-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀ କୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I

27-May-2025



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
▪️ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିର୍ଦେଶକ ଙ୍କ ଜରିଆରେ ୧୧ ଦଫା ଦାବି ପତ୍ର ପ୍ରଦାନ I
▪️ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟ ହେଉ I
▪️ସାମ୍ବାଦିକଙ୍କ ସୁରକ୍ଷା ସୂନିଶ୍ଚିତ କରନ୍ତୁ ସରକାର I
▪️ବଲାଙ୍ଗୀର ଘଟଣା ସାମ୍ବାଦିକତା କୁ ଲଜ୍ଜିତ କରିଛି I
▪️ଦୀର୍ଘ ୧ ବର୍ଷ ପୁରିଥିଲେ ସୁଦ୍ଧା ନୂଆ ସରକାର ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି I
▪️ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ଦିନକୁ ଦିନ ଘଟୁଛି ବୃଦ୍ଧି I
▪️ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ I
▪️ଏହି ଘଟଣା ରେ କାହାକୁ ଛଡା ଯିବ ନାହିଁ,ପୋଲିସ ମହାନିର୍ଦେଶକ,,,

ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ, ଜୀବନ ରେ ମାରିଦେବାକୁ ଧମକ ଦେବା ଆଦି ଘଟଣା ଦିନ କୁ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହେଉଛି I ଗଣତନ୍ତ୍ର ରାଷ୍ଟ୍ରରେ ଏହା ନିନ୍ଦନୀୟ ଘଟଣା I ଗତ କିଛିଦିନ ତଳେ ବରଗଡ ଜିଲ୍ଲା ର ଖୋଦ୍ ୨ ଜଣ ବିଧାୟକ ଜଣେ କାର୍ଯରତ ସାମ୍ବାଦିକଙ୍କୁ ଦୁର୍ବ୍ଯବହାର କରିଥିଲେ । ସେହିଭଳି  ଚଳିତ ମାସ ରେ କେନ୍ଦୁଝର ଜ଼ିଲ୍ଲା ସୁକିନ୍ଦା ର ଜଣେ କାର୍ଯରତ ସାମ୍ବାଦିକ ଙ୍କୁ ଅପହରଣ କରି ମାଡ ମାରି ଅଚେତ ଅବସ୍ଥା ରେ ଛାଡି ଚାଲିଗଲେ I ଏହାର ଅଳ୍ପ ଦିନ ପରେ ଗତ ୨୪ ତାରିଖ ଦିନ ବଲାଙ୍ଗୀର ରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ଜଣେ ଠିକାଦାର ମାଡ ମାରି କଙ୍ଗାରୁ କୋର୍ଟ ଦଣ୍ଡ ଦେବା ଘଟଣା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ସଦୃଶ ହୋଇଛି I ଏହି ଘଟଣାରେ ଜଣେ ସାମ୍ବାଦିକ କେବଳ ନୁହନ୍ତି ବ୍ୟକ୍ତି ଙ୍କ ମାନବୀୟ ଅଧିକାର ମଧ୍ୟ ଉଲଘଂନ ହୋଇଛି I ଏଭଳି ହୀନ କାର୍ଯ୍ଯକୁ ସବୁ ମହଲରୁ ସମାଲୋଚନା ଏବଂ ନିନ୍ଦା କରାଯାଉଛି I ଏହାକୁ ସମ୍ବଲପୁର ଜିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଘୋରନିନ୍ଦା ନିନ୍ଦା କରିବା ସହ ସମ୍ପୁକ୍ତ ଦୋଷୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିରୀକ୍ଷକ (ଉତ୍ତର ପ୍ରଭା)  ହିମାଂଶୁ ଲାଲ ଙ୍କ ଜରିଆରେ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି I  ଏ ସମ୍ପର୍କ ରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ କହିଛନ୍ତି, ‘‘ବଲାଙ୍ଗୀର ରେ ଜଣେ ସାମ୍ବାଦିକଙ୍କ ଉପରେ ଯେଉଁ ଆକ୍ରମଣ ହୋଇଛି ତାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଘନୀଭୂତ ହୋଇଛି I ସାମ୍ବାଦିକ ଜଣକ ତାଙ୍କ କର୍ତ୍ତବ୍ୟ କରିବାକୁ ଯାଇଥିଲେ I ତୁରନ୍ତ ସାମ୍ବାଦିକଙ୍କୁ ନ୍ୟାୟ ଦିଆଯାଉ ଓ ଅଭିଯୁକ୍ତ ଙ୍କୁ ଗିରଫ କରାଯାଉ I ତେବେ ଘଟଣା ର ୪ ଦିନ ପରେ ମଧ୍ୟ ମୁଖ୍ୟ ଆସାମୀ ଠିକାଦାର ଗଜେନ୍ଦ୍ର ଦଳେଇ ଗିରଫ କରି ନାହିଁ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି I  ଏ ସମ୍ପର୍କ ରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ସାମ୍ବାଦିକ ସମାଜ ପ୍ରତି ଗୁରୁତ୍ପୁର୍ଣ ଭୂମିକା ରହିଥିବା ବେଳେ ସରକାର ସେମାନଂକୁ ଗୌଣ ଦୃଷ୍ଟି ରେ ନ ଦେଖି ସାମାଜିକ ସୁରକ୍ଷା ଆଇନ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି କହିଛନ୍ତି I ଆଜିକାର ଏହି ୧୧ ଦଫା ପତ୍ର ପ୍ରଦାନ ସମୟରେ
ସାମ୍ବାଦିକ ଶିବ ଶଙ୍କର ନନ୍ଦ,ରମାକାନ୍ତ ବିଶ୍ଵାଳ, ହିମାଂଶୁ ଶେଖର ମିଶ୍ର, ସୁକାନ୍ତ କର, ସରୋଜ ସାହୁ, ଡ଼ ରାଜାରାମ ଷଡ଼ଙ୍ଗୀ, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଗୁଣମଣୀ ବିଶ୍ୱାଳ, ପ୍ରମୋଦ ବହିଦାର, ତୁଷା ବନ୍ତ ଯୋଶୀ, ପ୍ରଦୀପ ନାୟକ, ରାଜେଶ ବିଭାର, ଅନିଲ ଶ୍ରୀରାମକା, ଜିତୁ ନନ୍ଦ, ମଳୟ ଭୋଇ, ଦୁଲାଲ ରାୟ, ଗୌତମ ମିଶ୍ର, ସରୋଜ ସେଠ୍,ସଂଜୀବ ପାଣିଗ୍ରାହୀ  ପ୍ରମୁଖ ଉପସ୍ଥିତ ଥିଲେ I ସମ୍ବଲପୁର ଜ଼ିଲ୍ଲା ରେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ବୀମା ରାଶି ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମୃତକ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି କରି ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରିବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କିତ ଖବର ସଂଗ୍ରହବେଳେ ସାମ୍ବାଦିକମାନଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ.ଓ.ପି) ଜାରି କରିବା ଏବଂ ଏନେଇ ସାମ୍ବାଦିକମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ ପ୍ରଭୂତି ଆଦି ଉପରୋକ୍ତ ଦାବି ଗୁଡିକ ପ୍ରତି ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରି ପଦକ୍ଷେପ ନେବାକୁ ସମ୍ବଲପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଦାବି କରିଛନ୍ତି I ଦାବି ପତ୍ର ଗ୍ରହଣ ସମୟରେ ଉତ୍ତର ପ୍ରଭାଗ ମହା ନିର୍ଦେଶକ ହିମାଂଶୁ କୁମାର ଲାଲ ବଲାଙ୍ଗୀର ଘଟଣା ରେ କାହାକୁ ଛଡା ଯିବ ନାହିଁ, ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତାକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ଓ ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣା ର ତତ୍ୱାବଧାନ କରୁଛି ବୋଲି ପ୍ରକାଶ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like