-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ନୂଆପଡାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

30-May-2025



ନିଜ ଜୀବନ ନିଜ ହାତରେ - ଜିଲ୍ଲାପାଳ 

ନୂଆପଡା(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ସି ଡି ଏମ୍ ଓ ଡଃ ଗୁରୁ ପ୍ରସାଦ ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ, ଉପ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲାରେ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଚାଲି ଯାଉଛି । ଏଥିପାଇଁ ଆମକୁ ସଚେତନ ହେବାକୁ ପଡ଼ିବ l ବ୍ୟବସ୍ଥାରେ ସୁଧାର ଆଣି ସମସ୍ତଙ୍କ ଧନ ଜୀବନ ରକ୍ଷା କରିବା ପ୍ରଶାସନର ଦାୟିତ୍ଵ ଏବଂ କର୍ତବ୍ୟ ବୋଲି  ସେ କହିଥିଲେ । ବୈଠକରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ   କିପରି  ଜିଲ୍ଲାକୁ ଦୁର୍ଘଟଣାଶୂନ୍ୟ  କରାଯିବ ସେ ଉପରେ ସମସ୍ତେ ଆଗକୁ ଆସି କାମ କରିବାକୁ ହେବବୋଲି ଆହ୍ୱାନ ଦେଇଥିଲେ । ଆମେ ସଚେତନ ହେବା ସହ ଜନସାଧାରଣ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା l
 ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସହ ସପ୍ତାହର ପ୍ରତି ରବିବାର ଏବଂ ବୁଧବାର ଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡ଼ିଓ ତହସିଲଦାର ଓ ଆର୍ ଟି ଓ ତଦାରଖ କରିବେ।  ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ  ବିଶେଷ ନଜର ରଖାଯିବ। ଆର୍ ଟି ଓ, ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ଅନେକ ସମୟରେ ମିଳିତ ଭାବରେ ଗାଡ଼ି ଚେକିଙ୍ଗ କରିବେ ।ଏକତା ଛକରେ ନୂଆପଡ଼ା ଏନ୍ ଏ ସି ଦ୍ଵାରା ଅଟୋ ଟ୍ରାଫିକ ସିଗ୍ନାଲ ଲାଇଟ୍ କାର୍ଯ୍ୟକ୍ଷମ ହୋଇଥିବାରୁ ଏହାକୁ ସ୍ୱାଗତ କରା ଯାଇଥିଲା ।  ଏଠାରେ ରାସ୍ତାରେ ଜେବ୍ରା କ୍ରସିଂ ନିର୍ମିତ ହେବ lବର୍ଷାଦିନ ଆଗରୁ ସବୁ ନାଳ ନର୍ଦ୍ଦମା ସଫା ହେବା ସହ ସବୁ ପଟ୍ ହୋଲ୍ ମରାମତି ହେବ। ଏନ୍ ଏଚ୍ କଡରେ ଥିବା ପେଭର ବ୍ଲକ ସବୁ ନୂତନ ଲାଗିବ l ବିଜୁ ଏକ୍ସପ୍ରେସ ୱେ ରେ ଯେଉଁ ଜାଗା ମାନଙ୍କୁ ବେଶି ଦୁର୍ଘଟଣା ହେଇଛି ସେଇଠି ଜନ ସଚେତନତା ସୃଷ୍ଟି କରାଯିବା ସହିତ ସାଇନେଜ୍ ଲଗାଯିବ। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ଅଫିସ୍ ର କର୍ମଚାରୀ ମାନଙ୍କୁ ହେଲମେଟ ପିନ୍ଧି ଆସିବା ନିଶ୍ଚିତ କରିବେ ।  2025 ବର୍ଷରେ 73 ଜଣ ମଦ୍ୟପ ଗାଡ଼ି ଚାଳକ ଏବଂ ବିନା ହେଲମେଟ ରେ ଦୁଇଚକିଆ ଯାନ ଚଳାଇବା ପାଇଁ 1452 ଟି ଚାଲାଣ କଟି 1,75,000 ଟଙ୍କା ଜୋରିମାନା ଆଦାୟ ହୋଇଛି l
ବିଗତ 4 ମାସରେ ଜିଲ୍ଲାରେ 63 ଟି ଦୁର୍ଘଟଣାରେ 56 ଜଣ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାପାଳ କହିଲେ ଯେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ସହିତ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ପଡିବ । ଏଥିରେ ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବେ lଏହାପରେ  ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡ ମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଆମ ବସ୍ ମାନଙ୍କ ନୂତନ ରୁଟ୍ ଚାର୍ଟ, ନୂଆପଡ଼ା ବସଷ୍ଟାଣ୍ଡ ରେ ଦିନ ଓ ରାତିରେ ଚାଲୁଥିବା ସମସ୍ତ ବସ୍ ର ବାଧ୍ୟତାମୂଳକ ପ୍ରବେଶ, 
ଏଠାରେ  ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୂତୟନ, ବେସରକାରୀ ବସ୍ ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ବସ୍ ମାନଙ୍କରେ ସର୍ପ୍ରାଇଯ ଚେକିଂ, ଦୋକାନ ଗୃହ ପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ୍ ବିଡ଼ିଓ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ  ଶେଖ୍ ନସିମ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,  ଏମଭିଆଇ ଉପେନ୍ଦ୍ର କୁମାର ପୁସିକା,  ପିଡବ୍ଲ୍ୟୁଡି  ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଏନ୍ ଏଚ୍ ଯନ୍ତ୍ରୀ ସପନ କୁମାର ବେହେରା, ସି ଡି ଭି ଓ ଡଃ ଆଲୋକ କୁମାର ନାୟକ , ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ଖରିଆରରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ,ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଡି ଟି ଏମ୍ ଆକାଶ ମହାପାତ୍ର, ବସ୍ ମାଲିକ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ସ୍ଵାଇଁ କଦମ୍ ରୁ ଯାଜ୍ଞସେନୀ ମହାପାତ୍ର, ପ୍ରତିଭା ହୋତା  , ସ୍ଵେଚ୍ଛାସେବୀ ବିଜୟ କୁମାର ରାଉତରାୟ  ପ୍ରମୁଖ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like