-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ମହା ସମାରୋହରେ ଆୟୋଜନ

04-May-2025



ପର୍ଥ; ଅଷ୍ଟ୍ରେଲିଆ ଓଡ଼ିଆ ସମାଜ(ଓରିଓଜ ଇଙ୍କ)ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି।ଏହି ଉପଲକ୍ଷେ ଉତ୍ସବସ୍ଥଳ ପର୍ଥସ୍ଥିତ ସବୁଜିମା ଭରା ପଏଣ୍ଟ ୱାଲ୍ଟର ରିକ୍ରିଏସନ ସେଣ୍ଟରକୁ ଖୁବ ସରସ ସୁନ୍ଦର ଭାବରେ ସଜାଯାଇଥିବା ଦେଖା ଯାଇଥିଲା। ଏଠାରେ ଆୟୋଜିତ ଏକାଦଶତମ ତିନିଦିନିଆ ଦ୍ଵିବାର୍ଷିକ ଓଡ଼ିଆ ସମ୍ପ୍ରଦାୟଙ୍କ ବନ୍ଧୁ ମିଳନ ବେଶ ଅନନ୍ୟ ଓ ନିଆରା ଥିଲା। ଓଡ଼ିଆ ଜାତି ଓ ଓଡ଼ିଶା ରାଜ୍ୟର ମହତ୍ୱ, ମହାନତା ଓ ମହନୀୟତାକୁ ବଳିଷ୍ଠ ଢଙ୍ଗରେ ଉପସ୍ଥାପନ କରିବା,  ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଡ଼ିଶାର ଉତ୍କୃଷ୍ଟ କଳା, ମହାନ ସଂସ୍କୃତି,ଉନ୍ନତ ପରମ୍ପରା, ଉତ୍ତୁଙ୍ଗ ଐତିହ୍ୟ, ଭାଷାଗତ ମାଧୁର୍ଯ୍ୟ ଏବଂ ବ୍ୟଞ୍ଜନର ଚାତୁର୍ଯ୍ୟର ଭବ୍ୟ ପ୍ରଦର୍ଶନ ଏହି ସମ୍ମିଳନୀରେ ଘଟିଥିଲା। ଏହି ଶୀର୍ଷ ବୈଠକରେ ଅଷ୍ଟ୍ରେଲିଆର ପ୍ରତ୍ୟେକ ପ୍ରଦେଶରୁ ଆସିଥିବା ଶତାଧିକ ଓରିଓଜର ସଦସ୍ୟ ଏବଂ ପଦାଧିକାରୀମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଗୋଟିଏ ଛାତ ତଳେ ଏକ ମଞ୍ଚରେ ସମ୍ମିଳିତ ହୋଇ ପରସ୍ପର ମଧ୍ୟରେ ଥିବା ଘନିଷ୍ଠ ବନ୍ଧନ ଏବଂ ନିବିଡ଼ ଭାତୃତ୍ୱ ଭାବକୁ ଉଜାଗର କରିବାର ଭରପୁର ସୁଯୋଗ ଲାଭ କରିଥିଲେ।ଆମନ୍ତ୍ରିତ ଅତିଥି ଏବଂ ଆୟୋଜକ ନେତୃବୃନ୍ଦଙ୍କ ଦ୍ୱାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ଉତ୍ସବର ଶୁଭାରମ୍ଭ ହୋଇଥିଲା। ବିଶିଷ୍ଟ ଅତିଥି ଭାବରେ ପର୍ଥଠାରେ ଅବସ୍ଥାପିତ

ଭାରତୀୟ କନସଲ ଜେନେରାଲ ନରେଶ କୁମାର ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ସ୍ଥିତ ଭାରତୀୟ ସମାଜର ସଭାପତି ଦୀପକ ଶର୍ମା ଯୋଗ ଦେଇଥିଲେ। ଓରିଓଜର ସଭାପତି ଡଃ ମନୋଜ ନାୟକ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ପ୍ରଦେଶର ମୁଖ୍ୟ ବିଘ୍ନରାଜ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନରେଶ କୁମାର ଓ ଦୀପକ ଶର୍ମା ସେମାନଙ୍କର ଅଭିଭାଷଣରେ ଅଷ୍ଟ୍ରେଲିଆର ବହୁବିଧ ସଂସ୍କୃତି ସମ୍ପନ୍ନ ସମାଜର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓରିଓଜ ଇଙ୍କ ବ୍ୟାପକ ଭାବେ ଯୋଗଦାନ ଦେଇ ଆସୁଥିବା ଦର୍ଶାଇ ଥିଲେ।

ସ୍ୱାଗତ ଭାଷଣ ପ୍ରଦାନ କରି ଓରିଓଜ ଇଙ୍କର ସଭାପତି ଡଃ. ମନୋଜ ନାୟକ, ବୃହତକାୟ ଅଷ୍ଟ୍ରେଲିଆ ମହାଦେଶର ଭୌଗଳିକ ଦୂରତ୍ୱର ପ୍ରତିବନ୍ଧକକୁ ଭୃକ୍ଷେପ ନକରି ଓରିଓଜର ବର୍ତ୍ତମାନର କାର୍ଯକାରୀ କମିଟିର  ସଦସ୍ୟମାନେ ଯେଭଳି ଗଠନମୂଳକ କାର୍ଯ୍ୟକ୍ରମ ଓ ଗୁଣାତ୍ମକ ଘଟଣାବଳୀ ଜରିଆରେ ସମଗ୍ର ଓଡ଼ିଆ ସମ୍ପ୍ରଦାୟକୁ ସଦା ଜାଗ୍ରତ କରି ରଖିଆସିଛନ୍ତି; ତାହା ପ୍ରକୃତରେ ପ୍ରଶଂସନୀୟ ବୋଲି କହିଥିଲେ। କଳିଙ୍ଗ ଉତ୍ସବର ଆୟୋଜନକାରୀମାନେ ସୀମିତ ମାନବ ସମ୍ବଳ ସତ୍ତ୍ୱେ ସେମାନଙ୍କର ଉଦଯୋଗ ଏବଂ ଉତ୍ସର୍ଗୀକୃତ ସାଧନା ଯୋଗୁଁ ଯେପରି ବିଶାଳ ଓ ବ୍ୟାପକ ଭାବରେ କଳିଙ୍ଗ ଉତ୍ସବ ଆୟୋଜନ କରିପାରିଲେ ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ବୋଲି ଡଃ. ନାୟକ ଦର୍ଶାଇଥିଲେ ।ଓରିଓଜର ସମ୍ପାଦକ ଶାନ୍ତନୁ ସ୍ୱାଇଁଙ୍କ ଦ୍ୱାରା ସଙ୍କଳିତ ଏବଂ ଆଇଟି ସମ୍ପାଦକ ଜୟ ବେହେରାଙ୍କର ଅଳଙ୍କରଣରେ ପ୍ରକାଶିତ "ସ୍ମରଣିକା : କଳିଙ୍ଗ ଉତ୍ସବ-୨୦୨୫"  କୁ ଡଃ. ନାୟକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଡଃ. ନାୟକ ଓରିଓଜର ସାମ୍ପ୍ରତିକ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତାମାନଙ୍କୁ ସାଧରଣରେ ପରିଚିତ କରାଇଥିଲେ। ସେମାନଙ୍କ ମଧ୍ୟରେ ଉପସଭାପତି ହର ପାତ୍ର, ସମ୍ପାଦକ ଶାନ୍ତନୁ ସ୍ଵାଇଁ, କୋଷାଧ୍ୟକ୍ଷ ମମତାଜ ଲେଙ୍କା,  ନ୍ୟୁ ସାଉଥ ୱେଲସର ମୁଖ୍ୟ ସ୍ମିତା ସାମନ୍ତରାୟ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ପ୍ରଦେଶର ମୁଖ୍ୟ ବିଘ୍ନରାଜ ମହାନ୍ତି ପ୍ରମୁଖ ଅନ୍ୟତମ ଥିଲେ। ଉପ-ସଭାପତି ହର ପାତ୍ର ଭୁବନେଶ୍ଵରଠାରେ ଅଷ୍ଟ୍ରେଲିଆ ପାଇଁ ଭିସା ଆବେଦନକାରୀମାନଙ୍କର ଡାକ୍ତରୀ ପରୀକ୍ଷା ଉଦ୍ଦେଶ୍ୟରେ ଏକ ଡାକ୍ତରୀ ପ୍ୟାନେଲ ପ୍ରତିଷ୍ଠା କରିବାରେ ଓରିଓଜ ସଫଳ ହୋଇଥିବା ଜଣାଇଥିଲେ। ଓରିଓଜକୁ ସମୃଦ୍ଧ ଓ ସଶକ୍ତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜେନ୍ଦ୍ର ପାଢ଼ୀଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଶିଶୁଠାରୁ ବରିଷ୍ଠ ସବୁ ବୟସର କଳାକାରମାନଙ୍କୁ ନେଇ ଦୁଇଦିନର ସନ୍ଧ୍ୟାରେ ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କଳିଙ୍ଗ ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଥିଲା। ମହେଶ ସାହୁଙ୍କର ସଂଯୋଜନାରେ ପରିବେଷିତ ପ୍ରସ୍ତୁତିଗୁଡ଼ିକ ମଧ୍ୟରେ ମନଲୋଭା ଓଡ଼ିଶୀ, ମର୍ମସ୍ପର୍ଶୀ ଲୋକନୃତ୍ୟ, ସୁମଧୁର ସଙ୍ଗୀତ ଏବଂ ଆକର୍ଷଣୀୟ ଫ୍ୟାଶନ ପ୍ୟାରେଡ ଅନ୍ତର୍ଭୁକ୍ତ ଥିଲା। ବିଶେଷକରି ନ୍ୟୁ ସାଉଥ ୱେଲସର୍ ଶିଶୁମାନଙ୍କ ଦ୍ୱାରା ଦାରୁବ୍ରହ୍ମ ଭାବେ ଶ୍ରୀ ଜଗନ୍ନାଥଙ୍କର ଆବିର୍ଭାବ ବିଷୟ ବସ୍ତୁ ଉପରେ ଆଧାରିତ ନୃତ୍ୟ ନାଟିକା, ଅମିତ ମହାନ୍ତିଙ୍କର ସଂଯୋଜନାରେ ଉତ୍ତମ ମହାନ୍ତିଙ୍କର ସ୍ମୃତିରେ ପ୍ରସ୍ତୁତ ସାଙ୍ଗୀତିକ ଶ୍ରଦ୍ଧାଞ୍ଜଳି, ଚାରୁ ମିଶ୍ରଙ୍କ ଦ୍ୱାରା ପରିକଳ୍ପିତ ଢଗଢମାଳି ଉପରେ ଆଧାରିତ କୁଇଜ୍ ପ୍ରତିଯୋଗିତା ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ଟିମ ଦ୍ୱାରା ପରିବେଷିତ " ମୋ ଶବ ବାହକମାନେ" ଶୀର୍ଷକ ହାସ୍ୟ ନାଟିକା ଦର୍ଶକମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା। ପ୍ରାରମ୍ଭରେ ବିଘ୍ନରାଜ ମହାନ୍ତିଙ୍କର ଭାବୋଦ୍ଦୀପକ ଭଜନ ମଧ୍ଯ ଉଚ୍ଚକୋଟୀର ଥିଲା। ଯାକଜମକ ଓ ଆଡ଼ମ୍ବରପୂର୍ଣ୍ଣ ଏହି ଉତ୍ସବ ଆୟୋଜନର ପୁରୋ ଭାଗରେ ଓରିଓଜର ପଶ୍ଚିମ  ଅଷ୍ଟ୍ରେଲିଆ ସ୍ଥିତ ପରିବାର ବର୍ଗମାନଙ୍କର ବିରାମ ବିହୀନ ନିରନ୍ତର ପରିଶ୍ରମ ନିହିତ ଥିଲା।     ଉତ୍ସବର ଦ୍ଵିତୀୟ ଦିବସରେ ଆୟୋଜିତ ରୋମାଞ୍ଚକ ଓ ମଜାଦାର ଟି-୨୦ କ୍ରିକେଟ ମ୍ଯାଚ ଖୁବ ମନୋରଞ୍ଜକ ଥିଲା ।

ରଞ୍ଜନ ସିଂଙ୍କର ଅଧିନାୟକତ୍ୱରେ ପଶ୍ଚିମ ଅଷ୍ଟ୍ରେଲିଆର ଟିମ୍ ହରିକେନ ଏବଂ ବିନୁ ପାଣିଗ୍ରାହୀଙ୍କର ଅଧିନାୟକତ୍ୱରେ ବାକି ଅଷ୍ଟ୍ରେଲିଆର ଟିମ୍ ଥଣ୍ଡର ଷ୍ଟର୍ମ ମଧ୍ୟରେ ହୋଇଥିବା ମସ୍ତିଭରା ମ୍ଯାଚକୁ ସମ୍ବିତ ଦାସ, ଶାନ୍ତନୁ ସ୍ଵାଇଁ ଓ ଅଞ୍ଜଳି ପାତ୍ର ଦକ୍ଷତାର ସହିତ ପରିଚାଳନା କରିଥିଲେ। କଳିଙ୍ଗ ଉତ୍ସବର ତିନିଦିନ ଯାକ ଆଗନ୍ତୁକମାନଙ୍କୁ ପରସା ଯାଇଥିବା ସ୍ୱାଦିଷ୍ଟ ଖାଣ୍ଟି ଓଡ଼ିଆ ଭୋଜନକୁ ପ୍ରସ୍ତୁତ କରିବାରେ ଅମ୍ବିତ ହୋତା ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ସୁଜିତ ଜେନା ଓ ଶୈବାଳିନୀ ସାହୁଙ୍କର ଆତିଥେୟତାରେ ପ୍ରସ୍ତୁତ ଓଡ଼ିଆ ଚା ଅଧିବେଶନରୁ ଉତ୍ସବର ତୃତୀୟ ଦିବସର ସୂତ୍ରପାତ ଘଟିଥିଲା। ଏହାପରେ ଡଃ. ସୁବ୍ରତ ମିଶ୍ରଙ୍କର ନେତୃତ୍ଵରେ ଏକ କଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଡଃ. ନଳିନୀ ପତିଙ୍କ ଦ୍ୱାରା ଉପସ୍ଥାପିତ 'ମାଇଣ୍ଡ ଫୁଲନେସ୍' ଶୀର୍ଷକ ପାୱାର ପଏଣ୍ଟ ଉପସ୍ଥାପନ ଖୁବ ସୂଚନା ଧର୍ମୀ ଥିଲା।  ଉତ୍ସବ ପରିଶେଷରେ ମୁସ୍ତାକ ପାଇଲଟ ଓ ମନୋଜ ନାୟକଙ୍କ ଦ୍ୱାରା ପ୍ରସ୍ତାବିତ ଧନ୍ୟବାଦ ଅର୍ପଣ ଯଥେଷ୍ଟ ଭାବଗର୍ଭକ ଓ ହୃଦୟସ୍ପର୍ଶୀ ଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପକଗଣ ସମ୍ବିତ ହୋତା, ସାଇସ୍ମିତା ନାଥ, ଖୁସନୁମା ନୌସିନ ଏବଂ ବିଶ୍ୱନାଥ ସ୍ୱାଇଁ ଖୁବ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ତିନିଦିନିଆ କଳିଙ୍ଗ ଉତ୍ସବକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ଓରିଓଜର ପାରଙ୍ଗମ ସାଙ୍ଗଠନିକ ଟିମ୍ ସଦସ୍ୟ ଯଥା ବିଘ୍ନରାଜ ମହାନ୍ତି, ଶାନ୍ତନୁ ସ୍ଵାଇଁ, ମହେଶ ସାହୁ, ମୁସ୍ତାକ ପାଇଲଟ୍ , ଅମ୍ବିତ ହୋତା, ରଞ୍ଜନ ସିଂହ , କୁନମିତ ପାତ୍ର, ଅମିତ ପାଣିଗ୍ରାହୀ, ଲମ୍ବୋଦର ମହାରଣା, ବିଶ୍ୱନାଥ ସ୍ୱାଇଁ , ଦେବ ଚକ୍ରବର୍ତ୍ତୀ, ଦୀପକ ରାୟଗୁରୁ, ସ୍ଵାତି ପାତ୍ର ଏବଂ ରାଧିକା ସ୍ୱାଇଁ ପ୍ରମୁଖ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like