-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
29-Apr-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ ତାଙ୍କ ମହତ୍ ଅବଦାନ ଉପରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯୋଗାଳୟର ସଭାପତି ହରିହର ଶତପଥୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା କନ୍ୟାକୁମାରୀ ଶ୍ରୀ ଅରବିନ୍ଦ ଆଶ୍ରମ ର ସ୍ଵାଧୀ କାଂଚ଼ନସୋମ ଅଗ୍ରୱାଲ ଅତିଥି
ଓ ବକ୍ତା ଭାବେ ହରିଓମ୍ ଯୋଗାଳୟର ପ୍ରତିଷ୍ଠାତା ରଘୁମଣି ସା ଯୋଗଦାନ କରିଥିଲେ l ସଭା ସଂଯୋଜନା କରିଥିଲେ ଉପ ସଭାପତି ପ୍ରଦୀପ କୁମାର ପୁରୋହିତ ଓ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ । ଯୋଗାଳୟ ର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପାଢ଼ୀ, ସମ୍ପାଦକ ଡଃ ଆର୍ତ୍ତତ୍ରାଣ ବାବୁ, ସଂଯୋଜକ ନିରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ,ବରିଷ୍ଠ ସଦସ୍ୟ ମୃତ୍ୟୁଞ୍ଜୟ ଦାସ, ବାସୁଦେବ ମିଶ୍ର, ବିଭୂତି ଶତପଥୀ, ଅମର ଭୁତ ,ନରେଶ ଅଗ୍ରୱାଲ, ପ୍ରତାପ ଦାଶ, ଦୟାନିଧି ସେଠୀ, ସୁଶାନ୍ତ ସାହୁ ପ୍ରମୁଖ ସଦସ୍ୟ ଗଣ ଅଂଶ ଗ୍ରହଣ କରିଥିଲେ ।