-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
08-May-2025
ବଲାଙ୍ଗୀର(ଦେବାଶିଷ ବହିଦାର): ହରଭଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ତଥା ରେଡ଼କ୍ରସ କାଉନସିଲର ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ସେମେଲମୁଣ୍ଡା ଉ. ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ନନ୍ଦ ଓ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିପିନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଦିବସରେ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ରେଡ଼କ୍ରସର ଆଭିମୁଖ୍ୟ, ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ରେ ବ୍ରତୀ ହୋଇ ରେଡ଼କ୍ରସ ର ମହନୀୟ ଗୁଣ"ସେବା "କାର୍ଯ୍ୟକ୍ରମକୁ ସମାଜ ରେ ଜାରି ରଖିବାକୁ ମତପ୍ରକାଶ ପାଇଥିଲା।ଏହି ଅବସରରେ
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନଲାଇନ ମାଧ୍ୟମରେ ଏକ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତୀ ଶିକ୍ଷାର୍ଥୀଙ୍କୁ ପ୍ରଶଂଶିତ କରାଯାଇଥିଲା।ବିଦ୍ୟାଳୟ ର ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି,ରାଜକିଶୋର ମହାକୁର ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ /ସଭ୍ୟା ଯୋଗଦାନ କରି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ।ଶିକ୍ଷକ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।