-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
29-May-2025
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ):ଗତକାଲି ଭୋର ସମୟରେ ସହରର ଗୋକର୍ଣେଶ୍ଵର ପଡା ନିବାସୀ ଜଣାଶୁଣା ଠିକାଦାର ତଥା ସମାଜସେବୀ ରମାକାନ୍ତ ବାବୁ (୬୧) ଙ୍କ ଦେହାନ୍ତ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଭାବରେ ସହରରେ ବେଶ ଜଣାଶୁଣା ଥିଲେ। ସ୍ଥାନୀୟ କୋଲପଡା ଠାରେ ଅବସ୍ଥିତ ଥିବା ଗୋପାଲଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ ର ସେ ସଂପାଦକ ଥିଲେ।ତାଙ୍କର ବିୟୋଗ ରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ବ୍ଲକଛକ ଦୁର୍ଗାପୂଜା କମିଟି, ଜିଲ୍ଲା ଠିକାଦାର ସଂଘ, ଟ୍ରାକ୍ଟର ମାଲିକ ସଂଘ , ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର କର୍ମକର୍ତ୍ତା ମାନେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ଥାନୀୟ ଗୋକର୍ଣେଶ୍ଵର ଘାଟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ତାଙ୍କର ପୁତୁରା ରିଜ୍ୟୁମ୍ ମୁଖାଗ୍ନୀ ଦେଇଥିଲେ।