-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ବଲାଙ୍ଗିର, (ବିନୋଦ ଦୀପ) ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ସିସିଆରଟି ତରଫରୁ ୨୦୨୨-୨୩ ବର୍ଷ ପାଇଁ ଯୁବ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବାକୁ ମେଧାବୃତ୍ତି ଘୋଷଣା କରାଯାଇଛି l ଏହି ବର୍ଷ ସକାଶେ ଲୋକନୃତ୍ୟ ମେଧାବୃତ୍ତି ରେ ଯୁବ କଳାକାର ରୋଜିତା ବାଗ ମନୋନିତ ହୋଇଛନ୍ତି l ରୋଜିତା ଲୋଇସିଂହା ବ୍ଲକ ବାନିପାଲି ପଂଚାୟତ ଅନ୍ତର୍ଗତ ବବଜା ଗ୍ରାମ ନିବାସୀ ଅଟନ୍ତି l ତାଙ୍କ ମାତା ଙ୍କ ନାମ ପଦ୍ମିନୀ ବାଗ ଓ ପିତା ଶରତ ବାଗ ଅଟନ୍ତି । ରୋଜିତା ବାଲ୍ୟ କାଳରୁ କଳା ଓ ସଂସ୍କୃତିକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ନୃତ୍ୟ ପ୍ରଦର୍ଶନ କରି ସଫଳ ହୋଇ ଆସିଛନ୍ତି l ବର୍ତ୍ତମାନ ରୋଜିତା ନାରାୟଣ ପ୍ଲେ ସ୍କୁଲ ରେ ନୃତ୍ୟ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ମେଧାବୃତ୍ତି ପାଇବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଳ ରୁ ଶୁଭେଚ୍ଛାର ସୁଅ ଛୁଟିଛି l