-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||     

HOME   ଜିଲ୍ଲା

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ: ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

06-May-2025



ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚନା ସହ ଅସ୍ଥାୟୀ ପୀଠ କୁ ପ୍ରତିଷ୍ଠା କରାଯାଇ ଯାତ୍ରାରମ୍ଭ ହୋଇଛି l ଦେବୀ ଘଟ ଧାରିଣୀ ଙ୍କୁ ସଂକଳ୍ପ ଓ ବରଣ ପରେ ପ୍ରଚଳିତ ନିୟମାନୁଯାୟୀ ପ୍ରଥମେ ମା, ଦକ୍ଷିଣ କାଳୀ ଙ୍କୁ ଆବାହନ ପରେ ମା' ମହାମାୟୀ, ମା' ଡେଙ୍ଗସିଲ, ମା 'କନକଦୁର୍ଗା, ଓ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କୁ ଆବାହନ କରାଯାଇଥିଲା। ମା'ଙ୍କୁ ଆବାହନ କରିବା ପାଇଁ ଫୁଲଚାଙ୍ଗୁଡ଼ି ପୂଜା ଶେଷ ହୋଇ ଠାକୁରାଣୀଙ୍କୁ ବିଳମ୍ବିତ ରାତିରେ ମା'ଙ୍କୁ ବିଭିନ୍ନ ବାଦ୍ୟ ବାଜଣାର ଶୋଭାଯାତ୍ରାରେ ସମସ୍ତ ଠାକୁରାଣୀ ଅସ୍ଥାୟୀ ପୀଠ ମା' ବରାଳ ଦେବୀ ମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନରେ ଅସ୍ଥାୟୀ ମଣ୍ଡପ ରୁ ସମସ୍ତ ଠାକୁରାଣୀ ମନ୍ଦିରକୁ ଯାଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହ ମା' ଙ୍କୁ ନେବା ପାଇଁ ଅନୁମତି ଭିକ୍ଷା କରିଥିଲେ । ଅନୁମତି ମିଳିବା ପରେ ସ୍ବତନ୍ତ୍ର ଭାବେ ବାଉଁଶ ପାତିଆରେ ନିର୍ମିତ ଚାଙ୍ଗୁଡ଼ିକୁ ଅଣାଯାଇ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇ ଇଟମଳା ଫୁଲମାଳକୁ ସେଥିରେ ରଖାଯାଇଛି। ଚାଉଳ, ଗୁଆ, ହଳଦୀ ଏବଂ ଦୀପ ଲଗାଇ ଫୁଲ ଚାଙ୍ଗୁଡ଼ିକୁ ସଂକଳ୍ପ ପୂଜା କରାଯାଇଥିଲା | ଉକ୍ତ ସଂକଳ୍ପ କାର୍ଯ୍ୟକୁ ଫୁଲବାଣୀ ର ମୁଖ୍ୟ ପୂଜକ ଭାବେ ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା ତୁଲାଉ ଥିବା ବେଳେ ସହଯୋଗୀ ପୂଜକ ଭାବେ ନୀଳକଣ୍ଠ ମିଶ୍ର, ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ପିତାମ୍ବର ପଣ୍ଡା ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟକ୍ରମ ସୁଚାରୁ ରୂପେ କରୁଛନ୍ତି। ଆମନ୍ତ୍ରଣ ସମୟରେ ଦିନତମାମ ଯେଉଁ ମାନେ ଘଟ ଧରୁଛନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପବାସ ରହିଥିଲେ। ମଧ୍ୟରାତ୍ରରେ ମା 'ଙ୍କ ନିଜସ୍ୱ ପାଟ୍ଟଖଣ୍ଡା ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପୂଜାର୍ଚ୍ଚନା କରି ମା'ଙ୍କ ଆଜ୍ଞାମାଳ କୁ ଧରି ଅସ୍ଥାୟୀ ମନ୍ଦିର ଅଭିମୁଖେ ଯାତ୍ରା କରିବା ନେଇ ସିନ୍ଧାନ୍ତି ଅମୃତବେଳା ଦେଇଥିବା ଜଣାପଡିଛି। ପ୍ରତି ଦୁଇବର୍ଷକୁ ଥରେ ମା' ନଗର ପରିଭ୍ରମଣ ପାଇଁ ଆସୁଥିବା ଯୋଗୁଁ ଏହି ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି | ଏତଦ୍‍ବ୍ୟତୀତ ମା 'ଙ୍କ ନିଜସ୍ବ ମନ୍ଦିରରେ ମଧ୍ୟ ସେବକ ମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ଦିନତମାମ ମା'ଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିବା ବେଳେ ସଂଧ୍ୟାରେ ବାଳଭୋଗ ଓ ସଂଧ୍ୟାଆଳତି କରାଯାଇଥିଲା। ଚାରିଦିଗ ଦଶଦିଗପାଳ ପୂଜା ପରେ ମା'ଙ୍କ ଅନ୍ନ ଭୋଗ ପୂଜା କରାଯାଇ କିଛି ସମୟ ବିଶ୍ରାମ ପରେ ପୁଣି ମା'ଙ୍କୁ ଭୋଗ ଅର୍ପଣ କରି ବେଶପଟୁଆର ଆରମ୍ଭ ହୋଇଥାଏ l ଏହି ଯାତ୍ରା ରେ ବାଲିଗୁଡା ଏସଡ଼ିପିଓ ରାମେନ୍ଦ୍ର ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ, ଗୃହରକ୍ଷୀ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ସଂଧ୍ୟାରେ ଯାତ୍ରାଞ୍ଚଳର ସମସ୍ତ ସାହିର ରାସ୍ତା ସଫା କରିବା ସହ ପାଣି ସିଞ୍ଚନ କରାଯାଇ ଝୋଟି, କୁମ୍ଭକଳସ ଓ ଦୀପ ସଜାଯାଇଛି। ମା'ଙ୍କ ସ୍ଥାୟୀ ମନ୍ଦିର ସମେତ ଅସ୍ଥାୟୀମଣ୍ଡପ ରଙ୍ଗବେରଙ୍ଗ ପୁଷ୍ପରେ ସଜ୍ଜିତ କରାଯାଇଛି ମା'ଙ୍କ ଆଗମନକୁ ସହରବାସୀ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ସମସ୍ତଙ୍କ ନଜର କେତେବେଳେ ମା'ଙ୍କ ମସ୍ତକରୁ ଆଜ୍ଞାମାଳ ଖସିବ ତା'କୁ ଚାହିଁ ରହିଛନ୍ତି l ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବ ମୁଖର ହୋଇଉଠିଛି। ଏଥି ସହ ଠାକୁରାଣୀଙ୍କ ନଗର ଭ୍ରମଣ ଖସଡା ମଧ୍ଯ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଠାକୁରାଣୀ ଯାତ୍ରା କାଳରେ ଟାଉନ ର ନୀଳଗିରୀ ଫାର୍ମ ନିକଟ ଯାତ୍ରା ପଡିଆ ରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା'ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି। ଏଥିରେ ମା 'ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ  ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026

You Might Also Like