-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

03-May-2025



ବଲାଙ୍ଗିର:- ମେ ୩ ତାରିଖ କୁ ସାରା ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ରୂପେ ପାଳନ କରିଆସୁଛି।ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏସ ୟୁ ଯେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏହି ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଯୋଗଦେଇ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟରେ ଅନେକ ଦୃଷ୍ଟାନ୍ତ ଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସେ କହିଥିଲେ ସାମ୍ବାଦିକତା କରିବାକୁ ହେଲେ ସୁକ୍ରୁ,ଡୁଗ୍ରୁ ଭଳିଆ ଲୋକଙ୍କ ଉପରେ ଗ୍ରାଉଣ୍ଡ ଜିରୋ କୁ ଯାଇ ଦୃଷ୍ଟାନ୍ତ ମୂଳକ ଲେଖା ପରିବେଷଣ କରିବା ଜରୁରୀ ବୋଲି କହିଥିଲେ l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏସ ୟୁ ଜେ ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ଶାଖା ସମ୍ପାଦକ ରଘୁ ନନ୍ଦନ ସିଂହ ସଭା ପରିଚାଳନା କରିଥିଲେ। ଜିଲ୍ଲା ଶାଖା ସଭାପତି ଶରତ ମହାକୁଡ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ। ଦୈନିକ ଖବର କାଗଜ ଧରିତ୍ରୀର ଜିଲ୍ଲା ପ୍ରତିନିଧି ବୀରେନ୍ଦ୍ର କୁମାର ଝାଙ୍କର ଆଗାମୀ ଦିନରେ ଗଣମାଧ୍ୟମ କେତେ ସୁରକ୍ଷିତ ସେ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ନିଉଜ୍ ଲେଖିଲା ବେଳେ ଅନେକ ବିଷୟକୁ ଦୃଷ୍ଟି ଆଗରେ ରଖି ସଠିକ୍ ତଥ୍ୟ ଦେଇ ଖବର ପରିବେଷଣ କରିବା ପାଇଁ ସୂଚାଇ ଦେଇଥିଲେ।କଥା କହିବା ସ୍ଵାଧୀନତାରେ ଅଙ୍କୁଶ ଲାଗିଥିବା ବେଳେ ଖବର ଲେଖିଲା ବେଳେ ମଧ୍ୟ ସଚେତନ ରହିବାକୁ ପଡିବ ବୋଲି ସେ ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। କିଛି ଠକ ଏବଂ ଅଣ ସାମ୍ବାଦିକ ମାନଙ୍କ ପ୍ରଦୂର୍ଭାବ ଯୋଗୁଁ ସାମ୍ବାଦିକ ଜଗତବଦନାମ ହେଉଥିବା ପ୍ରସଙ୍ଗ ମାଧ୍ୟମ ରେ ସୂଚାଇ ଦେଇଥିଲେ । ଶିକ୍ଷାବିତ୍ ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମ ର ସ୍ଵାଧୀନତା ଉପରେ ଲାଗୁଥିବା ଅଙ୍କୁଶ ଦେଶ ତଥା ସମାଜ ପାଇଁ କଲ୍ୟାଣକାରୀ ନୁହେଁ ବୋଲି କହିଥିଲେ।ବରିଷ୍ଟ ସାମ୍ବାଦିକ ବିମଳ ଚରଣ ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନାରଦ ଏବଂ ସାମ୍ବାଦିକ ମଧ୍ୟରେ ଥିବା ସମନ୍ୱୟ ଉପରେ ଆଲୋକପାତ କରିଥିଲେ।ସେ କହିଥିଲେ ନାରଦ ସାମ୍ବାଦିକଙ୍କ ଭୂମିକା ତୁଲାଉଥିବା ବେଳେ ତାଙ୍କର ସମ୍ପୂର୍ଣ ସ୍ଵାଧୀନତା ଥିଲା।ଏଣୁ ସମାଜରେ ସ୍ବଚ୍ଛତା ପାଇଁ ଗଣମାଧ୍ୟମର ସ୍ଵାଧୀନତା ଆବଶ୍ୟକ ବୋଲି ସେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ l

ବରିଷ୍ଠ ସାମ୍ବାଦିକ ତଥା ଏସୟୁଜେ ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମର ସ୍ଵାଧୀନତା କେତେ ଜରୁରୀ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ର ବୀରବାହୁ ନାମକୁ ନେଇ ତାଙ୍କ ବକ୍ତବ୍ୟରେ, ବୀରବାହୁ ଏକ ଅକର୍ମଣ୍ୟ ବ୍ୟକ୍ତିତ୍ଵ ଉପରେ ସମାଲୋଚନା ମୂଳକ ଭାବରେ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ମୋଲାନା, ମୁକେଶ ବହିଦାର, ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ସ୍ଵାଧୀନତା ଉପରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍ ୟୁ ଜେ ର ସଭ୍ୟ ବଳରାମ ମିଶ୍ର, ପାର୍ଥ ମହାପାତ୍ର, ଜୟପ୍ରକାଶ ମଟାରୀ, ସନ୍ତୋଷ ଠାକୁର, ବିନୋଦ ଦୀପ, ପବନ ବଂଶଲ, ଚିତ୍ରସେନ ବେହେରା, ଦିଲୀପ ସାହୁ, ମହେନ୍ଦ୍ର ପ୍ରଧାନ, ରାଧାକ୍ରିଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସାମ୍ବାଦିକ ରାଜେଶ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026

You Might Also Like

                   
  ଜିଲ୍ଲା  

ଗଣିତ ଗବେଷଣା