-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||     

HOME   ଜିଲ୍ଲା

ଡ଼ାକଘର କର୍ମଚାରୀଙ୍କ ମନମୁଖୀ ଏବଂ ଦାୟିତ୍ୱହୀନତା

29-May-2025



ଅମ୍ବାଭୋନା(ପ୍ରକାଶ ଚନ୍ଦ୍ର ରଥ) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧିନସ୍ଥ ଅମ୍ବାଭୋନା ମୁଖ୍ୟ ଡ଼ାକଘର ଜରିଆରେ ଜନତାଙ୍କ ପାଖକୁ ଆସୁଥିବା ଚିଠି ତଥା ଅନ୍ୟାନ୍ୟ ପାର୍ସଲ ଲୋକଙ୍କ ପାଖରେ ଠିକ୍ ସମୟରେ ନ ପହଁଞ୍ଚିବା ଯୋଗୁଁ ଜନସାଧାରଣ ଅନେକ ସମୟରେ ହଇରାଣ ହେଉଛନ୍ତି।ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଅମ୍ବାଭୋନା ଗ୍ରାମର ଉଷା ନାଏକଙ୍କ କ୍ଷେତ୍ରରେ।ତାଙ୍କର କହିବା ଅନୁସାରେ ଉଷା ନାଏକ ଙ୍କ ନାମରେ ୨୦୨୩ ସେପ୍ଟେମ୍ବର ମାସରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଅମ୍ବାଭୋନା ଶାଖାରେ ଏଟିଏମ୍ କାର୍ଡ଼ ପାଇଁ ଆବେଦନ କରାଯାଇଥିଲା।ଯାହା ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। କୌଣସି କାରଣରୁ ତାଙ୍କ ମୋବାଇଲକୁ ଏଟିଏମ୍ କାର୍ଡ଼ର ସୂଚନା ମଧ୍ୟ ଆସି ନ ଥିବାରୁ ସେ ଏଟିଏମ୍ କାର୍ଡ଼ର ସ୍ଥିତି କଣ ଜାଣି ପାରି ନ ଥିଲେ। ଗତ ମଇ ୨୬ ତାରିଖରେ ସେ ଅମ୍ବାଭୋନା ଷ୍ଟେଟବ୍ୟାଙ୍କ ଶାଖା କୁ ଯାଇ ପୁନର୍ବାର ଏଟିଏମ୍ କାର୍ଡ଼ ପାଇଁ ଆବେଦନ କରିବାରୁ ବ୍ୟାଙ୍କ ଅଧିକାରୀ ତାଙ୍କୁ ପୁରୁଣା ଏଟିଏମ୍ କାର୍ଡ଼କୁ ପ୍ରଥମେ ବ୍ଲକ୍ କରିବାକୁ କହିଥିଲେ। ମାତ୍ର ଉଷା ନାଏକ ଙ୍କ ପାଖରେ ପୁରୁଣା କାର୍ଡ଼ ଏପର୍ଯ୍ୟନ୍ତ ପହଁଞ୍ଚି ପାରି ନାହିଁ। ବ୍ୟାଙ୍କ କର୍ମଚାରୀ ଙ୍କୁ କହିବାରୁ ବ୍ୟାଙ୍କ ଅଧିକାରୀ ଟ୍ରାକିଂ ଆଇଡି ଦେଇ ପୋଷ୍ଟ ଅଫିସରେ ଯାଞ୍ଚ କରିବାକୁ କହିଥିଲେ। କିନ୍ତୁ ଅମ୍ବାଭୋନା ପୋଷ୍ଟ ଅଫିସ ତରଫରୁ ତାଙ୍କୁ ୬ ମାସ ପୂର୍ବର କିଛି ଯାଞ୍ଚ କରାଯାଇ ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦିଆ ଯାଇଥିଲା। କାର୍ଡ଼ଟି ପୋଷ୍ଟ ଅଫିସକୁ ଆସିଛି ନା ନାହିଁ ତାହା ଜାଣିବାକୁ ଚାହିଁଥିଲେ ହେଁ  ଖୋଜିବାକୁ ଆଦୌ ଚେଷ୍ଟା କରାଯାଇ ନ ଥିଲା ଏବଂ ପୁଣି ଥରେ ବ୍ଯାଙ୍କରେ ଯାଇ ଏଟିଏମ୍ କାର୍ଡ଼ ପାଇଁ ଆବେଦନ କରିବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ଉଷା ନାଏକ ଜଣେ ବିଧବା ମହିଳା ଅଟନ୍ତି। ତାଙ୍କୁ ଭତ୍ତା ଉଠାଇବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା  ଏବଂ ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ଆବେଦନ କରିଥିଲେ ସୁଦ୍ଧା ସେ ସମୟରେ ମଧ୍ୟ ଏଟିଏମ୍ କାର୍ଡ଼ ଟି ତାଙ୍କ ପାଖରେ ପହଞ୍ଚି ନ ଥିବା କହିଛନ୍ତି।ପ୍ରକାଶଯୋଗ୍ୟ ଯେ, ଅମ୍ବାଭୋନା ପୋଷ୍ଟ ଅଫିସ ତରଫରୁ ଚିଠି ପତ୍ର କିମ୍ବା ପାର୍ସଲ ଆସିଲେ ଲୋକଙ୍କୁ ଫୋନ୍ କରି ଅମ୍ବାଭୋନା ପୋଷ୍ଟ ଅଫିସକୁ ଆସି ନେବା ପାଇଁ କୁହାଯାଉଥିବା ଏବଂ ଅନ୍ୟ ବ୍ୟକ୍ତିଙ୍କ ହାତରେ ପାର୍ସଲ ପଠା ଯାଉଥିବା ଚର୍ଚ୍ଚା ହେଉଛି।ଅମ୍ବାଭୋନା ପୋଷ୍ଟ ଅଫିସ କର୍ମଚାରୀଙ୍କ ମନମୁଖୀ ଏବଂ ଦାୟିତ୍ୱହୀନତା ଯୋଗୁଁ ଧୀରେ ଧୀରେ ଭାରତୀୟ ଡାକବିଭାଗର  ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲାଗିଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026

You Might Also Like