-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
03-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଚଳିତ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡ଼ିଶା-୨୦୨୫ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟର ଏକ ଦୃଢ଼ ସଂକଳ୍ପ ବିଶିଷ୍ଟ ଛାତ୍ରୀ ସମୀକ୍ଷା ପଧାନ ସର୍ବମୋଟ ୪୮୨ ମାର୍କ ରଖି A2 ଗ୍ରେଡ ରେ ପାସ କରି ସ୍କୁଲର ମାନ ଓ ଗୈାରବ ଆଣିବାରେ ସହାୟକ ହୋଇ ପାରିଛନ୍ତି। ତାଙ୍କ ପିତାଙ୍କ ନାମ ଅଶ୍ୱିନୀ ପଧାନ ହୋଇଥିବାବେଳେ ମାତାଙ୍କ ନାମ ସ୍ୱର୍ଣ୍ଣକାନ୍ତୀ।ଏହି ସଫଳତା ପଛରେ ତାଙ୍କ ଅକ୍ଲାନ୍ତ ପରିଶ୍ରମ, ମାତାପିତାଙ୍କ ଆଶ୍ରିର୍ବାଦ ସହ ବିଶେଷ କରି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନରେ ହିଁ ସଫଳତା ପାଇଛି ବୋଲି ଛାତ୍ରୀ ସମୀକ୍ଷା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିବାବେଳେ, ଭବିଷ୍ୟତରେ ବାୟୋଲୋଜି ପ୍ରଫେସର ହେବାକୁ ଆଶା ରଖିଥିବା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି।