬୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ସମ୍ମାନିତ କରାଯିବ ବୋଲି କରାଟେ କୋଚ ଅସୀମ ଭୋଇ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି l