-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
06-May-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଆଖିରୁ ନିଦ ହଜାଇ ମାସ ମାସ ଧରି ଘାଣ୍ଟି ଚିକିଡି ହେବା ପରେ ଶେଷରେ
ବିନିକା ପୋଲିସକୁ ଏକ ପ୍ରକାର ସଫଳତା ମିଳିଛି । ବାରମ୍ବାର ଚୋରୀ ଡକାୟତି ଲୁଟ କରୁଥିବା ଚୋର ଅର୍ଥାତ ଡକାୟତ ମାନେ ସମ୍ପ୍ରତି ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏବଂ ପାଖ ପଡିଶା ଅଞ୍ଚଳରୁ ଚୋରୀ କରି ପୋଲିସକୁ ଚ୍ୟାଲେଞ୍ଜ କରି ଆସୁଥିଲେ ।ଚୋରୀ,ଲୁଟ ଘଟଣା ନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା ହେଲେ ଚୋର,ଡକାୟତ,ଲୁଟେରା ଙ୍କୁ ତ୍ୱରିତ ଧରିବାରେ ସଫଳ ହେଉ ନଥିଲା । ବାରମ୍ବାର ସମ୍ପ୍ରତି ବିନିକା ଅଞ୍ଚଳର ପ୍ରାୟ ଦିନ/ରାତିରେ ଚୋରୀ ଘଟଣା ବଡ଼ି ବଡ଼ି ଚାଲିବାରୁ ଲୋକଙ୍କ ସୁରକ୍ଷାର କବଚ ପୋଲିସର ଭୂମିକା କୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେବା ସହିତ ପୋଲିସ କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣ ଲୋକେ ଆସ୍ଥା ହରାଇ ଦେଇ ଆସୁଥିଲେ ।ହେଲେ ପୋଲିସ ଚୋରୀ ମାମଲାକୁ ଗୁରୁତ୍ତ୍ଵ ଦେଇ ଅଭିଯୋଗକାରୀ ଏବଂ ଅଞ୍ଚଳବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କାହାକୁ କିଛି ନ
ଜଣାଇ ଭିତରିଆ ଭାବରେ ତଦନ୍ତ ଓ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିଥିଲା ଶେଷରେ ସଫଳ ମଧ୍ୟ ହୋଇଥିଲା ।ଆଜି ଏନେଇ ବିନିକା ଥାନାରେ ଅନୁଷ୍ଠିତ ପତ୍ରକାର ସମ୍ବିଲନୀରେ ପୋଲିସ ୩ଜଣ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିଥିବା ଓ ତାଙ୍କ ଠାରୁ ୮ଟି ବାଇକ ଓ ୨ଟି ମୋବାଇଲ ଜବତ କରିଥିବା ପୋଲିସ ପ୍ରକାଶ କରିଛି । ପୋଲିସ ପ୍ରଦାନ କରିଥିବା ସୂଚନା ଅନୁସାରେ ପୂର୍ବରୁ ଅନେକ ମାମଲାରେ ସଂଶ୍ଳିଷ୍ଟ ପୂଜାରୀ ସାହାଜବାହାଲ ଗ୍ରାମର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିରଞ୍ଜନ ମହାନନ୍ଦ ଔରଫ ନିଲୁ(୨୩) ସହ ତାର ସାଥି ଘାସିରାମ ଜଗଦଲା (୪୮),ଫୁଲମୁଠି ଗ୍ରାମର ଗଙ୍ଗାଧର ଛତ୍ରିଆ(୨୬)କୁ ଗିରଫ କରି କୋଟ ଚଲାଣ କରିଥିବା ଜଣାପଡିଛି ।